ବନ୍ତୁଗ୍ରାମ ନୋଡ଼ାଲ ଉଚ୍ଚ ବିଦ୍ୟାଳୟର ବାର୍ଷିକ ଉତ୍ସବ
ବନ୍ତୁଗ୍ରାମ ନୋଡ଼ାଲ ଉଚ୍ଚ ବିଦ୍ୟାଳୟର ବାର୍ଷିକ ଉତ୍ସବ
ନିମାପଡ଼ା, ୧୭/୪(ଇମିସ) ନିକଟସ୍ଥ ବନ୍ତୁଗ୍ରାମ ଉଚ୍ଚ ବିଦ୍ୟାଳୟର ୩୪ ତମ ବାର୍ଷିକ ଉତ୍ସବ ଗତ ୧୬ତାରିଖ ସଂଧ୍ୟାରେ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ପ୍ରଧାନଶିକ୍ଷକ ଅମିତା ସେନାପତିଙ୍କ ପୈାରହିତ୍ବରେ ବର୍ଣ୍ଣାଢ୍ୟ ଉତ୍ସବରେ ମୁଖ୍ୟ ଅତିଥିଭାବେ ମାନ୍ୟବର ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଯୋଗଦେଇ ଛାତ୍ରଛାତ୍ରୀମାନଙ୍କୁ ପାଠପଢା ଉପରେ ଗୁରତ୍ବଦେବାକୁ ପରାମର୍ଶ ଦେଇଥିଲେ। ଏବଂ ଭଲମଣିଷ ହେବାକୁ ପରାମର୍ଶ ଦେଇଥିଲେ। ଏବଂ ବିଦ୍ୟାଳୟରେ ଗୁଣାତ୍ମକ ଶିକ୍ଷାଦାନ ସଂପର୍କରେ ପରାମର୍ଶ ଦେଇଥିଳେ। ଉପ ମୁଖ୍ୟମନ୍ତ୍ରୀ ବିଦ୍ୟାଳୟର ପ୍ରତିଷ୍ଠାତା ଶତ୍ରୁଘ୍ନ ସେନାପତି (୯୦) ଙ୍କ ସମ୍ବଦ୍ଧିତ କରିବା ଅବସରରେ ତାଙ୍କ ପାଦଛୁଇଁ ପ୍ରଣାମ ଜଣାଇବା ଘଟଣା ଉପମୁଖ୍ୟମନ୍ତ୍ରୀଙ୍କୁ ବଡ଼ପଣିଆକୁ ଉପସ୍ଥିତ ଭଦ୍ରବ୍ୟକ୍ତିମାନେ ଉଚ୍ଚ ପ୍ରଶଂଶା କରିଥିଲେ। ପଞ୍ଚାୟତର ଏହି ଉତ୍ସବରେ ପୁରୀ ଜିଲା ଶିକ୍ଷା ଅଧିକାରୀ ଦୀପକ କୁମାର ପାଢୀ ଏବଂ ଅତିରିକ୍ତ ଶିକ୍ଷା ଜିଲା ଅଧିକାରୀ ହିମାଶୁଂ ଭୁଷଣ ସାମର୍ଥ, ସମ୍ମାନିତ ଅତିଥିଭାବେ ବ୍ଲକ ଅଧ୍ୟକ୍ଷ ଶଙ୍କର ଭୋଇ, ଏବିଇଓ ସୁଦର୍ଶନ ଭୋଇ,ନିମାପଡ଼ା ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ନନ୍ଦିତା ସାହୁ , ମିଟେଇପୁର ସରପଞ୍ଚ ପବିତ୍ର ମୋହନ ପ୍ରଧାନ ଶିକ୍ଷାବିତ ଗଙ୍ଗାଧର ସେନାପତି, ଆଲମୁନି ସଂଘର ସଭାପତି ଗଙ୍ଗାଧର ମହାରଣା ପ୍ରମୁଖ ପ୍ରମୁଖ ଯୋଗଦେଇ ଥିଲେ। ବିଦ୍ୟାଳୟର ପ୍ରଧାନଶିକ୍ଷକଅମିତା ସେନାପତି ବାଷିକବିବରଣୀ ପାଠକରି ୧୯୮୦ ମସିହାରେ ବନ୍ତୁଗ୍ରାମ ହାଇସ୍କୁଲ ପୂର୍ଣ୍ଣାଭ୍ଗ ବିଦ୍ୟାଳୟରେ ପରିଣିତ ହୋଇଥିଲା। ଶିକ୍ଷା ବିଭାଗ ଏହି ବ ବିଦ୍ୟାଳୟ ସ୍ମାର୍ଟ ବିଦ୍ୟାଳୟରେ ପରିଣିତକରି ବହୁବିଧ ଉନ୍ନତି ସାଧିତ କରାଯାଇଛି। ମାଟ୍ରିକ ପରୀକ୍ଷାଫଳ ବିଦ୍ୟାଳୟର ଉତ୍ସାହ ଜନକ ରହିଥିବା ସହ ୧ରୁ ୧୦ମ ଶ୍ରେଣୀ ପର୍ଯ୍ୟନ୍ତ ୩୯୧ ଜଣ ପିଲା ପାଠ ପଢୁଛନ୍ତି। ସ୍କୁଲର ବିଭିନ୍ନ ଅଭାବ ଅସୁବିଧା ସଂପର୍କରେ ଉପ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା। ବାର୍ଷିକଉତ୍ସବରେ ବାର୍ଷିକ ମାଟ୍ରିକ ପରୀକ୍ଷାରେ ସର୍ବାଧିକ ନମ୍ବର ରଖିଥିବା ଛାତ୍ର ରୁଦ୍ର ପ୍ରସାଦ ସ୍ବାଇଁ, ବାର୍ଷିକ କ୍ରିଡ଼ାରେ ବାଳକ ବିଭାଗରେ ରିଙ୍କୁ ସ୍ବାଇଁ ବାଳିକାରେ ସୁଶ୍ରୀ କ୍ରିଷ୍ଣା ବେହେରା ଚାମ୍ପିୟାନ ଙ୍କୁ ଉପ ମୁଖ୍ୟମନ୍ତ୍ରୀ ପରିଡ଼ା ସମ୍ବର୍ଦ୍ଧିତ କରିଥିଲେ।ସଭାଶେଷ ହେବାପରେ ବିଧ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ଦ୍ବାରା ସାସଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା(ଫଟ୨)