ଉଚ୍ଚ ଶକ୍ତି ସମ୍ପର୍ଣ୍ଣ ବିଦ୍ୟୁତ ତାର ଟଣାକୁ ବଜାର ଓ ଗ୍ରାମବାସୀଙ୍କ ବିରୋଧ। ଅଧାରୁ କାମ ଛାଡ଼ି ଚାଲିଗଲେ କର୍ମଚାରୀ
ଉଚ୍ଚ ଶକ୍ତି ସମ୍ପର୍ଣ୍ଣ ବିଦ୍ୟୁତ ତାର ଟଣାକୁ ବଜାର ଓ ଗ୍ରାମବାସୀଙ୍କ ବିରୋଧ। ଅଧାରୁ କାମ ଛାଡ଼ି ଚାଲିଗଲେ କର୍ମଚାରୀ
ନିମାପଡ଼ା, (ଏପି.ନ୍ୟୁଜ) ଆଜି ଟାଟାପାୱାର ବିଦ୍ୟୁତ ବଣ୍ଟନ କମ୍ପାନୀ ପକ୍ଷରୁ ଖେଲାର ବଜାର ଏବଂ ହରିଶପୁର ଗ୍ରାମ ବାଟଦେଇ ଖୁଣ୍ଟ ପଡ଼ି ୩୩କେଭି ବିଦ୍ୟୁତ ତାର ଟଣାଯିବାପାଇଁ ଠିକା ସଂସ୍ଥା ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଥିଲା। ତାର ଟଣଯିବା ପାଇଁ ଠିକା ନେଇଥିବା ସଂସ୍ଥା ପକ୍ଷରୁ ଖୁଣ୍ଟ ପଡ଼ିବା ପାଇଁ ମାଟି ଖୋଳା ଯନ୍ତ୍ର ସମେତ ସିମେଣ୍ଟ ଗୋଡ଼ି ଆଣି ଗଦା କରିଥିଲେ। ଖୁଣ୍ଟ ପକାଇବା ଓ ବିଦ୍ୟୁତ ତାର ଟଣାକୁ ଖେଲାର ବଜାରବାସୀ ବିରୋଧ କରିବାରୁ କାମ ଆରମ୍ଭ ହୋଇପାରିଲା ନାହିଁ। ବିଦ୍ୟୁତ ବଣ୍ଟନ ଦାୟିତ୍ବ ନେଇଥିବା ଟାଟା ପାୱାର ଉଚ୍ଚ କର୍ତ୍ତୁପକ୍ଷଙ୍କୁ ଘଟଣା ସ୍ଥଳକୁ ଡ଼ାକ ଆଲୋଚନା କରିବା ପରେ ଖୁଣ୍ଟ ପଡ଼ିବ ଏବଂ ତାର ଟଣାଯିବ ବୋଲି ସ୍ଥାନୀୟ ବାସିନ୍ଦାମାନେ କହିବାପରେ କାମ ବନ୍ଦ ରହିଥିଲା । ସଂଧ୍ୟାପର୍ଯ୍ୟନ୍ତ କୌଣସି ଅଧିକାରୀ ଘଟଣାସ୍ଥଳକୁ ନଆସିବାରୁ ଠିକାଦାର ଶ୍ରମିକମାନଙ୍କ ସହ ଆସବାବପତ୍ର ଧରି କାମଛାଡ଼ି ଚାଲିଯାଇଥିଲେ । ସ୍ଥାନୀୟ ଖେଲାର ବଜାର ବାସୀ ଓ ହରିପୁର ଗ୍ରାମର ଯୁବକମାନେ କହିଛନ୍ତି ବଜାରର ବାମପାଶ୍ବରେ ୧୧ କେଭି ବିଦ୍ୟୁତ ଲାଇନ ଟଣାଯାଇଛି । ବଜାର ଅପରପାର୍ଶ୍ବରେ ୩୩ କେଭି ବିଦ୍ୟୁତ ଲାଇନ ଟଣାକୁ ବିରୋଧ କରିଛନ୍ତି । ଏହି ବାଟଦେଇ ବହୁ ଭାରୀଯାନ ଚଳାଚଳ କରୁଥିବାରୁ ବହୁସମୟରେ ୧୧ କେଭି ଲାଇନ କାଟିବା ପରେ ଯାନ ଚଳାଚଳ କରିଥାଏ । କୋଣାର୍କକୁ ଯାଇଥିବା ମୁଖ୍ୟରାସ୍ତା କଡ଼ରେ ଏହି ବଜାର ଥିବାରୁ ଏବଂ ଖେଲାର ବଜାର ଏକ ବାଣିଜ୍ୟିକ ସ୍ଥଳ ହୋଇଥିବାରୁ ରାସ୍ତା କଡ଼ରେ ବହୁ ଉଚ୍ଚ କୋଠାବାଡ଼ି ନିର୍ମାଣ କରାଯାଇଛି। ୩୩ କେଭି ବିଦ୍ୟୁତ ଟଣାହେଲେ ବିପଦ ଦେଖାଦେବ । ଏହି ସମାସ୍ୟା ପ୍ରତି ଦୃଷ୍ଟି ଦେଇ ଟାଟାପାୱାର ବିକଳ୍ପ ରାସ୍ତା ଚୟନ କରିବାକୁ ସ୍ଥାନୀୟ ବାସିନ୍ଦା କରିଛନ୍ତି ।