ରାଜ୍ୟ

କ୍ୟାବିନରେ ନିଆଁଲାଗି ୪ଲକ୍ଷ ଟଙ୍କା ମୂଳ୍ୟର  ଜିନିଷପତ୍ର ପୋଡ଼ି ପାଉଁଶ

Spread It

ନିମାପଡ଼ା, ୪/୫(ଏ.ପିନ୍ୟୁଜ)  ନିମାପଡ଼ା ପତିତପାବନ ବଜାରରେ ଥିବା ଏକ କ୍ୟାବିନରେ  ଭେରାଇଟି ‌‌ଷ୍ଟୋରରେ ନିଆଁଲାଗି  ସମସ୍ତ ଜିନିଷ ପୋଡ଼ି ପାଉଁଶ ହୋଇଯାଇଛି। ମାତ୍ର ୫ଶହ ମିଟର ଦୂରରେ ଥିବା ଦମକଳ ଆସି ଘଟଣାସ୍ଥଳରେ ପହଁଞ୍ଚିଥିଲେ ମଧ୍ୟ  କ୍ୟାବିନ୍‌ରେ ଥିବା ଭେରାଇଟି ‌ଷ୍ଟୋରକୁ  ନିଆଁ ଦାଉରୁ ରକ୍ଷା କରିପାରିନାହିଁ । ପତିତ ପାବନ ବଜାରରେ ଥିବା ଏକ କ୍ୟାବିନରେ ବିପିନ ସାହୁ ନାମକ ବ୍ୟକ୍ତି ଭେରାଇଟି  ଷ୍ଟୋର କରିଥିଲେ। ସେ ଆଜି ଅପରାହ୍ନ ୩ଟାରେ ଦୋକାନ ବନ୍ଦକରି ଘରକୁ ଖାଇବାକୁ ଯାଇଥିଲେ। ଏହାମଧ୍ୟରେ ନିଆଁ ଲାଗିଥିବା ଖବରପାଇ ଦୋକାନ ନିକଟରେ ପହଁଞ୍ଚିବା ବେଳକୁ ଦୋକାନରେ ଥିବା ୨ଟି ଫ୍ରିଜ, ଫ୍ୟାନ ବିସ୍କୁଟ , ଚକଲେଟ , ପିଭିନ୍ନ କମ୍ପାନୀର ନଡିଆତେଲ ଓ ପେଷ୍ଟ ଇତ୍ୟାଦି ନିତ୍ୟ ବ୍ୟବହାର୍ଯ ଜିତିଷ ପତ୍ର  ପୋଡ଼ି ପାଉଁ‌ଷ ହୋଇଯାଇଛି। ସ୍ଥାନୀୟ  ବଜାର ବାସୀ କେମିତି ନିଆଲାଗିଲା ତାହାର କାରଣ ଜାଣି ପାରୁନାହାଁନ୍ତି। ସର୍ଟ ସର୍କିଟରୁ ନିଆଁ ଲାଗିଥିବା ଅନୁମାନ କରାଯାଉଛି। କ୍ୟାବିନ ସମେତ ପୋଡ଼ିଯାଇଥିବା ସମ୍ପତ୍ତିର ମୂଲ୍ଲ୍ୟ ୫ଲକ୍ଷରୁ ଉର୍ଦ୍ଦ ହେବ। ଦୋକାନ ମାଲିକ ବଜାରରେ କ୍ୟାବିନ ପକାଇ ୬ପ୍ରାଣୀ କୁଟୁମ୍ବ ପୋଷୁଥିଲେ ସେ ଜଣେ  ଗରୀବ ସହୋଇ ଥିବାଏବଂ ଘରେ ତାଙ୍କର ଭାଇ ଜଷର ପକ୍ଷଘାତ ରୋଗୀ ଅଟନ୍ତି । ସେ ବର୍ତ୍ତମାନ ସମୟରେ କିପରି ପରିବାର ର ଭରଣପୋଷର କରିବେ ଚିନ୍ତାରେ ପଡ଼ିଛନ୍ତି।

Leave a Reply

Your email address will not be published. Required fields are marked *