ପତ୍ନୀକୁ ଆକ୍ରମଣ କରି ସ୍ବାମୀ ଗିରଫ

ପତ୍ନୀକୁ ଆକ୍ରମଣ କରି ସ୍ବାମୀ ଗିରଫ।
ଚାରିଛକ (ଏପି ନ୍ୟୁଜ ସନ୍ତୋଷ ଦାଶ): ନିଜ ପତ୍ନୀ ଙ୍କୁ ଆକ୍ରମଣ କରିଥିବା ଅଭିଯୋଗ ରେ ପୁରୀ ଜିଲ୍ଲା ଚାରିଛକ ଥାନା ଅନ୍ତର୍ଗତ ଖୋରଡ଼ ଗ୍ରାମର କ୍ଷୀର ନାୟକ (୫୩)ଙ୍କୁ ପୁଲିସ ଗିରଫ କରି କୋର୍ଟଚାଲଣ କରିଛି । କ୍ଷୀର ଗତ ୨୦ ବର୍ଷ ତଳେନିମାପଡ଼ା ବ୍ଲକ କଳାପାଞ୍ଚଣ ପଞ୍ଚାୟତର ବରଢିହ ଗ୍ରାମର ସୁଷମା ନାୟକ ଙ୍କୁ ବିବାହ କରିଥିଲେ । ପରେ ନିଶାସକ୍ତ, ଅବସ୍ଥାରେ କ୍ଷୀର ସୁଷମାଙ୍କୁ ବାରମ୍ବାର ଶାରୀରିକ ଓ ମାନସିକ ନିର୍ଯାତନା ଦେଉଥିବା ଅଭିଯୋଗ ହୋଇଥିଲା।ଗତ ସପ୍ତାହରେ ସୁଷମା ନିର୍ଯାତନା ସହି ନ ପାରି ବାପଘରକୁ ପଳାଇଥିଲେ । ଗତ ରବିବାର ଦିନ କ୍ଷୀର ଶ୍ଵଶୁର ଘରେ ପହଞ୍ଚି ସୁଷମାଙ୍କୁ ମାରଧର କରିବା ସହ ଏକ ଧାରୁଆ କଟୁରିରେ ଆକ୍ରମଣ କରିଥିଲା ବୋଲି ସୁଷମାଙ୍କ ଭାଇ ସଦାଶିବ ଚାରିଛକ ଥାନା ପୋଲିସ ରେ ଅଭିଯୋଗ କରିଥିଲେ। ପୋଲିସ କ୍ଷୀର ଙ୍କ ନାମରେ ଏକ ମାମଲା (୩୨/୨୫ ରେ) ରୁଜୁକରି ତଦନ୍ତ କରୁଛି। ସୁଷମା ଏବେ ଚିକିତ୍ସାଧୀନ ଥିବା ବେଳେ ପୋଲିସ କ୍ଷୀର କୁ ଗିରଫ କରି ନିମାପଡ଼ା କୋର୍ଟ କୁ ଚାଲାଣ କରିଛି।
ReplyForward
|