ଅନ୍ତର୍ଜାତୀୟ

ଫିଲିପାଇନ୍ସକୁ ବ୍ରହ୍ମସ୍ କ୍ଷେପଣାସ୍ତ୍ର ରପ୍ତାନି କଲା ଭାରତ

Spread It

ଫିଲିପାଇନ୍ସକୁ ବ୍ରହ୍ମସ୍ କ୍ଷେପଣାସ୍ତ୍ର ରପ୍ତାନି କଲା ଭାରତ

ନୂଆଦିଲ୍ଲୀ, ୨୧/୪: ପ୍ରତିରକ୍ଷା ରପ୍ତାନିରେ ଭାରତ ଆଉ ଏକ ମାଇଲଖୁଣ୍ଟ ପ୍ରତିଷ୍ଠା କରିଛି । ଭାରତ ଏହାର ସୁପରସୋନିକ୍ ବ୍ରହ୍ମସ୍ କ୍ଷେପଣାସ୍ତ୍ର ପ୍ରଣାଳୀର ଦ୍ବିତୀୟ ବ୍ୟାଟେରୀ ଫିଲିପାଇନ୍ସକୁ ପଠାଇଛି ।

୨୦୨୪ ଏପ୍ରିଲରେ ଭାରତ ବାୟୁସେନ‌ା ବିମାନରେ ବ୍ରହ୍ମସ୍ କ୍ଷେପଣାସ୍ତ୍ରର ପ୍ରଥମ ରପ୍ତାନି କରିଥିଲା । ଦ୍ବତୀୟ ରପ୍ତାନି କରିଥିଲା । ଦ୍ବତୀୟ ରପ୍ତାନି ସମୁଦ୍ର ପଥରେ ଯାଇଛି । ଭାରତ ବ୍ରହ୍ମସ୍ କ୍ଷେପଣାସ୍ତ୍ର ବ୍ୟାଟେରୀ, ଲଞ୍ଚର ଓ ସମ୍ପୃକ୍ତ ଉପକରଣ ଯୋଗାଇବା ପାଇଁ ୨୦୨୨ରେ ନୂଆଦିଲ୍ଲୀ ଓ ମାନିଲା ମଧ୍ୟରେ ୩୭୫ ନିୟୁତ ଡଲାରର ଚୁକ୍ତି ହୋଇଥିଲା । ଭାରତର ପ୍ରମୁଖ କ୍ରୁଜ୍ କ୍ଷେପଣାସ୍ତ୍ର ବ୍ରହ୍ମସ୍ କ୍ଷେପଣାସ୍ତ୍ର ବ୍ରହ୍ମସ୍ କ୍ଷେପଣାସ୍ତ୍ର ହେଉଛି ଭାରତର ପ୍ରତିରକ୍ଷା ଗବେଷଣା ଏବଂ ବିକାଶ ସଂଗଠନ (ଡିଆର୍‌ଡିଓ) ଏବଂ ରୁଷିଆର ଏନ୍‌ପିଓ ମାଶିନୋଷ୍ଟୋୟେନିଆ ମଧ୍ୟରେ ସହଯୋଗ ମାଧ୍ୟମରେ ବିକଶିତ ଏକ ସୁପରସୋନିକ୍ କ୍ରୁଜ୍ କ୍ଷେପଣାସ୍ତ୍ର । ଶବ୍ଦର ପ୍ରାୟ ତିନିଗୁଣ ବେଗରେ ଗତି କରିପାରିବ ଓ ସ୍ଥଳ, ସମୁଦ୍ର ଏବଂ ଆକାଶରୁ ନିକ୍ଷେପ କରାଯାଇପାରିବ । ଏହି କ୍ଷେପଣାସ୍ତ୍ରରେ ଲାଗୁଥିବା ଯନ୍ତ୍ରାଂଶରୁ ୮୩% ସ୍ବଦେଶୀ ନିର୍ମିତ ।

Leave a Reply

Your email address will not be published. Required fields are marked *