ମଧ୍ୟମେଶ୍ୱର ବରିଷ୍ଠ ନାଗରିକ ମଂଚ ତରଫରୁ ଶ୍ରଦ୍ଧାଞ୍ଜଳି ସଭା
ମଧ୍ୟମେଶ୍ୱର ବରିଷ୍ଠ ନାଗରିକ ମଂଚ ତରଫରୁ ଶ୍ରଦ୍ଧାଞ୍ଜଳି ସଭା
ଭାରତର କାଶ୍ମୀରର ପହଲଗ୍ରାମ୍ ଠାରେ ଆତଙ୍କବାଦୀଙ୍କ ଆକ୍ରମଣରେ ନିହତ ହୋଇଥିବା ଦିବଂଗତ ବ୍ୟକ୍ତି ବିଶେଷଙ୍କ ଆତ୍ମାର ସଦ୍ଗତି ନିମନ୍ତେ ମଧ୍ୟମେଶ୍ୱର ବରିଷ୍ଠ ନାଗରିକ ମଂଚ ତରଫରୁ ପ୍ରଭୁ ଲିଙ୍ଗରାଜ ମନ୍ଦିର ନିକଟରେ ସମୁହ ଦୀପଦାନ ପୂର୍ବକ ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇ ଯାଇଛି । ସଭାର ଆରମ୍ଭରେ ଏକ ମିନିଟ ନିରବ ପ୍ରାର୍ଥନା କରି ମହାନ ଆତ୍ମାଙ୍କ ପ୍ରତି ଶ୍ରଦ୍ଧା ସୁମନ ଅର୍ପଣ କରାଯିବା ସହ ଏହି ଆତଙ୍କବାଦୀ ଆକ୍ରମଣର ତିବ୍ର ନିନ୍ଦା କରାଯାଇଥିଲା । ଭାରତ ମାତା କି ଜୟ, ପାକିସ୍ଥାନ ମୁର୍ଦ୍ଦାବାଦ ସ୍ଲୋଗାନ ଦେଇ ଦେଶରୁ ଆତଙ୍କବାଦକୁ ସମୂଳେ ଧ୍ୱଂସ କରିବା ପାଇଁ ସରକାର ଦୃଢ ପଦକ୍ଷେପ ନେବେ ବୋଲି ଆଶା ବ୍ୟକ୍ତ କରାଯାଇଥିଲା । ଉକ୍ତ ସଭାରେ ସଭାପତି ଅତସୀ ସ୍ୱାଇଁ ସଂପାଦକ ଶେଷଦେବ ମିଶ୍ରଙ୍କ ସମେତ ଏକାମ୍ର ଜନ ଜାଗରଣ ମଞ୍ଚର ସଭାପତି ଭିଷ୍ମ ନାରାୟଣ ନାୟକ ସଭ୍ୟ ପର୍ଶୁରାମ ଦାଶ, ମନୋରଂଜନ ବଟୁ, ବିଭୁପ୍ରସାଦ ବିଶୋଇ, ସୈାମ୍ୟ ରଂଜନ ପଣ୍ଡା, ହେମନ୍ତ ନାୟକ, ଘନଶ୍ୟାମ ନାୟକ, ବାମନ ଚରଣ ସାହୁ, ତୁଷାରକାନ୍ତ ପଟ୍ଟନାୟକ, ଗଣେଷ ଚନ୍ଦ୍ର ରାଉତ, ଦୈତାରି ବରାଳ, ସୁକାନ୍ତ ନାୟକ, ଭଗବାନ ନାୟକ, ହେମନ୍ତ ପାତ୍ର ପ୍ରମୁଖ ବରିଷ୍ଠ ନାଗରିକ ଉପସ୍ଥିତ ଥିଲେ ।