ରାଜ୍ୟ

ବିପଦପୂର୍ଣ୍ଣ ଭାବେ ବିଦ୍ୟୁତ ତାର ଟଣାଯାଇଥିବାରୁ ଜଣେ ଯୁବକ ଆହତ

Spread It

ନିମାପଡ଼ା, ୨୭/୪(ଏପିନ୍ୟୁଜ) ନୂଆ ବସଷ୍ଟାଣ୍ଡ ନିକଟରେ ପ୍ରମୋଦ କୁମାର ବରାଳଙ୍କ ଘରର ବାଲକୋନୀ ବାଟଦେଇ ଯାଇଥିବା ବିଦ୍ୟୁତ ତାର ସସ୍ପର୍ଶରେ ଆସିଯିବା ଫଳରେ ଜଣେ ଶ୍ରମିକ ଗୁରୁତର ଆହତହୋଇ ନିମାପଡ଼ା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସାପାଇଁ ପଠାଯାଇଛି। ମିଳିଥିବା ସୂଚନାରୁ ପ୍ରକାଶ ଘର ମାଲିକ ପ୍ରମୋଦ କୁମାର ବରାଳଙ୍କ ପ୍ରତିବାଦ ସତ୍ବେ ବିଦ୍ୟୁତ ବଣ୍ଟନକାରୀ କମ୍ପାନୀ ଘର ବାଲୋକୋନି ବାଟଦେଇ ୧୧କେଭି ବିଦ୍ୟୁତ ଲାଇନ ଟାଣି ଛନ୍ତି।  ଆଜି ଜଣେ ନିରଞ୍ଜନ ମହାରଣା (୪୦) ଶ୍ରମିକ ବାଲକୋନୀରେ  ଅପରାହ୍ନରେ କାମ କରୁଥିବ‌ୋ ସମୟରେ ନିକଟରେ ଥିବା ବିଦ୍ୟୁତ ଆଘାତରେ ଗୁରୁତର ହୋଇଛନ୍ତି। ଶ୍ରମିକ ନିରଞ୍ଜନଙ୍କ ପିଠି, ହାତ ଓଗୋଡ଼ର ସମେତ ଶରୀରର ୪୦ ଭାଗ ଜଳିଯାଇ ଗୁରୁତର ହୋଇଛି। ନିରଞ୍ଜନଙ୍କୁ ତୁରନ୍ତ ନିମାପଡ଼ା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି।  ବିଦ୍ୟୁତ ବଣ୍ଟନକାରୀ କମ୍ପାନୀ ତୁରନ୍ତ କୋଠା ବାଟଦେଇ ଯାଇଥିବା ତାର କୁ ଘୁଞ୍ଚାଇବାକୁ ବଣ୍ଟକାରୀ କମ୍ପାନୀ ନିକଟରେ ଦାବୀ କରିଛନ୍ତି।

Leave a Reply

Your email address will not be published. Required fields are marked *