ଧର୍ମପୀଠରେ ବାଲ୍ୟବିବାହ ରୋକିବାକୁ ଶପଥ ଗ୍ରହଣ
ନିମାପଡା (ଏପିନ୍ୟୁଜ) ଆଜି ଅକ୍ଷୟତୃତୀୟା ପର୍ବ ଅବସରରେ ତଥା ବିବାହଋତୁ ଚାଲିଥିବାବେଳେ ପୁରୀ ଜିଲ୍ଲାରେ ବାଲ୍ୟବିବାହ ରୋକିବା ପାଇଁ ସମାଜମଙ୍ଗଳ ତରଫରୁ ଏକ ସଚେତନତା ଅଭିଯାନ ଆରମ୍ଭ ହୋଇଛି । ଏହି ଅଭିଯାନରେ ବିଭିନ୍ନ ମନ୍ଦିର ମାନଙ୍କରେ ଥିବା ପୂଜକମାନେ ମନ୍ଦିର ପରିଷରରେ ବାଲ୍ୟବିବାହ ମୁକ୍ତ ବ୍ୟାନର ଧରି ଶପଥ ନେଇଛନ୍ତି ଯେ ମନ୍ଦିର ବା ଅନ୍ୟ କୌଣସି ଧାର୍ମିକ ଅନୁଷ୍ଠାନରେ ବାଲ୍ୟ ବିବାହ ହୋଇପାରିବ ନାହିଁ । ଗତ ଦୁଇ ବର୍ଷମଧ୍ୟରେ ସାରା ଭାରତରେ ବ୍ୟାପକ ସଚେତନତା କାର୍ଯ୍ୟକ୍ରମ ମାଧ୍ୟମରେ ଦୁଇଲକ୍ଷରୁ ଅଧିକ ବାଲ୍ୟବିବାହ ବନ୍ଦ କରିବା ସହିତ ସମାପ୍ତ କରିବା ପାଇଁ ଶପଥ ପାଠ କରିଛନ୍ତି । ଏହି କାର୍ଯ୍ୟକ୍ରମକୁ ରୁଚିକା ସମର୍ଥନ ସଂଗଠନ ପରିଚାଳନା କରିଥିଲେ । ଗରପଦା ମହାଦେବ ମନ୍ଦିର, ହରିଶପୁର ହନୁମାନ ମନ୍ଦିର, ଗୋଡିମାଳ ସୁନାପଦା ମହାଦେବ ମନ୍ଦିରରେ ଏହି କାର୍ଯ୍ୟକ୍ରମ ହୋଇଥିଲା । ଏହାକୁ ରୁଚିକା ସମାଜ ସଂଗଠନର ଜିଲ୍ଲା ସଂଯୋଜକ ହେମନ୍ତ ଦାଶ ଓ ନିମାପଡା ବ୍ଲକ ସଂଯୋଜକ ଶୁସାନ୍ତ କୁମାର ପ୍ରଧାନଙ୍କ ସହ ସମସ୍ତ ମନ୍ଦିର ପୂଜକ ଉପସ୍ଥିତ ଥିଲେ ।