ଆମ ଓଡ଼ିଶା, ସମ୍ବାଦ ପକ୍ଷରୁ ସ୍ବାଭିମାନ ଦିବସ ପାଳନ
ନିମାପଡ଼ା,(ଏ.ପି ନ୍ୟୁଜ) ନିକଟସ୍ଥ ତଳଅଣ୍ଢିଆ ବେହେରାସାହିଠାରେ ଥିବା ପିଙ୍ଗଳାକ୍ଷୀ ପବ୍ଲିକ ୱେଲଫାୟାର ଅର୍ଗାନାଇଜେସନ ଦ୍ବାରା ପରିଚାଳତ ପିଙ୍ଗଳାକ୍ଷୀ ବିଇଡ଼ି କଲେଜରେ ଆଜି ଆମଓଡ଼ିଶା ସମ୍ବାଦ ନିମାପଡ଼ା ଶାଖା ପକ୍ଷରୁ ଉତ୍କଳ ଗୈାରବ ମଧୂସୁଦନ ଦାସଙ୍କ ପୁଣ୍ୟ ଜୟନ୍ତୀକୁ ସ୍ବାଭିମାନ ଦିବସ ଭାବେ ପାଳନ କରାଯାଇଛି। ସ୍ବାଭିମାନ ଦିବସ ପାଳନ ପ୍ରାରଭରେ ସଭାପତିଙ୍କ ସମେତ ଅତିଥିମାନଙ୍କ ସହ ବିଇଡ଼ି କଲେଜର ଛାତ୍ରଛାତ୍ରୀନେ ଆମଓଡ଼ିଶାର ସହଯୋଗୀ ବନ୍ଧୁମାନେ ମଧୁବାବୁଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ କରି ପ୍ରଦୀପ ପ୍ରଜ୍ବଳନ କରିଥିଲେ। ଏହି ଅବସରରେ କଲେଜ ସମ୍ମିଳନୀ କକ୍ଷରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା। କଳେଜର ଛାତ୍ରୀମାନେ ଆବାହନୀ ସଂଙ୍ଗୀତ ଗାନ କରିଥିଲେ। ପିଙ୍ଗଳାକ୍ଷୀ ସଂସ୍ଥାର ସଂପାଦକ ଗଗନବିହାରୀ ଦାସଙ୍କ ପୈାରହିତ୍ବରେ ଏକ ସଭା ଆୟୋଜିତ ହୋଇଥିଲା। ପ୍ରାକ୍ତନ ପ୍ରଧ୍ୟାପକ ତଥା ପ୍ରାବନ୍ଧିକ ଗୋବିନ୍ଦ ଚନ୍ଦ୍ର ନାୟକ ମୁଖ୍ୟଅତିଥିଭାବେ ଯୋଗଦେଇ ମଧୁବାବୁଙ୍କ ଓଡ଼ିଆଜାତିର ଜଣେ ମ୍ବାଭିମାନ ମଣିଷ ଥିଲେ ।ତାଙ୍କର ଓଡ଼ିଆଜାତି ପ୍ରତି ଥିବା ଅବଦାନ ସଂପର୍କରେ ଆଲୋକପାତ କରିଥିଲେ। ସ୍ବତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନରେ ମଧୂବାବୁଙ୍କ ବିରାଟ ଭୂମିକା ରହିଛି । ମଧୁବାବୁ ଓକିଲାତି କରିବା ସମୟରେ ସେ ପୁରୀ ରାଜାଙ୍କ ପାଇଁ ଅଦାଲତରେ ଲଢି ବିଜୟୀ ହେବା ଦ୍ବାରା ତାଙ୍କର ଓକିଲାତି କରିବା ସମୟରେ ପ୍ରତିଭା ଦେଖାଇଥିଲେ। ପ୍ରଶାସନିକ ଅଧିକାରୀର ଗୀତିନନ୍ଦା ପଟ୍ଟନାୟକ ଅଧ୍ୟାପି ପ୍ରିୟଙ୍କା ମହାକୁଡ଼, ଛାତ୍ରୀ ଶୁଭଲକ୍ଷ୍ମୀ ନାୟକ, ସାନି ଗାୟତ୍ରୀ ସାହୁ, ପୂର୍ଣ୍ଣମୟୀ ମହାକୁଡ଼, ସଂଧ୍ୟାସୁଧା ନାୟକ ସ୍ବାଗତ ସୈାରଭ ମହାନ୍ତି ମଧୁବାବୁ ଜଣେ ଏକାଧାରରେ ଶିଳ୍ପପତି ସ୍ବାଧୀନତା ସଂଗ୍ରାମୀ ଓକିଲ ଥିଲେ ଆଳୋଚନା କରିଥିଳେ। ଉଦଯାପନୀ ସଂଙ୍ଗୀତ ଉଠକଙ୍କାଳ ଉଦଯାପନୀ ସଂଙ୍ଗୀତ ଗାନ ପରେ କୋଷାଧ୍ୟକ୍ଷ ପଦ୍ମଲୋଚନ ମହାନ୍ତି ଧନ୍ୟବାଦ ଅର୍ପଣ କରି ସଭାସାଙ୍ଗ କରିଥିଲେ।