Uncategorized

ଯୋଗ ମହୋତ୍ସବରେ ଯୋଗଗୁରୁଙ୍କୁ ସମ୍ମାନିତ

Spread It

ଯୋଗ ମହୋତ୍ସବରେ ଯୋଗଗୁରୁଙ୍କୁ ସମ୍ମାନିତ
ନିମାପଡ଼ା, (ଏ.ପି ନ୍ୟୁଜ) ନିମାପଡ଼ା ଯୋଗାଶ୍ରମର ନିର୍ଦ୍ଦେଶକ ତଥା ଉମାଶଙ୍କର ଯୋଗାଶ୍ରମର ନିର୍ଦ୍ଦେଶକ ଉମାଶଙ୍କର ଆଚାର୍ଯ୍ୟଙ୍କୁ ପିପିଲି ଠାରେ ଆୟୋଜିତ ଏକ ଯୋଗମହୋତ୍ସବ ୨୦୨୫ ଅନୁଷ୍ଠିତ ଶିବିରରେ ସମ୍ମାନିତ କରାଯାଇଛି। ଶିବିରରେ ଯୋଗଦେଇଥିବା ପ୍ରଶିକ୍ଷାର୍ଥୀମାନଙ୍କୁ ଯୋଗକରିବା ଦା୍ୱରା ମଣିଷ ସୁସ୍ଥ ଓ ନିରୋଗ ରହିବା ସହ ମନକୁ ସୁସ୍ଥ ରଖିବ ଶିକ୍ଷାଦିଆ ଯାଇଥିଲା। ଏହି କାର୍ଯ୍ୟକ୍ରମରେ ପିପିଲି-ଡ଼େଲାଙ୍ଗର ବିଧାୟକ ଆଶ୍ରିତ ପଟ୍ଟନାୟକ ମୁଖ୍ୟ ଅତିଥିଭାବେ ଯୋଗଦେଇ ଯୋଗାଚାର୍ଯ୍ୟ ଉମାଶଙ୍କର ଆଚାର୍ଯ୍ୟଙ୍କୁ ପୁଷ୍ପଗୁଚ୍ଛ ଓ ଉତଡିଅ ଦେଇ ସମ୍ମାନ୍ନତି କରିଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ବିଶ୍ୱହିନ୍ଦୁ ପରିଷଦର ପୁରୀ ଜିଲା ସହସଂପାଦକ ବିଭୂତି ସାମନ୍ତରାୟ, ପିପିଲି ସଂପାଦକ ମନୋଜଭାଇ, ଆୟୋଜକ ମନୁଭାଇ ,ଯୋଗଗୁରୁ ସର୍ବେଶ୍ୱର ମୁଦୁଲି ସମେତ ବହୁ ବିଶିଷ୍ଟ ଯୋଗଗୁରୁ ଏବଂ ପ୍ରଶିକ୍ଷାର୍ଥୀମାନେ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *