ବିଶ୍ୱ ହିନ୍ଦୁ ପରିଷଦର ନିମାପଡା ଶାଖା ପକ୍ଷରୁ ପ୍ରତିବାଦ ସଭା
ଭାରତ ବିରୁଦ୍ଧରେ ପାକ୍ ଜିହାଦୀ ଯୁଦ୍ଧର ଶୀଘ୍ର ଜବାବ ଆବଶ୍ୟକ ; ବିଶ୍ୱ ହିନ୍ଦୁ ପରିଷଦ
ନିମାପଡା (ଏପିନ୍ୟୁଜ) । ବିଶ୍ୱ ହିନ୍ଦୁ ପରିଷଦର କେନ୍ଦ୍ରୀୟ ଯୁଗ୍ମ ସାଧାରଣ ସଂପାଦକ ଡ଼କ୍ଟର ସୁରେନ୍ଦ୍ର ଜୈନ ମଙ୍ଗଳବାର ଦିନ ଜାମ୍ମୁ ଏବଂ କାଶ୍ମୀରର ପହଲାଗାମ ରେ ଘଟିଥିବା ଭୟଙ୍କର ଆତଙ୍କବାଦୀ ଘଟଣାର ନିନ୍ଦା କରି କହିଛନ୍ତି ଯେ ଏବେ ସମୟ ଆସିଛି ଯେ ଇସଲାମିକ୍ ଜିହାଦୀ ପାକିସ୍ତାନ ଏବଂ ଏହାର କାଶ୍ମୀର ସ୍ଲିପର୍ ସେଲ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ନିଶ୍ଚିତ କରିବା ଏବଂ ଉପତ୍ୟକାରେ ପୁଣି ମୁଣ୍ଡ ଉଠାଇବାକୁ ସାହସ କରୁଥିବା ଧାର୍ମିକ ଆତଙ୍କବାଦରୁ ସଂମ୍ପୂର୍ଣ୍ଣ ଭାବରେ ନଷ୍ଟ କରିବା ।
ସେ କହିଛନ୍ତି ଯେ କାଶ୍ମୀର ଉପତ୍ୟକାର ପହଁଲଗ୍ରାମ ରେ ଯାତ୍ରୀମାନଙ୍କୁ ଯେ ଭଳି ଭାବରେ ଗଣହତ୍ୟା କରା ଯାଇଥିଲା , ତାହା ଅତ୍ୟନ୍ତ ନିନ୍ଦନୀୟ । ଏହି ଅମାନବୀୟ ଘଟଣାରେ ସମଗ୍ର ଦେଶ ଆଶ୍ଚର୍ଯ୍ୟ ଏବଂ କ୍ରୋଧିତ ଏହା ସ୍ପଟ ଭାବରେ ଜଣା ପଡ଼ୁଛି । ସମଗ୍ର ଦେଶ ଏହି ସମୟରେ କ୍ରୋଧିତ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଉଚିତ୍ । ଚଳିତ ମାସ ୨୫ ତାରିଖରୁ ବଜରଙ୍ଗ ଦଳ ବିଶ୍ବହିନ୍ଦୁ ପରିଷଦ ପକ୍ଷରୁ ଦେଶବ୍ୟାପୀ ପ୍ରତାଦ କରାଯାଉଛି । ଏହି କାର୍ଯ୍ୟକ୍ରମରେ ବିଶ୍ୱ ହିନ୍ଦୁ ପରିଷଦ ରାଜ୍ୟ ସହ ସମ୍ପାଦକ ଉମାଶଙ୍କର ଆଚାର୍ଯ୍ୟ ଯୋଗ ଦେଇ କହିଛନ୍ତି ଯେ ନିମାପଡ଼ା ଭଳି ଶାନ୍ତି ପ୍ରିୟ ଜାଗାରେ ବହୁତ ବାଂଗ୍ଲାଦେଶୀ ଅନୁପ୍ରବେଶ କରି ମାନେ ଛଦ୍ମ ବେଶରେ ମିସ୍ତ୍ରୀ, ମହାରଣା ଇତ୍ୟାଦି ବିଭିନ୍ନ ନାମରେ ଆମ ଏରିଆରେ ରହୁଛନ୍ତି । ପ୍ରଶାସନ ଦୃଷ୍ଟି ଦେବାର ଆବଶ୍ୟକତା ରହିଛି ।