ଦୀଘା ଜଗନ୍ନାଥ ଧାମ ମନ୍ଦିରକୁ ଜଗନ୍ନାଥ ଧାମ କରିବା ଉଦ୍ୟମକୁ ବିଶ୍ବହିନ୍ଦୁ ପରିଷଦ ନାପସନ୍ଦ
ବିଶ୍ଵ ହିନ୍ଦୁ ପରିଷଦ, ଓଡିଶା (ପୂର୍ବ) ଯୋଜନାନୁକ୍ରମେ ବିଶ୍ଵ ହିନ୍ଦୁ ପରିଷଦର ଅନ୍ତରାଷ୍ଟ୍ରୀୟ ମହାମନ୍ତ୍ରୀ ମାନନୀୟ ବଜରଙ୍ଗ ଲାଲ ବାଗଡ଼ାଙ୍କ ଦୁଇ ଦିନିଆ ଓଡିଶା ଗସ୍ତ ସମୟରେ ଭୁବନେଶ୍ଵର ସାମ୍ବାଦିକ ସମ୍ମିଳନୀଠାରେ ଓଡ଼ିଶାର କିଛି ଆଞ୍ଚଳିକ ସମସ୍ୟା ତଥା ସମ୍ପ୍ରତି ଦେଶରେ ଚାଲିଥିବା ଭାରତ ପାକିସ୍ତାନ ଯୁଦ୍ଧ, ହିନ୍ଦୁ ଧର୍ମ, ମଠ, ମନ୍ଦିର, ମହନ୍ତଙ୍କ ସୁରକ୍ଷା ବିଷୟ ସହ ନିମତ୍ତ ଆହୁରି ଅନେକ ବିଷୟ ଉପରେ ସାମ୍ୱାଦିକମାନଙ୍କ ସହ ସେ ଚର୍ଚ୍ଚା ଆଲୋଚନା କରିଥିଲେ । ଯଥା :-
ଶ୍ରୀ ଜଗନ୍ନାଥ ମନ୍ଦିରର ଶୃଙ୍ଖଳିତ ଦର୍ଶନ ପ୍ରଶାସନ ଓ ଭକ୍ତମାନଙ୍କ ନିମିତ୍ତ ସମୁଚିତ ବ୍ୟବସ୍ଥା ଶୀଘ୍ରାତିଶୀଘ୍ର କରାଯାଉ। ଶ୍ରୀ ଜଗନ୍ନାଥ ଧାମ ଓ ମହୋଦଧିକୁ ନେଇ ମମତା ବାନାର୍ଜୀଙ୍କ ବିଭ୍ରାନ୍ତିକର ବୟାନକୁ ସମ୍ମାଲୋଚନା କରିଛନ୍ତି । ସ୍ବାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀଙ୍କ ନିର୍ମମ ହତ୍ୟାର ଅପରାଧିମାନେ ଦଣ୍ଡ ନପାଇ ଥିବାରୁ ଓଡ଼ିଶାର ଅଗଣିତ ସାଧୁସନ୍ଥ, ହିନ୍ଦୁସମାଜ ଓ ବନାଞ୍ଚଳରେ ଉପକୃତ ହୋଇଥିବା ଅସଂଖ୍ୟ ବନବାସୀ ବୃନ୍ଦ ଅତ୍ୟନ୍ତ ଅସନ୍ତୁଷ୍ଟ । ବର୍ତ୍ତମାନର ଶାସନ ଏହାର ସମୁଚିତ ବିଧାନ କରି ଅତି ଶୀଘ୍ର ସ୍ବାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀଙ୍କ ହତ୍ୟାକାରୀମାନଙ୍କୁ ଜନସମାଜ ସମ୍ମୁଖରେ ଉପସ୍ଥାପିତ କରି ବିହିତ ଦଣ୍ଡ ବିଧାନ କରିବା ପାଇଁ ଦାବୀ କରୁଅଛି । ୧୯୬୦/୬୧ ରେ ପ୍ରବର୍ତ୍ତିତ ଗୋରକ୍ଷା ଓ ଗୋ-ହତ୍ୟା ନିଷେଧ ଆଇନ ଅତ୍ୟନ୍ତ ଶିଥିଳ ହୋଇଥିବାରୁ ଗୋ-ହତ୍ୟାକାରୀମାନେ ଦଣ୍ଡ ନପାଇ ଅଧିକରୁ ଅଧିକ ଗୋ-ହତ୍ୟାରେ ବ୍ରତୀ ହେଉଛନ୍ତି । ବିଶ୍ବ ହିନ୍ଦୁ ପରିଷଦ ସମ୍ପୂର୍ଣ୍ଣ ଗୋ-ହତ୍ୟା ନିରୋଧ ଆଇନ ପାରିତ କରି ଓଡ଼ିଶାରେ ଏହାକୁ କଡ଼ାକଡ଼ି ଲାଗୁ କରିବା ପାଇଁ ଦାବୀ କରୁଛି । ଓଡ଼ିଶାରେ ଧର୍ମାନ୍ତିକରଣ ସମ୍ପୂର୍ଣ୍ଣ ନିଷେଧ କରିବା ସଙ୍ଗେ ସଙ୍ଗେ ଓଡ଼ିଶାର ବିଭିନ୍ନ ସ୍ଥାନରେ ଅନଧିକୃତ ବାଙ୍ଗଲାଦେଶୀ ମୁସଲମାନ, ରୋହୀଙ୍ଗିଆ ପ୍ରଭୃତିଙ୍କୁ ନିଷ୍କାସନ କରିବା ପାଇଁ ବିଶ୍ଵ ହିନ୍ଦୁ ପରିଷଦ ଦୃଢ଼ ଦାବୀ କରୁଛି । ଲଭ୍ ଜେହାଦ, ଲ୍ୟାଣ୍ଡ ଜେହାଦ ଓ ନକ୍ରୋଟିକ୍ ଜେହାଦ ବା ନିଶା ଦ୍ରବ୍ୟ ଦ୍ଵାରା ଯୁବ ସମାଜକୁ ବିଭ୍ରାନ୍ତ କରିବା ଓ ନିରୀହ ଅଳ୍ପ ବୟସ୍କ ବାଳିକାମାନଙ୍କୁ ମିଥ୍ୟା ପ୍ରଲୋଭନ ଦେଇ ସେମାନଙ୍କ ଜୀବନ ପ୍ରତି ଖେଳ ଖେଳିବା ସଙ୍ଗେ ସଙ୍ଗେ ବହୁଳ ଭାବେ ହତ୍ୟା ଆଦି ଜଘନ୍ୟ ଅପରାଧ ଦ୍ଵାରା ଘୋର ସାମାଜିକ ବିଘଟନ ସୃଷ୍ଟି କରୁଥିବାରୁ ବିଶ୍ଵ ହିନ୍ଦୁ ପରିଷଦ ଓଡିଶାରେ ଏଥିପାଇଁ କଠୋର ଆଇନ୍ ପ୍ରଣୟନ କରି ହିନ୍ଦୁ ଯୁବତୀମାନଙ୍କ ଜୀବନ ରକ୍ଷା କରନ୍ତୁ ବୋଲି ସରକାରଙ୍କ ନିକଟରେ ଦାବୀ କରୁଛି । ସମସ୍ତ ମଠ, ମନ୍ଦିରକୁ ସରକାରୀ ନିୟନ୍ତ୍ରଣ ମୁକ୍ତ କରାଯାଉ। ଓଡ଼ିଶାରେ ଗୋ ସେବା ଆୟୋଗ ଗଠନ କରାଯାଉ । ଆଜିର ଏହି ସାମ୍ବାଦିକ ସମ୍ମିଳନୀରେ ବିଶ୍ଵ ହିନ୍ଦୁ ପରିଷଦ, ଓଡିଶା (ପୂର୍ବ)ର ରାଜ୍ୟ ସଭାପତି ପ୍ର. ପ୍ରଫୁଲ୍ଲ ମିଶ୍ର, ରାଜ୍ୟ କାର୍ଯ୍ୟକାରୀ ସଭାପତି ପବିତ୍ର କୁମାର ସ୍ବାଇଁ, ବିଶ୍ଵ ହିନ୍ଦୁ ପରିଷଦର ରାଜ୍ୟ ସହ-ସମ୍ପାଦକ ଉମାଶଙ୍କର ଆଚାର୍ଯ୍ୟ, ଭୁବନେଶ୍ୱର ଜିଲା ସଭାପତି ପ୍ରଦୀପ ମହାନ୍ତି, ବଜରଙ୍ଗ ଦଳ ପ୍ରାନ୍ତ ସଂଯୋଜକ ପ୍ରଭାତ ତ୍ରିପାଠୀ, ପ୍ରାନ୍ତ ସଙ୍ଗଠନ ସମ୍ପାଦକ ଶରତ ଚନ୍ଦ୍ର ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ ।