ନିମାପଡ଼ା–ବଳଙ୍ଗା ରାସ୍ତା ମରଣଯନ୍ତା ପାଲଟିଛି
ନିମାପଡ଼ା,୧୨/୫(ଏପିନ୍ୟୁଜ) ମୃତ୍ୟୁର ଫାଶ ବସିଛି ନିମାପଡ଼ା –ବଳଙ୍ଗା ୧୪ କିମି ରାସ୍ତାରେ ରାସ୍ତା ତମାମ ଖାଲଖମାରେ ଭର୍ତ୍ତି । ରାସ୍ତାର ବିଭିନ୍ନସ୍ଥାନରେ ଗର୍ତ୍ତ ସୃଷ୍ଟି ହୋଇଛି । ରାତିବେଳା ରାସ୍ତାରେ ଥିବା ଗର୍ତ୍ତ ଗୁଡ଼ିକରେ ବାଇକ ଚାଳକମାନେ ଫସି ଯାଇ ଦୁର୍ଘଟଣାର ସମ୍ମୁଖୀନ ହୋଇ ଆହତ ହେଉଛନ୍ତି । ଏହି ରାସ୍ତାରେ ଥିବା ବିଭିନ୍ନ ଛକ ସ୍ଥାନମାନଙ୍କରେ ସ୍ଥାନୀୟ ଲୋକମାନେ ଗାଡ଼ିମଟର ଚାଳକଙ୍କୁ ସତର୍କ କରିବାପାଇଁ ତେଲ ଟିଣ ରଖି ତାମଧ୍ୟରେ ଏକ ପତକା ପୋତି ସତର୍କ ସୁଚନା ଦେଉଥିବା ରାସ୍ତା ଯାକ ଦେଖିବାକୁ ମିଳିଛି। ଅମାନିଆ ଯୁବକମାନେ ଏହି ରାସ୍ତାର ଠାଏ ଠାଏ ଲେଖିଛନ୍ତି ଆମଦୁଖଃ ବୁଝିବ କିଏ । ବାରମ୍ବାର ଏହି ରାସ୍ତା ଅବସ୍ଥା ଶୋଚନୀୟ ଦର୍ଶାଇ ତାଳିପକା କାମ କରି ଠିକାଦାର କର୍ମୀମାନେ ମାଲାମାଲ ହେଉଛନ୍ତି ହେଲେ ରାସ୍ତା ଅବସ୍ଥା ଯେପରିଥିଲା ସେହିପରି ଅଛି। ଗତ ସରକାରର ଶେଷ ୫ବର୍ଷ ଏହି ରାସ୍ତାମରାମତି ପୁର୍ନ ନିର୍ମାଣନାମରେ ରାସ୍ତା କଡ଼ରେ ମନମୁତାବ ସିମେଣ୍ଟ ଗାର୍ଡ଼ ୱାଲ ନିର୍ମାଣ କରିବା ରାସ୍ତା ମରାମତିକରି ତାଳିପକା କାମ କରି ଅନ୍ୟୁନ ୨କୋଟି ଟଙ୍କା ନିର୍ଦ୍ଦିଷ୍ଟ ଠିକାଦାର ନାମରେକାର୍ଯ୍ୟାଦେଶ ଦିଆଯାଇ ରାଜକୋଷକୁ ଲୁଟ କରାଯାଇଛି । ବୋଲି ଏହି ଅଞ୍ଚଳର ନେତା ସତ୍ୟବାଦୀ ମହାପାତ୍ର, ପୂର୍ବତନ ସରପଞ୍ଚ ବାବୁଲି ଦାସ, କଂଗ୍ରେସ ସଂଯୋଜକ କାଳନ୍ଦୀ ବାରିକ ଏହି ରାସ୍ତା ମରାମତି ନାମରେ ଆସିଥିବା ଅନୁଦାନର ଭିଜିଲାନସ ତଦନ୍ତ କରିବାକୁ ଦାବୀ କରିଛନ୍ତି। ନିମାପଡ଼ା ଠାରୁ ବଳଙ୍ଗା ପର୍ଯ୍ୟନ୍ତ ୧୪ କିମିରାସ୍ତା ଯାତାୟତ କରିବା ଅନୁପଯୋଗୀ ହୋଇ ପଡ଼ିଥିବାବେଳେ ବିଭାଗ ନୀରବଦ୍ରଷ୍ଟା ସାଜିଛି ବୋଲି ଗଡ଼ତୋରିହଁ ଗ୍ରାମର ଯୁବନେତା ଦିଲିପ ପାତ୍ର ଅଭିଯୋଗ କରିଛନ୍ତି । ଏହି ରାସ୍ତାରେ ନିମାପଡ଼ାରୁ ଭାୟା ବଳଙ୍ଗା ସାତଶଙ୍ଖ ବାଟଦେଇ ଦୈନିକ ୫ଖଣ୍ଡ ଯାତ୍ରୀବାହୀ ବସ ଯାତାୟତ କରୁଛି। ଏହା ସହିତ ବହୁ ମାଲବାହୀ ଟ୍ରକ ପିକଭ୍ୟାନ କାର ଇତ୍ୟା ୪ଚକିଆଯାନ ଯାତାୟତ କରିଥାନ୍ତି। ରାସ୍ତା ଅବସ୍ଥା ଶୋଚନୀୟ ହୋଇଥିବାରୁ ଗାଡିଚାଳକମାନେ ଏହି ରାସ୍ତାପ୍ରତି ମୁହଁ ଫେରାଇଦେଉଛନ୍ତି। ଏବେ ୪ଚକିଆ ଯାନ ଗୁଡ଼ିକୁ ସେହି ରାସ୍ତାରେ ଯିବାକୁ କହିଲେ ଚାଳକମାନଙ୍କୁ ଡ଼ର ଲାଗୁଛି ବୋଲି କହୁଛନ୍ତି । ଏହି ରାସ୍ତା ସଂପର୍କରେ ବିଭାଗୀୟ ସହକାରୀ ଯନ୍ତ୍ରୀ ଏସ.ବି ଜେନା ମତାମତ ନେବାରୁ ଏହି ରାସ୍ତପ୍ରତି ବିଭାଗୀୟ କର୍ତ୍ତୁପକ୍ଷ ଅବଗତ ଅଛନ୍ତି । ନିମାପଡ଼ା –ବଳଙ୍ଗା ୧୪କିମି ରାସ୍ତା ୪୨ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି । ଏହି ରାସ୍ତାକୁ ମଜବୁତ କରିବା ପାର୍ଇ ଫେବର ମେସିନ ମାଧ୍ୟମରେ କଂକ୍ରିଟ କରାଯିବ । ରାସ୍ତା ଟେଣ୍ଡର ପ୍ରକିୟା ମଧ୍ୟରେ ରହିଛି।