ରାଜ୍ୟ

ଶିକ୍ଷା ବିଭାଗର ମୁଖ୍ୟ ପଦବୀ ଖାଲି। କାମଚଳାଇବା ପାଇଁ ଅଛନ୍ତି ୟୁ.ପି. ସ୍କୁଲର ପ୍ରଧାନ ଶିକ୍ଷକ

Spread It

 

ନିମାପଡ଼ା, ୧୬/୫(ଏପିନ୍ୟୁଜ) ସରକାର ଶିକ୍ଷାକୁ ପୂର୍ଣ୍ଣ ଗୁରୁତ୍ବ ପ୍ରଦାନ କରି ନୂତନ ଶିକ୍ଷାନୀତି ପ୍ରଚଳନ କରିଛନ୍ତି । ରାଜ୍ୟ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ନିଜ ବ୍ଲକ ନିମାପଡ଼ାରେ ଶିକ୍ଷା ମଣ୍ଡଳ ଅଧିକାରୀ ସମେତ ୩ ସହକାରୀ ଶିକ୍ଷା ଅଧିକାରୀ ପଦଖାଲି ପଡ଼ିଛି। ଶିକ୍ଷା ମଣ୍ଡଳରେ ଶିକ୍ଷା କ୍ଷେତ୍ରରେ ପ୍ରଶାସନିକ ସ୍ତରରେ ନିଷ୍ପତି ନେବାକୁ କୈାଣସି ଅଧିକାରୀ ନାହାଁନ୍ତି । ତେଣୁ ନିମାପଡ଼ା ଶିକ୍ଷା ମଣ୍ଡଳରେ ଅଚଳା ଅବସ୍ଥା ଲାଗିରହିଛି। ସୁଚନାଯୋଗ୍ୟ ନିମାପଡ଼ା ଶିକ୍ଷାମଣ୍ଡଳ ଅଧିକାରୀଙ୍କୁ ସହଯୋଗ କରିବାପାଇଁ ତିନିଜଣ ସହକାରୀ ଶିକ୍ଷା ମଣ୍ଡଳ ଅଧିକାରୀ ପଦବୀ ରହିଛି। ଶିକ୍ଷା ମଣ୍ଡଳ ଅଧିକାରୀ ପଦୋନ୍ନତି ପାଇ ଅନ୍ୟତ୍ର ଚାଲିଯାଇଥିବାବେଳେ ସହକାରୀ ଶିକ୍ଷା  ମଣ୍ଡଳ ଅଧିକାରୀ  କାର୍ଯ୍ୟରୁ ଅବସର ନେଇ ଯାଇଛନ୍ତି । ପଦବୀ ଗୁଡ଼ିକ ଖାଲି ପଡ଼ିଛି। ନିମାପଡ଼ା ଶିକ୍ଷା ମଣ୍ଡଳରେ କାମ ଚଳାଇବା ପାଇଁ ତୁଳସୀପୁର ଉପ୍ରା ସ୍କୁଲ ପ୍ରଧାନ ଶିକ୍ଷକଙ୍କୁ ସାମୂହିକ ଅସ୍ଥାୟୀଭାବେ ମଣ୍ଡଳ ଶିକ୍ଷା ଅଧିକାରୀ ପନବୀରେ ଅସ୍ଥାପିତ କରାଯାଇଛି । ଶିକ୍ଷା ମଣ୍ଡଳ ଅଧିକାରି ଓ ତାଙ୍କ ସହକାରୀମାନେ ବିଦ୍ୟାଳୟ ଗୁଡ଼ିକ ପରିଦର୍ଶନ କରିବା, ସୁଚନା ଅଧିକାର ଆଇନର ତଦାରଖ କରିବା, ମଧ୍ୟାହ୍ନଭୋଜନ ଯୋଜନା ରେ ବିଦ୍ୟାଳୟ ଗୁଡ଼ିକ ପରିଦର୍ଶନକରି ରେକର୍ଡ଼ ଗୁଡ଼ିକ ତନଖି କରିବା ଇତ୍ୟାଦି ଶିକ୍ଷା ମଣ୍ଡଳ ଅଧିକାରୀଙ୍କ କାର୍ଯ୍ୟ ଏବଂ ମଣ୍ଡଳ ଅଧିକାରୀ ଙ୍କ ସହକାରୀମାନଙ୍କ ମଧ୍ୟରେ କାର୍ଯ୍ୟବଣ୍ଟାଯାଇଥାଏ। । ସୁଚନାରୁ ଜଣାଯାଏ ଊପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ନିମାପଡ଼ାରେ ଶିକ୍ଷା ବିଭାଗରେ କରୁଣ ପରିସ୍ଥିତି ସଂପର୍କରେ ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶକଙ୍କୁ ପତ୍ର ଲେଖିଥିଲେ । ସେହି ଅନୁସାରେ ଗଣଶିକ୍ଷା ବିଭାଗ ଗୋପ ବ୍ଲକର ସହକାରୀ ମଣ୍ଡଳ ଅଧିକାରୀ ପୁଷ୍ପାମିତ୍ରା ମିଶ୍ରଙ୍କୁ ନିମାପଡ଼ା ଶିକ୍ଷା ମଣ୍ଡଳରେ ସହକାରୀ ଭାବେ ଯୋଗଦେବାକୁ  ଚିଠି ନଂ ୧୧୮୮୦ ତା ୨୫ ,ଏପ୍ରିଲ ୨୦୨୫ରେ ଗଣଶିକ୍ଷା ବିଭାଗ ଅତିରିକ୍ତ ଶାସନ ସଚିବ ଚିଠି ଲେଖିଥିଲେ ।  ନିର୍ଦ୍ଦେଶର୧୫ ଦିନ ବତ୍ତିଯାଇଥିଲେ ମଧ୍ୟ ଉପମୁଖ୍ୟ ମନ୍ତ୍ରୀଙ୍କ ବ୍ଲକରେ ଶିକ୍ଷା ଅଧିକାରୀ ପଦବୀ ଖାଲି ପଡ଼ିଛି।

Leave a Reply

Your email address will not be published. Required fields are marked *