ବିଜେଡିର ୨୦ ନଂ ଜୋନ୍ ସାଂଗଠନିକ ନିର୍ବାଚନ
ବିଜେଡିର ୨୦ ନଂ ଜୋନ୍ ସାଂଗଠନିକ ନିର୍ବାଚନ
ନିମାପଡା(ଏପିନ୍ୟୁଜ) ନିମାପଡା ନିର୍ବାଚନା ମଣ୍ଡଳୀ ଅନ୍ତର୍ଗତ ୨୦ ନଂ ଜୋନର ନିର୍ବାଚନ ଅନୁଷ୍ଠିତ ହୋଇଛି । ଏଡି ବୈଠକରେ ନିର୍ବାଚନ ଅଧିକାରୀ ନୃସିଂହ ରାଉତରାୟଙ୍କ ଅଧ୍ୟକ୍ଷତାରେ ସାଂଘଟନିକ ବୈଠକ ଅନୁଷ୍ଠିତ ହୋଇଛି । ଏହି ବୈଠକରେ ବିଜେଡି ନେତା ଦିଲିପ ନାୟକ, ସୁବ୍ରତ ଛାଟୋଇ, ଜିଲା ପରିଷଦୀ ରବିନ୍ଦ୍ର ମଲିକ, ସସ୍ମିତା ନାୟକ, ବରିଷ୍ଠ ନେତା ପୂର୍ଣ୍ଣଚନ୍ଦ୍ର ସାହୁ, ମାନସ ପ୍ରଧାନ, ଭାଗ୍ୟଧର ଖଟୋଇ ପ୍ରମୁଖ ଯୋଗ ଦେଇଥିଲେ । ଏହି ଜୋନ ଅନ୍ତର୍ଗତ ଭୋଗଶାଳଦା, ଚଅଁରପଦା, ଡେଣୁଅଁ, ଶଗଡା, ରଟିଲୋ, ବଡମାଛପୁର ଆଦି ଛଅଟି ପଞ୍ଚାୟତ ସଭାପତି ନିର୍ବାଚନରେ ସର୍ବସମ୍ମତିକ୍ରମେ ନିର୍ବାଚିତ ହୋଇଛନ୍ତି । ଶଗଡା ପଞ୍ଚାୟତର ସିତାରାମ ଖଟୋଇ, ଚଅଁରପଦା ର ଅକ୍ଷୟକୁମାର ଖୁଣ୍ଟିଆ, ଡେଣୁଅଁର ମନମୋହନ ସେଠୀ, ଭୋଗଶାଳଦା ଜତିନ୍ଦ୍ର ମୋହନ ଖୁଣ୍ଟିଆ, ରଟିଲୋର
ରଶ୍ମିରଞ୍ଜନ ବାଘ, ବଡମାଛପୁରର ଶେଖ୍ କଲିମ୍ ଅଲି ପଞ୍ଚାୟତ ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି । ଭିଲିଗ୍ରାମ ଓ ମିଟେଇପୁର ଗ୍ରାମର ସଭାପତି ନିର୍ବାଚନ ନ ହୋଇ ପାରିଥିବାରୁ ଆସନ୍ତା ବୁଧବାର ଦିନ ପଞ୍ଚାୟତରେ ସ୍ଥିର କରାଯିବ । ବର୍ତ୍ତମାନ ସୁଧା ନିମାପଡା ବ୍ଲକର ୧୬ଗୋଟି ପଞ୍ଚାୟତର ସଭାପତି ନିର୍ବାଚିତ ହୋଇଛନ୍ତି । ଏହି ନବନିର୍ବାଚିତ ସଭାପତି ଓ କର୍ମୀମାନଙ୍କୁ ଉଦ୍ବୋଧନ ଦେଇ ଦିଲିପ ନାୟକ କହିଲେ, ‘‘ରାଜ୍ୟର ଯେଉଁ ସବୁ ଯୋଜନା କାର୍ୟ୍ୟକାରୀ କରାଯାଇଥିଲା ସେଗୁଡିକ ନବୀନ ସରକାରଙ୍କର । ଏ ସରକାର କିଛି କରିନାହାନ୍ତି ଏବଂ ନବୀନ ପଟ୍ଟନାୟକଙ୍କ ଆର୍ଶୀବାଦରୁ ନିମାପଡାରେ ୧୫ ବର୍ଷ ଧରି କ୍ଷମତାରେ ବିଧାୟକ ଏବଂ ମନ୍ତ୍ରୀ ହୋଇଥିବା ପରବର୍ତ୍ତୀ ସମୟରେ ନବୀନ ବାବୁଙ୍କୁ ବିଶ୍ବାସ ଘାତକ କରିଥିଲେ । ଏ ନେତାଙ୍କୁ ନିମାପଡା ଲୋକ କ୍ଷମା ଦେବେ ନାହିଁ ।