ବିଲୁଆ କାମୁଡ଼ାରେ ୧୦ ଜଣ ଲୋକ ଆହତ
ନିମାପଡ଼ା,୨୩/୪(ଏପିନ୍ୟୁଜ) ନିକଟସ୍ଥ ଚଅଁରପଦା ଗ୍ରାମରେ ବୁଧବାର ମଧ୍ୟାହ୍ନରେ ଏକ ବିଲୁଆଦଳ ପଶି ୧୦ ଜଣବ୍ୟକ୍ତିଙ୍କୁ କାମୁଡ଼ି ଆହତ କରିଥିବା ଏବଂ ଆହତ ବ୍ୟକ୍ତିମାନେ ନିମାପଡ଼ା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସିତ ହେଉଛନ୍ତି। ଆଜି ମଧ୍ୟାହ୍ନ ସମୟରେ ଳୋକମାନେ ଏକାଠି ବସିଥିବାବେଳେ ହଠାତ ଗ୍ରାମରେ ବିଳୁଆଦଳ ପହଁଞ୍ଚି ଅତର୍କିତ ଭାବେ ଆକ୍ରମଣ କରିଥିଲେ। ଗ୍ରାମର ପ୍ରତ୍ୟକ୍ଷ ଦର୍ଶିମାନେ କହିଛନ୍ତି ଘ୍ରାମର ଗିରିଧାରୀ ମଲିକ,(୪୯) ଦେବକୀ ମଲିକ(୫୩)ଉମାକାନ୍ତ ମଲିକ(୨୪), ବିଶ୍ବଜିତ ମଲିକ(୨୧) ପ୍ରମୁଖ ବିଲୁଆ କାମୁଡ଼ାରେ ଆହତ ହୋଇଛନ୍ତି। ଏହାସହିତ ଗ୍ରାମର ଅନ୍ୟ ୪ଜଣ ଲୋକଙ୍କର ଗୋଡ଼କୁ ବିଲୁଆ ଝୁଣି ଦେଇଥିବାରୁ ସେମାନେ ଆତ ହୋଇତିବା ସ୍ବାସ୍ଥ୍ୟ କେନ୍ଦ୍ର ସୁତ୍ରରୁ ପ୍ରକାଶ। ଆହତହୋଇଥିବା ୨ଜଣ ବ୍ୟକ୍ତି ଅବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ କ୍ୟାପିଟାଲ ହସପିଟାଲକୁ ପଠାଯାଇଛି। ବିଉଆ ଦଳ ଜନବସତିରେ ପଶି ଲୋକମାନଙ୍କୁ କାମୁଡ଼ୁଥିବାରୁ ସେମାନଙ୍କୁ ତୁରନ୍ତଧରିବାକୁ ଚଅଁରପଦାସମତ୍ତି ସଭ୍ୟ ବନବିଭାଗର ଦୃଷ୍ଟି ଆକର୍ଷଣ କରିଛନ୍ତି ।