ପିପିଲିରେ ପୁଣି ଲଜ୍ଜ୍ୟା, ୭ବର୍ଷର ଶିଶୁକୁ ଦୁଷ୍କର୍ମ କଲା ବଙ୍ଗାଳୀ ଫେରିବାଲା
ପିପିଲି,୧୩/୫:(ଏପିନ୍ୟୁଜ)ପିପିଲି ଅଂଚଳରେ ପୁଣି ଏକ ଦୁଷ୍କର୍ମ ଘଟଣା ଅଂଚଳବାସୀଙ୍କୁ ହତବାକ କରିଛି । ପିପିଲି ପୌରାଂଚଳର ଜନୈକା ୭ବର୍ଷର ନାବାଳିକାଙ୍କୁ ଜଣେ ୬୮ବର୍ଷିୟ ବୃଦ୍ଧ ଦୁଷ୍ମର୍ମ କରିବା ଘଟଣା ପିପିଲିରେ ଆଲୋଡ଼ନ ସୃଷ୍ଟି କରିଛି । ଗତ ଦୁଇମାସ ମଧ୍ୟରେ ଏହା ତୃତୀୟ ଦୁଷ୍କର୍ମ ଘଟଣା । ପିପିଲି ଅଂଚଳରେ ମାର୍ଚ୍ଚ ୨୨ତାରିଖରେ ଜଣେ ନବମ ଶ୍ରେଣୀ ଛାତ୍ରୀକୁ ଜଣେ ସଂକୀର୍ତନ କଳାକାର ଦୁଷ୍କର୍ମ କରି ୫ମାସ ଗର୍ଭବତୀ କରାଇବା ଓ ସେହିମାସ ୩୧ତାରିଖରେ ୭ବର୍ଷିୟା ନାବାଳିକାକୁ ପିଉସା ଦୁଷ୍କର୍ମ କରିବା ଘଟଣା ଲୋକଙ୍କ ମନରୁ ନ ଲିଭୁଣୁ ପୁଣି ନାବାଳିକା ଦୁଷ୍କର୍ମ ଘଟଣା ଅଂଚଳବାସୀଙ୍କର ଚିନ୍ତାର କାରଣ ହୋଇଛି । ପିଡ଼ିତାଙ୍କ ପରିବାରର ଅଭିଯୋଗ ଅନୁସାରେ ଅଭିଯୁକ୍ତ ବୃଦ୍ଧ ବଙ୍ଗାଳୀ ଫେରିବାଲା ତାଙ୍କ ଘର ପାଖରେ ଭଡ଼ାରେ ରହୁଥିଲେ । ଝିଅଟି ରବର ବ୍ୟାଣ୍ଡ କିଣିବାକୁ ଉକ୍ତ ଫେରିବାଲା ଘରକୁ ଯାଇଥିଲା । ତେବେ ଏକୁଟିଆର ସୁଯୋଗ ପାଇ ଉକ୍ତ ବୃଦ୍ଧ ଫେରିବାଲା ନାବାଳିକାଙ୍କୁ ଦୁଷ୍କର୍ମ କରିଥିଲା । କାହା ଆଗରେ ନକହିବାକୁ ଫେରିବାଲା ଝିଅକୁ ଧମକ ଦେଇଥିଲା । ତେବେ ନାବାଳିକା ଜଣକ ଅସୁସ୍ଥ ହେବା ସହ ରକ୍ତସ୍ରାବ ଓ ଯନ୍ତ୍ରଣା ହେବାରୁ ତାଙ୍କ ମା’ଙ୍କୁ ସେ ସବୁକଥା କହିଥିଲା । ପରିବାର ଲୋକେ ପିଡ଼ିତାଙ୍କୁ ତୁରନ୍ତ ପିପିଲି ହସ୍ପିଟାଲକୁ ନେଇଥିଲେ । ନାବାଳିକାଙ୍କୁ ଦୁଷ୍କର୍ମ କରାଯାଇଥିବା ଡାକ୍ତର କହିବାରୁ ପରିବାର ଲୋକେ ତୁରନ୍ତ ଥାନାର ଦ୍ୱାରସ୍ଥ ହୋଇଥିଲେ । ପୁଲିସ ଏନେଇ ଏକ ମାମଲା ରୁଜୁ କରିବା ସହ ପଶ୍ଚିମବଙ୍ଗ ମେଦିନପୁର ଜିଲ୍ଲା ଖାକୁରଦା ଥାନା ସାବଳା ଗାଁର ଶେଖ ବରେଲି(୬୮)ଙ୍କୁ ପୁଲିସ ଗିରଫ କରଛି । ପିଡ଼ିତା ଓ ଅଭିଯୁକ୍ତର ଡାକ୍ତରୀ ମାଇନା କରାଯିବ ଓ ପରେ ଅଭିଯୁକ୍ତକୁ ପୁରୀ ସ୍ୱତନ୍ତ୍ର(ପୋସ୍କ)କୋର୍ଟକୁ ଚାଲାଣ କରାଯିବ ବୋଲି ପୁଲିସ କହିଛି ।