TOP STORIES

ମୋ ସ୍କୁଲ ଅଭିଯାନ ଯୋଜନାରେ ମିଳିଥିବା ସରକାରୀ ଅର୍ଥ ହେରଫେର ଅଭିଯୋଗ। ଆରଟିଆଇରୁ ମିଳିଲା ତଥ୍ୟ

Spread It

 

ନିମାପଡ଼ା, (ଏପିନ୍ୟୁଜ) ୨୦୨୧-୨୨ ମସିହାରେ ମୋସ୍କୁଲ ଅଭିଯାନ ନାମରେ ରାଜ୍ୟସରକାର ଏକ ଯୋଜନା ପ୍ରଣୟନ କରିଥିଲେ । ଏହି ଯୋଜନାରେ ସ୍କୁଲ ଗୁଡ଼ିକର ଭିତ୍ତିଭୂମିକୁ ସୁଦୃଢ କରିବାକୁ ପୁରାତନ ଛାତ୍ରମାନେ ଭାଗିଦାର ରହିବେ। ସେମାନେ  ଯାହା ଅର୍ଥ ସ୍କୁଲକୁ ନିର୍ମାଣ ପାଇଁ  ଦେବେ ସେହି ଅର୍ଥକୁ ମିଶାଇ ତାର ଦୁଇଗୁଣା ଅର୍ଥ ସରକାର ଯୋଗାଇଦେବେ ବୋଲି ଶିକ୍ଷା ବିଭାଗର ଯୋଜନା କରିଥିଲା । ‌‌ସେହି ଅନୁସାରେ ନିମାପଡ଼ା ବ୍ଲକ ଅନ୍ତର୍ଗତ ଦିଘାଳୋ ଠାରେ ଥିବା ନୀଳକଣ୍ଠେଶ୍ବର ନୋଡ଼ାଲ ହାଇସ୍କୁଲର ପୁରାତନ ଛାତ୍ରମାନେ ନିଜ ଭିତରେ ଚାନ୍ଦା କରି ପ୍ରଥମ ପର୍ଯ୍ୟାୟରେ ୫୦ ହଜାର ଟଙ୍କା ପ୍ରଧାନ ଶିକ୍ଷକଙ୍କୁ ଦେଇଥିଲେ । ସେହି ଅନୁପାତରେ ଶିକ୍ଷା ବିଭାଗ ଦେଢ ଲକ୍ଷ ଟଙ୍କା ଉକ୍ତ ସ୍କୁଲକୁ ଅର୍ଥ ପ୍ରଦାନ କରିଥିଲେ ଏବଂ ଦ୍ବିତୀୟ ପର୍ଯ୍ୟାୟରେ ପୁରାତନ ଛାତ୍ରମାନେ ୭ ହଜାର ଟଙ୍କା ନିଜ ଭିତରେ ଆଦାୟକରି ପ୍ରଧାନଶିକ୍ଷକଙ୍କୁ ଦେଇଥିଲେ। ପରେ ରାଜ୍ୟସରକାର ୨୧ ହଜାର ଟଙ୍କା ଅନୁଦାନ ଦେଇଥିଲେ। ଏହି ଅର୍ଥକୁ ସ୍କୁଲର ନିର୍ମାଣ କରିବା ନାମରେ ହେରଫେର କରାଯାଇଥିବା ସୁଚନା ଆଇନ ବଳରେ ସ୍କୁଳର ପୁରାତନ ଛାତ୍ର ଅଭୟ କୁମାର ସ୍ବାଇଁ ଅଭିଯୋଗ କରିବା ସହ ସେ ମାଗିଥିବା ଆଇଟିଆଇ ତଥ୍ୟରୁ ଜଣାପଡ଼ିଛି। ଅନୁସଂନ୍ଧାନରୁ ଜଣାଯାଏ ବଳରାମ ସ୍ବାଇଁ ନାମରେ ଦିଘାଳ ଅଞ୍ଚଳରେ ଦୁଇଜଣ ବ୍ୟକ୍ତି ଅଛନ୍ତି । ସେମାନଙ୍କ ମଧ୍ୟରୁ ଜଣେ ବଳରାମ ସ୍ବାଇଁ ସ୍କୁ

ଲର ନିର୍ମାଣ କାର୍ଯ୍ୟ ପାଇଁ ବାଲି ଇତ୍ୟାଦି ସାମଗ୍ରୀ ଯୋଗାଇଥିଲେ । କିନ୍ତୁ ମୃତ ହୋଇଥିବା ବଳରାମ ସ୍ବାଇଁଙ୍କ ନାମରେ ବିଲ କରି ଅର୍ଥକୁ ତୋଷରପାତକୁ ଘୋଡ଼ାଇ ଦେବାପାଇଁ ଉଦ୍ୟମ କରାଯାଇଛି । ମିଳିଥିବା ଆରଟିଆଇ ତଥ୍ୟରୁ ଜଣାପଡ଼ିଛି।। ନିକଟସ୍ଥ ଗଡ଼ଟୁସିଂହ ଗ୍ରାମର ଜଳସେଚନ ବିଭାଗରେ ଚାକିରୀ  କରିଥିବା ବଳରାମ ସ୍ବାଇଁ ନାମକ ବ୍ୟକ୍ତି ଚାକିରୀରୁ ଅବସରନେଇ ଦୀର୍ଘମାସ ପୂର୍ବେ ମୃତ୍ୟୁ ହୋଇଯାଇଛି । ତାଙ୍କ ନାମରେ ସ୍କୁଲକୁ ନିର୍ମାଣ ସାମଗ୍ରୀ ଯୋଗାଇଥିଲେ ବୋଲି ମୃତ ବଳରାମସ୍ବାଇଁ ଠିକଣା ଗଡ଼ଟୁସିଂହ ବ୍ୟକ୍ତିଙ୍କ ନାମରେ ମିଥ୍ୟା କାଗଜପତ୍ର କରାଯାଇଛି । ସବୁଠାରୁ ଉଲ୍ଲେଖନୀୟ ବିଷୟ ୨୦୨୧ ମସିହାରେ  ନିର୍ମାଣ ସାମଗ୍ରୀ ଯୋଗାଥିବା ବ୍ୟକ୍ତିଙ୍କ ବଳରାମ ସ୍ବାଇଁ ଠିକଣା ଦିଘାଳ ଥିବାବେଳେ ଏବେ  ୨୦୨୫ ମସିହାରେ ଆରଟିଆଇ ତଥ୍ୟ ମାଗିବାରୁ ମୃତ୍ୟୁ ହୋଇଥିବା ବଳରାମ ସ୍ବାଇଁ ନାମକ ବ୍ୟକ୍ତିଙ୍କ ଠିକଣା  ଗଡ଼ଟୁସିଂହ କାଗଜପତ୍ରରେ ଉଲ୍ଲେଖ କରାଯାଇଛି । ଏସବିନଂ ୭/୨୧, ଏସବି ନଂ ୮/୨୧ ଓ ,ସବି ନଂ୩/୨୦୧୯ରେ ରେ ବିଲ ବଳରାମ ସ୍ବାଇଁ ଦିଘାଳ ନାମରେ କରାଯାଇଛି । ପୁରାତନ ଛାତ୍ର ସଘଂ ପକ୍ଷରୁ ଅଭୟସ୍ବାଇଁ ଗତ ୨୦୨୫ ମସିହା ଫେବୃୟାରୀ ମାସରେ ମାଗିଥିବା ଆରଟିଆଇ ତଥ୍ୟରୁ ଜଣାପଡ଼ିଛି । ଏ ସଂପର୍କରେ ତତକାଳୀନ ପ୍ରଧାନ ଶିକ୍ଷକଙ୍କୁ କୈଳାସ ଚନ୍ଦ୍ର ସାହୁଙ୍କ  ମତାମତ ନେବାରୁ ମୋର ଆଉ ମନେ ନାହିଁ ବୋଲି କହି କଥାକୁ ଏଡ଼ାଇ ଦେଇଥିଲେ । ନିମାପଡ଼ା ଅତିରିକ୍ତ ଶିକ୍ଷା ମଣ୍ଡଳ ଅଧିକାରୀ ପ୍ରତିଭା ମହାନ୍ତି ଦେଇଥିବା ରିପୋର୍ଟ ଉଲେଖ କରିଛନ୍ତି ସ୍କୁଲକୁ ନିର୍ମାଣ ପାଇଁ ବାଲି ଇତ୍ୟାଦି ଯୋଗାଇଥିବା ବ୍ୟକ୍ତି ବଳରାମ ସ୍ବାଇଁ ଦିଘାଳ ନୁହଁନ୍ତି ଗଡ଼ଟୁସିଂହ ବୋଲି କହିଛନ୍ତି । ଦିଘାଳ ଗ୍ରାମବାସୀମାନେ ପୁରୀ ଜିଲା ଶିକ୍ଷା ଅଧିକାରୀ ସ୍କୁଲ ପକ୍ଷରୁ ଦାଖଲ ହୋଇଥିବା ବିନିଯୋଗ ପତ୍ର (ୟୁସି)ର ପୁନଃ ତଦନ୍ତ କରିବାକୁ ଦାବୀ କରିଛନ୍ତି । ଏ ବିଷୟରେ ପୁରୀ ଜିଲାପାଳ ଏବଂ ଶିକ୍ଷା ବିଭାଗ ସଚିବଙ୍କ ଉଦେଶ୍ୟରେ ଏକ ପତ୍ର ଦିଘାଳ ଗ୍ରାମବାସୀ ଏବଂ ନିଳକଣ୍ଠେଶ୍ବର ହାଇସ୍କୁଲର ପୁରାତନ ଛାତ୍ରମାନେ ଦେଇଛନ୍ତି।

Leave a Reply

Your email address will not be published. Required fields are marked *