ରାଜ୍ୟ

ମହିଳା ଓ ପ୍ରସୂତି ବିଭାଗ ଚାଲିଛି ପ୍ରକ୍ସି ଡ଼ାକ୍ତର ଯୋଗୁଁ

Spread It

ନିମାପଡ଼ା,୧୩/୫(ଏପିନ୍ୟୁଜ) ନିମାପଡ଼ା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଏକ ରେଫରାଲ ହସପିଟାଲର ମାନ୍ୟତା ମିଳିଛି । ନିମାପଡ଼ା ସବଡ଼ିଭିନାଲ ହେଡ଼କ୍ବାଟର ମୁଖ୍ୟ ଡ଼ାକ୍ତର ଖାନା । କିନ୍ତୁ ଏହି ଡ଼ାକ୍ତରଖାନାରେ ମହିଳା ଓ ପ୍ରସୁତି ବିଭାଗର ବିଶେଷଜ୍ଞ ଡ଼ାକ୍ତର ନଥିବାରୁ ପ୍ରକ୍ସିରେ ଚାଲିଛି ମହିଳା ପ୍ରସୁତି ବିଭାଗ । ଦୈନିକ ୬୦ରୁ ଉର୍ଦ୍ଧ୍ବ ରୋଗୀ ମହିଳା ଏବଂ ପ୍ରସୂତି ବିଭାଗକୁ ଚିକିତ୍ସାପାଇଁ ଆସୁଥିଲେ । ଏହି ଡ଼ାକ୍ତର ଖାନାରେ ସ୍ତ୍ରୀ ରୋଗ ବି‌‌‌ଶେଷଜ୍ଞ ଡ଼ାକ୍ତରଙ୍କୁ ସରକାର ଅନ୍ୟତ୍ର ବଦଳି କରିଦେଇଥିବାରୁ ନିମାପଡ଼ା ଡ଼ାକ୍ତରଖାନାରେ ରୋଗୀ ସଂଖ୍ୟା କମିଛି । ରୋଗୀ ସରକାରୀ ଡ଼ାକ୍ତର ଖାନାରୁ ପ୍ରସୁତି ରୋଗୀମାନେ ଉଚିତ ସେବା ପାଉନଥିବାରୁ ସେମାନଙ୍କ ସଂଖ୍ୟା କମିବାରେ ଲାଗିଛି । ବହୁଦାବୀପରେ ସ୍ବାସ୍ଥ୍ୟ ବିଭାଗ ମହିଳା ପ୍ରସୁତି ବିଭାଗର ବିଶେଷଜ୍ଞ ଡ଼ାକ୍ତଙ୍କ ବଦଳରେ ଡ଼ିପ୍ଲୋମା ଧାରୀ ଡ଼ାକ୍ତରଙ୍କୁ ସପ୍ତାହକୁ ୩ ଦିନ ଏବଂ ନିକଟସ୍ଥ ଚାରିଛକ ଡ଼ାକ୍ତରଖାନାର ସ୍ତ୍ରୀ ରୋଗ ବି‌ଶେଷଜ୍ଞ ଡ଼ାକ୍ତରଙ୍କୁ ଗୋଟିଏ ଦିନ ନିମାପଡ଼ା ଡ଼ାକ୍ତରଖାନାରେ  କାମଚଳାଇବା ପାଇଁ  ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀ  ନିର୍ଦ୍ଦେଶ ଦେଇଛନ୍ତି। ସ୍ବାସ୍ଥ୍ୟ କେନ୍ଦ୍ର ପ୍ରବେଶ ବହିରେ ୬ମାସ ପୁର୍ବେ ୩ଶହ ମହିଳା ଓ ପ୍ରସୂତି ରୋଗୀ ଚିକିତ୍ସା ପାଇଁ ଆସୁଥିଲା ବେ‌ଳ ବର୍ତ୍ତମାନ ରୋଗୀ ସଂଖ୍ୟା ଶହେରୁ ୧୨୦ରେ ପହଁଞ୍ଚିଛି । ରୋଗୀମାନଙ୍କ ଭରଷା ପାଉନାହିଁ ନିମାପଡ଼ା ମହିଳା ଓ ପ୍ରସୂତି ବିଭାଗ ଉପରେ । ନିମାପଡ଼ା ଡ଼ାକ୍ତରଖାନାକୁ ଦୈନିକ ରୋଗୀ ସଂଖ୍ୟା ଏକହଜାର ଅତିକ୍ରମ କରିଥିବାବେଳେ ସେହି ଅନୁପାତରେ ଡ଼ାକ୍ତରଙ୍କ ସଂଖ୍ୟା ବଢୁନାହିଁ। ଅତିକମରେ ନିମାପଡ଼ା ଡ଼ାକ୍ତଖାନାରେ ୨୦ ଜଣ ଡ଼ାକ୍ତର ଆବଶ୍ୟକତା ଥିବାବେଳେ ନିଯୁକ୍ତ ପାଇଛନ୍ତି ୭ ଜଣ ଡ଼ାକ୍ତର। ଶିଶୁ ବିଶେଷଜ୍ଞ, ମହିଳା ବିଭାଗରେ ଜଣେ ଡ଼ିପ୍ଲୋମା ଡ଼ାକ୍ତର ଏବଂ ସାଧାରଣ ଡ଼ାକ୍ତର ୫ ଜଣ ଅଛନ୍ତି।  ଅସ୍ତରଙ୍ଗ ଓ କୋଣାର୍କ ଠାରୁ ନିମାପଡ଼ା  ପର୍ଯ୍ୟନ୍ତ ରୋଗୀମାନେ ନିମାପଡ଼ା ଡ଼ାକ୍ତରଖାନକୁ ଚିକିତ୍ସା ପାଇଁ ଆସୁଛନ୍ତି । କିନ୍ତୁ ବିଭିନ୍ନ ବିଭାଗରେ ବିଷେ‌ଶଜ୍ଞ ଡ଼ାକ୍ତର ନଥିବାରୁ  ଓ ରୋଗୀମାନଙ୍କୁ ଭୁବନେଶ୍ବର ପଠାଇ ଦିଆଯାଉଛି। ନିମାପଡ଼ା ଡ଼ାକ୍ତଖାନାରେ ମେଡ଼ିସିନ, ସର୍ଜରୀ , ସ୍ତ୍ରୀରୋଗ ବିଶେଷଜ୍ଞ ଡ଼ାକ୍ତରଙ୍କ ଆବଶ୍ୟକତା ରହିଛିବୋଲି ଇନଚାର୍ଯ ଡ଼ାକ୍ତର ଶିଶୁ ରୋଗ ବିଷେଶଜ୍ଞ ପ୍ରବୀଣ ଜେନା କହିଛନ୍ତି। ଏବଂ ଡ଼ିଜିଟାଲ ଏକ୍ସରେ ଏବଂ ଅଲଟ୍ରାସାଉଣ୍ଡ ମେସିନର ଜରୁରୀ ଆବଶ୍ୟକତା ରହିଛି ରୋଗୀ କଲ୍ୟାଣ ସମିତିର ସଭ୍ୟ ସନ୍ତୋଷ ଓଝା  କହିଛନ୍ତି। ଚଳିତ ମାସ ୮ତାରିଖରେ ମାନ୍ୟବର ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ରାତି ୧୦ଟା ସମୟରେ ଉତ୍ସବକୁ ଯିବାବାଟରେ  ଅଚାନକ ନିମାପଡ଼ା ଡ଼ାକ୍ତରଖାନାରେ ପ୍ରବେଶକରି ୱାର୍ଡ଼ ପରିଦର୍ଶନକରି ସ୍ଥିତି ପରକ୍ଷୀଥିଲେ। ୱାର୍ଡ଼ରେ ରହି ଚିକିତ୍ସିତ ହେଉଥିବା ରୋଗୀମାନେ  ପ୍ରବଳ ଗରମ ଓ ଗୁଳିଗୁଳିରେ  ରହି ପାରୁନଥିବା ଉପ ମୁଖ୍ୟମଖ୍ୟମନ୍ତ୍ରୀ ଙ୍କ ନିକଟରେ  ଅଭିଯୋଗ କରିଥିଲେ  ଏବଂ ୱାର୍ଡ଼ରେ ଶୀତତାପ ନିୟନ୍ତ୍ରୀତ ଯନ୍ତ୍ର ଲଗାଇବାକୁ ଅନୁରୋଧ କରିଥିଲେ। ଉପମୁଖ୍ୟମନ୍ତ୍ରୀ ପରିଡ଼ା  ଲଗାହେବ ବୋଲି ରୋଗୀମାନଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି।

Leave a Reply

Your email address will not be published. Required fields are marked *