ଉପ–ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ମାରଥାନ ଉଦଘାଟନ ଏବଂ ଭିତ୍ତିପ୍ରସ୍ତର ସ୍ଥାପନ
ନିମାପଡ଼ା, ୨୬/୪(ଏପିନ୍ୟୁଜ) ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଆଜି ନିମାପଡ଼ା ଏନ.ଏ.ସି ଅଞ୍ଚଳ ମଧ୍ୟରେ ଥିବା ମହାବିଦ୍ୟାଳୟ , ପୋଲିସ ଷ୍ଟେସନ , ବ୍ଲକ ଇତ୍ୟାଦିରେ ନିର୍ମାଣ କାର୍ଯ୍ୟର ଭିତ୍ତିପ୍ରସ୍ତର ସ୍ଥାପନ ଓ ଉଦଘାଟନ ଉତ୍ସବରେ ମାରଥାନ ଭାବେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେଇଛନ୍ତି । ମାନ୍ୟବର ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡ଼ା ବ୍ଲକ ବିଡ଼ିଓଙ୍କ ପାଇଁ ୧୪ ଲକ୍ଷ ଟଙ୍କା ବ୍ୟୟରେ ନବନିର୍ମିତ ଆବାସିକ ଗୃହକୁ ପ୍ରଥମେ ଉଦଘାଟନ କରିଥିଳେ। ଇନ୍ଦିରା ଗାନ୍ଧୀ ଉଚ୍ଚମାଧ୍ୟମିକ ମହିଳା ବିଦ୍ୟାଳୟର ଏକ କୋଟୀ ୫ଲକ୍ଷ ଟଙ୍କା ବ୍ୟୟରେ ପୂର୍ତ୍ତ ବିଭାଗ ଦ୍ବାରା ନବନିର୍ମିତ ଅତିରିକ୍ତ ଶ୍ରେଣୀ ଗୃହର ଏବଂ ନିମାପଡ଼ା ସ୍ବୟଂ ଶାସିତ ମହାବିଦ୍ୟାଳୟରେ ମୋ କଲେଜ ଅଭିଯାନ ଯୋଜନାରେ ମିଳିଥିବା ୨୧ଲକ୍ଷ ୬୫ ହଜାର ଟଙ୍କା ବ୍ୟୟରେ ନିର୍ମିତ ବାଳିକା ବିଶ୍ରାମ କକ୍ଷକୁ ଉଦଘାଟନ କରିଥିଲେ। ସୁଚନାଯୋଗ୍ୟ ବାଳିକା ବିଶ୍ରାମ କକ୍ଷ ମିଳିତ ସହଭାଗିତାରେ ନିର୍ମାଣ କରାଯାଇଛି । ନିର୍ମାଣରେଆଲମୁନିମାନଙ୍କର ଅଶଂଧନ ୭ଲକ୍ଷ ୯୫୦ ଟଙ୍କା ରହିଛି । ସେହିଭଳି ନିମାପଡ଼ା କଲେଜର ମହିଳା ଛାତ୍ରୀମାନଙ୍କ ରହିବା ପାଇଁ ୬ କୋଟି ୭୭ଲକ୍ଷ ଟଙ୍କା ବ୍ୟୟରେ ହଷ୍ଟେଲର ନିର୍ମାଣ ଏବଂ ନିମାପଡ଼ା ପୁଲିସ ଷ୍ଟେସନର କର୍ମଚାରୀମାନଙ୍କ ପାଇଁ ୪ କୋଟି ଟଙ୍କା ବ୍ୟୟରେ ନିର୍ମିତ ହେବାକୁଥିବା ଆବାସିକ ଗୃହ ଗୁଡ଼ିକର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ଏହି ଆବାସସ୍ଥଳୀର ନିର୍ମାଣ ଦାୟିତ୍ବ ପୋଲିସ ହାଉସିଂ ବୋର୍ଡ଼ କରପୋରେସନ କୁ ଦିଆ ଯାଇଛି। ଏହି କାର୍ଯ୍ୟକ୍ରମ ଗୁଡ଼ିକରେ ବିଡ଼ିଓ ଡ଼ାଅଭିଜିତ ଷନଙ୍ଗୀ, ବ୍ଲକ ଅଧ୍ୟ୪ ସହକାରୀ ଯନ୍ତ୍ରୀ ସୁନୀଳକୁମାର ନନ୍ଦ ଏବଂଯନ୍ତ୍ରୀ ଗୈାରାଙ୍ଗ ସେଠୀ ପୁଲିସ ଏସଡ଼ିପିଓ ଜନାର୍ଦ୍ଦନ ପାଢୀ, ଆଇଆଇସି ବାମଦେବ ସ୍ବାଇଁ , କଲେଜ ପରିଚାଳନା କମିଟି ସଭାପତି ଶରତ ଚନ୍ଦ୍ର ବେହେରା, ଅଧ୍ୟକ୍ଷା ପୁଷ୍ପିପତା ରାଜଗୁରୁ ଆଲମୁନି ଆସୋସି,ସନ ସଭାପତି ବସନ୍ତ କୁମାର ମହାନ୍ତି ସଂପାଦକ ପ୍ରମୁଖଙ୍କ ଉପସ୍ଥିତ ଥିଲେ