ଜାତୀୟରାଜନୀତିରାଜ୍ୟ

ଜାତୀୟ ପରାମର୍ଶ ଦାତା ଅଜିତ ଡ଼ୋଭାଲଙ୍କୁ ଭାରତ ରତ୍ନ ପ୍ରଦାନ କରିବାକୁ କୃଷକ ନେତାଙ୍କ ଦାବୀ

Spread It


ଭୁବନେଶ୍ୱର,(ଏ.ପି ନ୍ୟୁଜ) ଭାରତର ଜାତୀୟ ପରାମର୍ଶ ଦାତା ଅଜିତ କୁମାର ଡ଼ୋଭାଲଙ୍କୁ ଭାରତର ସର୍ବୋଚ୍ଚ ସମ୍ମାନ ଭାରତରତ୍ନ ପ୍ରଦାନ କରିବା ପାଇଁ ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମାଦିଙ୍କ ଚିଠି ଲେଖି ଅନୁରୋଧ କରିଛନ୍ତି ରାଜ୍ୟ ବିଜେପି କିଶାନ ମୋର୍ଚ୍ଚା ରାଜ୍ୟ ସଂପାଦକ ପ୍ରଶାନ୍ତ କୁମାର ସ୍ୱାଇଁ । କିଶାନ ମୋର୍ଚ୍ଚା ରାଜ୍ୟ ସଂପାଦକ ଶ୍ରୀ ସ୍ୱାଇଁ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଲେଖିଥିବା ଚିଠିରେ ଉଲେଖ କରିଛନ୍ତି ଶ୍ରୀ ଡ଼ୋଭାଲ ୧୯୬୮ ମସିହା କେରଳ ରାଜ୍ୟ କ୍ୟାଡ଼ରର ଜଣେ ପୁଲିସ ଅଧିକାରୀ ଅଟନ୍ତି । ସେ ପାଞ୍ଚ ଦଶନ୍ଧିରୁ ଅଧିକ ସମୟ ହେଲା ଦେଶର ସାର୍ବଭୈାମତ୍ୱ ଓ ଜାତୀୟ ସୁରକ୍ଷା ପ୍ରତି ଧ୍ୟାନ ଦେଇ ଆସୁଛନ୍ତି । ତାଙ୍କର ଉଲେଖନୀୟ କୃତୀତ୍ୱମଧ୍ୟ ରେ ରହିଛ ପାକିସ୍ଥାନରେ ରିକ୍ସା ଚଳାଇ ଗୁପ୍ତଚର କାମ କରିବା , ୧୯୮୮ ମସିହାରେ ସୁରକ୍ଷା ଅଭିଯାନ ବ୍ଲାକ ଥଣ୍ଢର, ଇରାକରୁ ଭାତୀୟ ନାଗରିକମାନଙ୍କୁ ଉଦ୍ଧାର, ୨୦୧୯ରେ ବାଲକୋଟ ,ଏଆର ଷ୍ଟ୍ରାଇକ ତାଙ୍କ ନେୃତ୍ୱରେ ହୋଇଥିଲା । ତାଙ୍କର କୃତିତ୍ୱ ମଧ୍ୟରେ ମିଜୋରାମ ସରକାରଙ୍କ ପକ୍ଷରୁ ଶାନ୍ତି ପୁରଷ୍କାର । ପ୍ରଥମ ପୁଲିସ ଅଦିକାରୀଭାବରେ କୀର୍ତ୍ତି ଚକ୍ରରେ ସମ୍ମାନୀତ ହୋଇଥିଲେ । ସେ ଦେଶର ସର୍ବୋଚ ତଦନ୍ତ କାରୀ ସଂଥା ଆଇ.ବି ର ନିର୍ଦ୍ଦେଶକ ସମେତ ଦେଶର ସୁରକ୍ଷାପାଇଁ ବହୁ ଦାୟିତ୍ୱ ନେଇ ସଫଳତାର ସହ ସମ୍ପନ୍ନ କରିଛନ୍ତି । ୨୦୧୪ ମସିହାରୁ ଜାତୀୟ ସୁରକ୍ଷା ପରାମର୍ଶ ଦାତା ଭାବେ ସୀମାପାର ଆତଙ୍କବାଦ ବିରେଶଧୀ ଅଭିଯାନ ଏବଂ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି । ୨୦୧୯ ଭାରତର ବିମାନ ଚାଳକ ଅଭିନନ୍ଦନ ବର୍ଦ୍ଧନଙ୍କୁ କୁଟନୀତି ପ୍ରୟୋଗକରି ପାକିସ୍ଥାନ ଠାରୁ ଛଡ଼ାଇ ନେଇ ଆସିଥିଲେ । ଭାରତର ବୈଦଶିକ ନୀତି କୁ ବିଶ୍ୱସ୍ତରୀୟ କରିଛନ୍ତି ଅଜିତ ଡୋଭାଲ । ୨୦୨୦ ମସିହାରେ ମିଆଁମାରୁ ୨୨ଜଣ ଉଗ୍ରବାଦୀ ନେତାଙ୍କୁ ହସ୍ତାନ୍ତର କରିବାପାଇଁ ଆଲୋଚନାରେ ପ୍ରମୁଖ ଭୂମିକା ନେଇଥିଲେ । ଅଜିତ ଡୋଭାଲଙ୍କ ଭଲି ପୁଲିସ ଅଧିକାରୀଙ୍କର ଦେଶଭକ୍ତିର ପଟାନ୍ତର ନାହିଁ ତାଙ୍କର ଅସାଧାରଣ ସେବା ବିଚିକ୍ଷଣ ବୁଦ୍ଧିସମ୍ପର୍ଣ୍ଣ ବ୍ୟକ୍ତିଙ୍କୁ ଭାରତ ରତ୍ନ ଉପାଧୀ ଦିଆଗଲେ ତାଙ୍କ ଅବଦାନକୁ ସମ୍ମାନ୍ନିତ କରିବ ନାହିଁ ବରଂ ଆଗମୀ ପିଢିଙ୍କୁ ଜାତିର ସେବାପାଇଁ ପ୍ରେରଣା ଯୋଗାଇବ । ଶ୍ରୀ ସ୍ୱାଇଁ ଡ଼ୋଭାଲଙ୍କ ନାମକୁ ମହାମହିମ ରାଷ୍ଟ୍ରପତିଙ୍କ ନିକଟରେ ସୁପାରିଶ କରିବାକୁ ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ରମୋଦିଙ୍କ ନିକଟକୁ ପତ୍ର ଲେଖି ନିବେଦନ କରିଛନ୍ତି ।

Leave a Reply

Your email address will not be published. Required fields are marked *