ସାମାନ୍ୟ ବଚସାକୁନେଇ ବୃଦ୍ଧ ବ୍ୟକ୍ତିଙ୍କୁ ମରଣାନ୍ତକ ଆକ୍ରମଣ
ନିମାପଡ଼ା,୧୦/୫(ଏପିନ୍ୟୁଜ) ସ୍ଥାନୀୟ ଉହାଙ୍ଗ ଗ୍ରାମରେ ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ସାମାନ୍ୟ ବଚସାକୁ କେନ୍ଦ୍ରକରି ଜଣେ ବୃଦ୍ଧ ବ୍ୟକ୍ତିଙ୍କୁ ମରଣାନ୍ତକ ଆକ୍ରମଣ କରି ଆହତ କରିଥିବା ପୁଲିସରେ ଅଭିଯୋଗ ହୋଇଛି। ମିଳିଥିବା ସୁଚନାରୁ ପ୍ରକାଶ ଗୈରାଙ୍ଗ କୁମାର ନାୟକଙ୍କ(୬୫) ସହ ସେହି ଗ୍ରାମର ପ୍ରମୋଦ କୁମାର ନାୟକ ମଧ୍ୟରେ ପୂର୍ବରୁ ବିବାଦ ଥିଲା। ସାମାନ୍ୟ ବଚଷାରୁ ଛୁରୀ ଏବଂ ଲୁହାରଡ଼ରେ ଗୌରାଙ୍ଗ ନାୟକଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲା । ବୃଦ୍ଧ ଗୌରାଙ୍ଗ ନାୟକଙ୍କ ଶରୀରର ବିଭିନ୍ନ ସ୍ଥାନରେ କ୍ଷତ ହେବସହ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ତଳେ ପଡ଼ିଯାଇଥିଲେ । ଆହତ ବୃଦ୍ଧ ବ୍ୟକ୍ତିଙ୍କୁ ପରିବାର ଲୋକମାନେ ଚିକିତ୍ସାପାଇଁ ନିମାପଡ଼ା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ଅଧିକ ଚିକିତ୍ସାପାଇଁ କ୍ୟାପିଟାଲ ହସପିଟାଲକୁ ସ୍ତାନାନ୍ତର କରାଯାଇଛି । ଏହି ଘଟଣାକୁ ନେଇ ଆହତ ବୃଦ୍ଧଙ୍କ ପୁତ୍ର ଅଶୋକ ପୁଲିସରେ ଅଭିଯୋଗ କରିଛନ୍ତି। ପୁଲିସ ମାମଲା ରୁଜୁକରି ତଦନ୍ତ ଚଳାଇଛି।