ଧାନ କିଣାରେ ସାମିଲ ହେଉ ଏଫ.ପି.ଓ
ନିମାପଡ଼ା, ୧୬/୫(ଏପିନ୍ୟୁଜ) ଓଡିଶାର ଚାଷୀ ସମୁଦାୟର ସ୍ବାର୍ଥର ସୁରକ୍ଷା ଦିଗରେ ଏକ ଗୁରୁତ୍ବପୁର୍ଣ୍ଣ ପଦକ୍ଷେପ ନେଇ ବିଜେପି କିଷାନମୋର୍ଚ୍ଚା ରାଜ୍ୟ ସଂପାଦକ ପ୍ରଶାନ୍ତ କୁମାର ସ୍ବାଇଁ ମୁଖ୍ୟ ମନ୍ତ୍ରୀ ଉଦ୍ଦେଶ୍ୟରେ ଏକ ସ୍ମାରକ ପତ୍ର ପ୍ରଦାନ କରିଛନ୍ତି । ଧାନ ସଂଗ୍ରହ ବ୍ୟବସ୍ଥାରେ ସଂସ୍କାର ଆଣିବାପାଇଁ କେତେକ ସଂସ୍କାର ଆଣିବାପାଇଁ ଅନୁରୋଧ କରିଛନ୍ତି। ମିଲର ଓ ମଧ୍ୟସ୍ଥିମାନେ କଟଣୀ ଛଟଣି ନାମରେ ୬ରୁ -୧୦ କିଲୋଗ୍ରାମ ଧାନ କାଟି ରଖୁଛନ୍ତି। ଭାଗଚାଷୀମାନେ ନିର୍ଦ୍ଦିଷ୍ଟ ସମର୍ଥନ ମୂଲ୍ୟ (ଏମ.ଏସ.ପି) ୨୩ଶହ ଟଙ୍କା ଇନପୂଟ ସହୟତା ତୁଳନାରେ ବହୁ କମଦରରେ ମଧ୍ୟସ୍ତିମାନଙ୍କୁ ବିକ୍ରି କରିଦେଉଛନ୍ତି ଏହି ଶୋଷଣ ଦ୍ବାରା ଚାଷୀଙ୍କ ଆୟକୁ ହ୍ରାସ କରୁଛି। ଏଫପିଓ ଙ୍କୁ ଧାନ ସଂଗ୍ରହ ଅଧିକାର ନିବଦ୍ଧିତ ଚାଷୀ ଉତ୍ପାଦକ ସଂଗଠନ ମାନଙ୍କୁ ଏମ.ଏସ.ପିରେ ସିଧାସଲଖ ଧାନ ସଂଗ୍ରହ କରିବାକୁ ଅନୁମତି ଦିଆଯାଉଏବଂ ସେମାନଙ୍କୁ ଧାନ ସଂଗ୍ରହ କେନ୍ଦ୍ର ଓପି-ପାସ (ଫ୍ୟାଡ଼ି ପ୍ରୋକ୍ୟୁରମେଣ୍ଟ ଅଟୋମେଶନ ସିଷ୍ଟମ) ସହ ସଂଯୋଗ କରାଯାଉ। ଏଫପିଓ ପରିଚାଳିତ ମିଲପାଇଁ ସହୟତା ଓ ଏଫପିଓ ଛୋଟ ଚାଉଳ ମିଲ କରିବାପାଇଁ ସରକାରୀ ଜମି ବଣ୍ଟନ, ସହଜ ରୁଣ ଓ ସରଳ ଲାଇସେନ୍ସ ପ୍ରଦାନ କରାଯାଉ । ଏହି ସଂସ୍କାରଗୁଡ଼ିକ ଚାଷୀଙ୍କ ଆୟ ବୃଦ୍ଧି, ସ୍ବଚ୍ଛତା ନିଶ୍ଚିତ କରିବା ଗ୍ରାମୀଣ ରୋଜଗାର ସୃଷ୍ଟି ଓ ରାଜ୍ୟରେ କୃଷି ବ୍ୟବସ୍ଥା ସୃଦୃଢ ହୋଇପାରିବ। ଦୀର୍ଘ ମିଆଦି ଯୋଜନାରେ ଓଡ଼ିଶାର ୮୦ ପ୍ରତିଶତ ଧାନ ଉତ୍ପାଦନ କରିବାର ରୂପରେଖ ମୁଖ୍ୟମନ୍ତ୍ରୀଙ୍କୁ ଦିଆଯାଇଛି ଚାଷୀ ହେଉଛନ୍ତି ଆମରାଜ୍ୟର ମେରୁଦଣ୍ଡ । ଚାଷୀଙ୍କ ଏବେ ବି ଶୋଷଣର ଶିକାର ହେଉଛନ୍ତି । ଏହିସବୁ କୁ ଦୃଷ୍ଟି ଦିଆଗଲେ ପ୍ରଧାନମନ୍ତ୍ରୀ ଆତ୍ମନିର୍ଭରଶୀଳ ଭାରତ ସଂକଳ୍ପ ଅନୁଯାୟୀ ଏକ ଜାତୀୟ ମଡ଼େଲ ସ୍ଥାପନ ହୋଇ ପାରିବ ଶ୍ରୀ ସ୍ବାଇଁ କହିଛନ୍ତି।