ବିଧାୟିକା, ବିଡ଼ିଓଙ୍କ ଅନୁପସ୍ଥିତିରେ ପଞ୍ଚାୟତ ସମିତି ବୈଠକ
ନିମାପଡ଼ା, ୧୬/୫(ଏପିନ୍ୟୁଜ) ନିମାପଡ଼ା ପଞ୍ଚାୟତ ସମିତିର ଏକ ବୈଠକ ଆଜି ବ୍ଲକ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ଗ୍ରାମାଞ୍ଚଳରେ ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରିବାରେ ବିଡ଼ିଓଙ୍କ ଭୁମିକା ଗୁରୁତ୍ବପୂର୍ଣ୍ଣ ରହିଛି। ବିଧାୟିକା ବୈଠକରେ ଉପସ୍ଥିତରହି ସରକାର ପ୍ରସ୍ତୁତ କରୁଥିବା ବିଭିନ୍ନ ଜନହିତକାରୀ ଯୋଜନା ସଂପର୍କରେ ପଞ୍ଚାୟତ ପ୍ରତିନିଧିମାନଙ୍କୁ ଅବଗତ କରାଇବା ସହ ବ୍ଲକରେ କିଭଳି ବିକାଶ କାର୍ଯ୍ୟକ୍ରମ ଚାଲୁଛି ଦିଗଦର୍ଶନ ଓ ପରାମର୍ଶ ଦେଇଥାନ୍ତି। କିନ୍ତୁ ଆଜି ଅନୁଷ୍ଠିତ ପଞ୍ଚାୟତ ସମିତି ବୈଠକରେ ଉଭୟ ଅନୁପସ୍ଥିତ ଥିବାରୁ ବୈଠକ କେବଳ ନାମକୁ ମାତ୍ର ଚାଲିଥିଲା। ଖାଦ୍ୟ ସୁରକ୍ଷା ଆଇନରେ ଥିବା ଖାଉଟି କାର୍ଡ଼, ଅନ୍ତୋଦୟ ଆବାସ ଯୋଜନା, ପ୍ରଜଣ୍ଡ ଗ୍ରୀଷ୍ମ ପ୍ରବାହ କାରଣରୁ ନିମାପଡ଼ାରେ ପିଇବା ପାଣି ସମାସ୍ୟା ବସୁଧା ଯୋଜନାରେ ନିମାଣ କରାଯାଇଥିବା ଜଳଯୋଗାଣ ପ୍ରକଳ୍ପଗୁଡ଼ିକରେ ଖରାପ ପାଣି ଯୋଗାଣ ସଂପର୍କରେ, ବିହନ ଯୋଗାଣ ଏବଂ ରାଜସ୍ବ ସଂକ୍ରାନ୍ତିୟ ଆର/ଆର ସମାସ୍ୟା ଇତ୍ୟାଦି ସଂପର୍କରେ ଆଲୋଚନା କରିବା ପାଇଁ ଏଜେଣ୍ଡା ସ୍ଥିର ହୋଇଥିଲା। ପୂର୍ବତନ ବ୍ଲକ ଅଧ୍ୟକ୍ଷ ତଥା ପୁରୀ ଜିଲା ୧୯ନଂ ଜିଲାପରିଷଦ ସଭ୍ୟ ପ୍ରଦିପ୍ତ ଖଟେଇ ଆଲୋଚନାରେ ଅଶଂଗ୍ରହଣ କରି କହିଥିଲେ ବ୍ଲକରେ ଯେତେ ଗୁଡ଼ିଏ ନିର୍ମାଣ କାର୍ଯ୍ୟକରାଯାଉଛି ସେଗୁଡ଼ିକ ଅତି ନିମ୍ନମାନର କାର୍ଯ୍ୟ ହେଉଛି। ସଭ୍ୟମାନଙ୍କୁ ନେଇ ଏକ କମିଟି ଗଢାଯାଇ ଉନ୍ନୟନ କାର୍ଯ୍ୟର ତଦରଖ କରାଯାଉ। ନୂଆସନ୍ଥ ସରପଞ୍ଚ ପ୍ରଫୁଲ କୁମାର ସ୍ବାଇଁ କହିଥିଲେ ସମଗ୍ର ଶିକ୍ଷା ଯୋଜନାରେ କୋହ୍ଲାଣା ପ୍ରାଥମିକ ବିଦ୍ୟାଳୟ ପାଇଁ ୧୩ ଲକ୍ଷ ଟଙ୍କା ଅନୁଦାନ ଆସିଛି ହେଲେ ପାତରଅନ୍ତର କରି କାର୍ଯ୍ୟ ଆରମ୍ଭ ହେଉନାହି ଓ ଟେଣ୍ଡର କରାଯାଉନାହିଁ। ଶିଘ୍ର ଏହି କାର୍ଯ୍ୟ କରାନଗଲେ ସେ ଧାରଣା ଦେବେବୋଲି ପ୍ରକାଶ କରିଥିଲେ। ୨୦ନଂ ଜିଲାପରିଷଦ ସଭ୍ୟ ଅଭିଯୋଗ କରିଥିଲେ । ଅନ୍ତୋଦୟ ଆବାସ ଯୋଜନାରେ ବ୍ଳକ କର୍ମଚାରୀମାନେ ବିଜେପି ସମର୍ଥିତ ସଦମର୍ଥକମାନଙ୍କ ଘରକୁ ଯାଇ କର୍ମଚାରୀମାନେ ଫଟ ଉଠାଇ ଜିଓ ଟ୍ୟାଗ କରୁଛନ୍ତି। ଅଥଚ ଗରୀବ ହିତାଧିକାରୀ ଯୋଜନାର ସୁଫଳ ପାଉନଥିବା ଅଭିଯୋଗ କରିଥିଲେ। ଏହି ବୈଠକରେ ପଞ୍ଚାୟତ ସମିତି ଅଧ୍ୟକ୍ଷ ବ୍ଲକ ଉପାଧ୍ୟକ୍ଷ ଅନୁସୟା ମହାନ୍ତି, ଜଗତସିଂପୁର ସାସଂଦ ପ୍ରତିନିଧି ପୂର୍ଣ୍ଣ ଚନ୍ଦ୍ର ଓଝା, ଅତିରିକ୍ତ ବିଡ଼ିଓ ପ୍ରିୟଦର୍ଶନୀ ବରାଳ, ସହକାରୀ ଯନ୍ତ୍ରୀ ସୁନୀଲ କୁମାର ନନ୍ଦ, ବ୍ଲକ ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ବନ୍ଦିତା ଦଳସିଂ। ବୈଠକ ଆରମ୍ଭ ସମୟରେ କିଛି ଗଣମାଧ୍ୟମ ପ୍ରତିନିଧି ବୈଠକ ହଲରେ ବସିଥିଲେ। ସମ୍ମିଳନୀ କକ୍ଷରେ ବସିଥିବା ଗଣମାଧ୍ୟମ ପ୍ରତିନିଧିଙ୍କୁ ଲକ୍ଷ୍ୟକରି ସାସଂଦ ପ୍ରତିନିଧି ଶ୍ରୀ ଓଝା କହିଥିଲେ ସମ୍ବାଦିକମାନେ ଫଟୋ ସଂଗ୍ରହକରି ଯାଆନ୍ତୁ ସମ୍ମିଳନୀ କକ୍ଷରୁ ଯାଆନ୍ତୁ ପଞ୍ଚାୟତ ସମିତି ବୈଠକ ଆରମ୍ଭ ହେବ। ଜୈନିକ ନେତାଙ୍କ ପ୍ରରୋଚନାରେ ବୈଠକକୁ ଭଣ୍ଡୁର କରିବାକୁ ଉଦ୍ୟମ ହେଉଥିବା ଭୋକ ବିକଳରେ ତାଟିଆ କାମୁଡ଼ୁଛନ୍ତି ବୋଲି କର୍ମଚାରୀ ମାନେ କହିଛନ୍ତି। ଏତାଦୃଶ ମନ୍ତବ୍ୟକୁ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ବୈଠକ ନିମନ୍ତ୍ରଣ କରି ଅଧ୍ୟକ୍ଷଙ୍କ ନୀରବ ଦ୍ରଷ୍ଟାକୁ ସାଜିବା ଘଟଣାକୁ ସମ୍ବାଦିକମାନେ ସମାଲୋଚନା କରିଛନ୍ତି।