ଯୁବକସଂଘ ପକ୍ଷରୁ ପହଲଗାଁଓରେ ଆତଙ୍କବାଦୀଙ୍କ ଗୁଳିରେ ପ୍ରାଣ ହରାଇଥିବା ବ୍ୟକ୍ତିମାନଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି
ନିମାପଡ଼ା,୨୮/୪(ଏପିନ୍ୟୁଜ) ନିମାପଡ଼ା ବ୍ଲକ ଅନ୍ତର୍ଗତ ଖେଲାର ଓ ହରିଶପୁର ର ଯୁବକମାନେ ଏକତ୍ରିତ ହୋଇ ପହଲଗାଁଓରେ ଆତଙ୍କବାଦୀଙ୍କ ଗୁଲିରେ ୨୬ ଜଣ ପର୍ଯ୍ୟଟକ ପ୍ରାଣ ହରାଇଛନ୍ତି। ସେମାନଙ୍କ ଭିତରେ ଓଡ଼ିଶାର ପର୍ଯ୍ୟଟକ ଦୁଇଜଣ ଅଛନ୍ତି। ଆତଙ୍କବାଦୀଙ୍କ ଆକ୍ରମଣରେ ପ୍ରାଣ ହରାଇଥିବା ପର୍ଯ୍ୟଟକଙ୍କ ପାଇଁ ହରିଶପୁର ମହାବୀର ମନ୍ଦିର ଠାରୁ ଏକ କ୍ୟାଣ୍ଡେଲ ଶୋଭାଯାତ୍ରା ବାହାରି ଖେଲାର ବଜାର ପରିକ୍ରମା କରି ଖେଲାର ଦୁର୍ଗାମଣ୍ଡପ ଠାରେ ଶେଷ ହୋଇଥିଲା। ମୃତ ପର୍ଯ୍ୟଟକଙ୍କ ଉଦ୍ଦେଶ୍ୟରେ ଗଭୀର ଶ୍ରଦ୍ଧାଞ୍ଜଳି ଦିଆଯାଇଥିଲା। ଆତଙ୍କବାଦୀଙ୍କ ପୁତ୍ତଳିକା ଦାହ କରାଯାଇ ଏଭଳି ନାରକୀୟ ଘଟଣାକୁ ନିନ୍ଦା କରିବାସହ ଦେଶର ଅଖଣ୍ଡ ବାତାବରଣକୁ ନଷ୍ଟ କରୁଥିବା ଆତଙ୍କବାଦୀଙ୍କ ଦୃଢ ହସ୍ତରେ ଦମନ କରିବାକୁ ସରକାରଙ୍କ ନିକଟରେ ଦାବୀ କରିଥିଲେ। ଏହି ଶ୍ରଦ୍ଧାଞ୍ଜଳି ସଭାରେ ବହୁ ଛାତ୍ର,ଯୁବକ, ବୁଦ୍ଧିଜିବୀ ଓ ସମାଜସେବୀ ବହୁସଂଖ୍ୟାରେ ଯୋଗଦେଇଥିଲେ।