ରାଜ୍ୟ

ଗୁରୁ ଶିକ୍ଷକଙ୍କ ତାଲିମ ସମାପ୍ତି ସମ୍ବର୍ଦ୍ଧନା ସମାରୋହ ୨୦୨୫

Spread It

ନିମାପଡ଼ା, ୨୩/୪(ଏପିନ୍ୟୁଜ) ନିମାପଡ଼ା ଶିକ୍ଷା ଓ ଶିକ୍ଷକ ପ୍ରତିଷ୍ଠାନର ତାଲିମ ପ୍ରାପ୍ତ ଗୁରୁ ଶିକ୍ଷକମାନଙ୍କର ସମାପ୍ତି ସମ୍ବର୍ଦ୍ଧନା ସମାରୋହ ପ୍ରତିଷ୍ଠାନର ସମ୍ମୀଳନୀ ଗୃ୍ରରେ ଆଜି ଅନୁଷ୍ଠିତ ହୋଇଯାଇଛି। ଚଳିତ ଶିକ୍ଷା ବର୍ଷ ଠାରୁ ସିଟି ପାଠକୁ ଗଣଶିକ୍ଷା ବିଭାଗ ବନ୍ଦ କରିଦେଇଥିବାର ନିର୍ଦ୍ଦେଶନାମା ଜାରି କରିଥିବାରୁ ନିମାପଡ଼ା ଶିକ୍ଷା ଓ ଶିକ୍ଷକ ପ୍ରତିଷ୍ଠାନର ଶେ‌ଷ ବର୍ଷର ପ୍ରଶିକ୍ଷଣ ନେଉଥିବା ଛାତ୍ରଛାତ୍ରୀମାନଙ୍କୁ ଆଜି ଶିକ୍ଷାନୁଷ୍ଠାନ ସମସ୍ତ ଶିକ୍ଷକ ଓ ଛାତ୍ରଛାତ୍ରୀମାନେ ଶିକ୍ଷା ସମାପ୍ତି ସମ୍ବର୍ଦ୍ଧନା ଉତ୍ସବରେ ଦ୍ବୀତିୟ ବର୍ଷର ଛାତ୍ରଛାତ୍ରୀମାନଙ୍କୁ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ପ୍ରତିଷ୍ଠାନରେ ପ୍ରଶିକ୍ଷଣ ନେଉଥିବା ଛାତ୍ରଛାତ୍ରୀମାନେ ଅଶଂ ଗ୍ରହଣ କରିଥିଲେ। ପ୍ରଶିକ୍ଷଣ ପ୍ରତିଷ୍ଠାନରେ ଥିବା ଓଡ଼ିଶାର ମହାପୁରୁଷମାନଙ୍କ ପ୍ରତିମୁତ୍ତିରେ ମାଲ୍ୟାର୍ପଣ କରାଯାଇ ସମାପ୍ତି ସମ୍ବର୍ଦ୍ଧନା ସାମାରୋହକୁ ଅତିଥିମାନେ ଉଦଘାଟନ କରିଥିଲେ। ଦ୍ବିତୀୟ ବର୍ଷର ଛାତ୍ରଛାତ୍ରୀମାନଙ୍କୁ ଫୁଲତୋଡ଼ା ଦେଇ ସମ୍ବର୍ଦ୍ଧନା ଦିଆଯାଇଥିଲା । ଛାତ୍ରଛାତ୍ରୀମାନେ ସମାପ୍ତି ଉତ୍ସବରେ ସାସ୍କୃତିକ କାର୍ଯ୍ୟକ୍ରମକୁ ୪ଭାଗରେ ବିଭକ୍ତ କରାଯାଇ ସମାପ୍ତି ଉତ୍ସବକୁ ଯାକଜମକ କରାଯାଇଥିଲା। ଏହି କାର୍ଯ୍ୟକ୍ରମ ମଧ୍ୟରେ ଭଜନ ,କବିତା ଆବୃତି, ଗୀତ ନୃତ୍ୟ, ଭାଷଣ ,ଏକକ ମଚଂ ଅଭିନୟ, ନାଟକ ପରିବେଷଣ ଇତ୍ୟାଦି ସାଂସକୃତିକ କାର୍ଯ୍ୟକ୍ରମ ପରି‌ବେଷଣ କରିଥିଲେ। ପ୍ରତିଷ୍ଠାନର ପ୍ରଧାନଶିକ୍ଷକ ଦେବସ୍ମିତା ମହାପାତ୍ରଙ୍କ ପୈାରହିତ୍ବରେ ଅନୁଷ୍ଠିତ ଉତ୍ସବରେ ମୁଖ୍ୟଅତିଥିଭାବେ ପୁରୀ ଜିଲା ସୂଚନା ଓ ଲୋକସଂପର୍କ ଅଧିକାରୀ ସନ୍ତୋଷ କୁମାର ସେଠୀ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ। ଶିକ୍ଷାବିତ ଡ଼ଃ ପ୍ରଭାକର ତ୍ରିପାଠୀ, ପ୍ରାକ୍ତନ ଅଧ୍ୟକ୍ଷ ପୁରୀ ଡ଼ିଆଇଟି ଚଣ୍ଡେଶ୍ବର ମହାପାତ୍ର ସଂପାଦକ ଅବସର ପ୍ରାପ୍ତ ଶିକ୍ଷକ କର୍ମଚାରୀ ସଂଘ ସଂପାଦକ ମାଧବ ବିଶ୍ବାଳ, ଶିକ୍ଷାବିତ ସୀମାନ୍ତ ଶେଖର ରଥ, ରାଷ୍ଟ୍ରପତି ପୁରଷ୍କାର ପ୍ରାପ୍ତ ଶିକ୍ଷକ ଇଶ୍ବରଚନ୍ଦ୍ର ନାୟକ, ପ୍ରଧାନଶିକ୍ଷକ ଜନତା ନୋଡ଼ାଲ ବିନୋଦିନ ଦାଶ ଯୋଗଦେଇଥିଲେ। କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ପ୍ରତିଷ୍ଠାନର ଶିକ୍ଷକ ବିପିନ ବିହାରୀ ସାହୁ।

Leave a Reply

Your email address will not be published. Required fields are marked *