ରାଜ୍ୟ

ବେଆଇନ ପଥରଖଣିରେ ପୋଲିସ ଚଢାଉ ଟ୍ରାକ୍ଟର, କଂପ୍ରେସର ମେସିନ ଓ ବିସ୍ଫୋରକ ସାମଗ୍ରୀ ଜବତ, ୪ ଗିରଫ

Spread It

ଖଣ୍ଡପଡା, ୧୨୫ ଖଣ୍ଡପଡା ତହସିଲ ଅଧୁନ ସିଂଘାପଡା ପଂଚାୟତର ବେଡାଙ୍ଗୀ ପଥରଖଣିରୁ ମାଫିଆମାନେ କଂଗ୍ରେସର ମେସିନ ବ୍ୟବହାର କରି ଡ଼ିନାମାଇଟ ସାହାଯ୍ୟରେ ବିସ୍ଫୋରଣ କରି ବେଆଇନ ଭାବେ ବର୍ଷ ବର୍ଷ ଧରି ଲଘୁ ଖଣିଜ ସଂପଦ ଲୁଟ କରି ଆସୁଥିବା ନେଇ ପ୍ରଶାସନ ନିକଟରେ ଅଭିଯୋଗ ହୋଇ ଆସୁଥୁଲା । ଅଭିଯୋଗ ଆଧାରରେ ଖଣ୍ଡପଡା ଏସଡିପିଓ ସଦଳବଳେ ଖଣି ବିଭାଗ ଅଧିକାରୀଙ୍କ ସହ ଘଟଣାସୁଳରେ ଚଢାଉ କରିଥିଲେ । ଚଢାଉ ସମୟରେ ଗୋଟିଏ ନୀଳ ରଙ୍ଗର ଟ୍ରାକ୍ଟର, ଗୋଟିଏ କଂପ୍ରେସର ମେସିନ, ୨୩୮ ଗୋଟି ଆଲୁମିନିୟମ ଡେଟୋନେଟର ସମେତ ବିପୁଳ ପରିମାଣର ବିସ୍ଫୋରକ ସାମଗ୍ରୀ ଜବତ ହୋଇଥିବା ଜଣାପଡିଛି । ଏହି କାରବାରରେ ସଂପୃକ୍ତ ଥୁବା ଅଭିଯୋଗରେ ଭାପୁର ବ୍ଳକ ଅଧୁନ ବଳଦିଆନୂଆଗାଁର ପୀତବାସ ବେହେରା(୫୪), ନିକଟସୁ ପଥରପୁଂଜି ଗ୍ରାମର ଉପେନ୍ଦ୍ର କୁମାର ସାଇଁ(୪୯), ବାଘୁଆପଲ୍ଲୀ ଗ୍ରାମର ସୁଦାମ ମଲ୍ଲିକ(୫୦)ଙ୍କ ସମେତ ସୁଦୂର କେନ୍ଦୁଝର ଜିଲ୍ଲାର ତୁରୁମୁଙ୍ଗା ଥାନା ଅଧୁନ ମଙ୍ଗଳପୁର ଗ୍ରାମର ବେଲାରସେନ ପାତ୍ର ଓରଫ ବାଦଲ (୪୧)ଙ୍କୁ ପୋଲିସ ଗିରଫ କରି ସୋମବାର ଅଦାଲତ ଚାଲାଣ କରିଥିବା ଜଣାପଡିଛି । ଏ ସଂପର୍କରେ ଏକ ମାମଲା ରୁଜୁ ହୋଇଥିବା ଖଣ୍ଡପଡା ଏସଡିପିଓ ମଦନମୋହନ ପ୍ରଧାନଙ୍କ ଠାରୁ ପ୍ରକାଶ । ପୋଲିସର ଏହି ଚଢାଉ ଅଭିଯାନ ପରେ ଖଣ୍ଡପଡା ଅଂଚଳର ବିଭିନ୍ନ ସ୍ଥାନରୁ ଲଘୁ ଖଣିଜ ସଂପଦ ଲୁଟ କରୁଥିବା ମାଫିଆମାନଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି ହୋଇଛି। ଉକ୍ତ ସ୍ଥାନରେ ଦିର୍ଘ ବର୍ଷ ଧରି ବେଆଇନ ଭାବେ ପଥରଖଣି ଚଳାଇଥିବା ମାଷ୍ଟରମାଇଣ୍ଡ ମାଫିଆକୁ ତୁରନ୍ତ ଗିରଫ କରିବାକୁ ସାଧାରଣରେ ଦାବି ହେଉଛି ।

Leave a Reply

Your email address will not be published. Required fields are marked *