ରାଜ୍ୟ

ଜାତୀୟ ଡ଼େଙ୍ଗୁ ଦିବସ ପାଳନ

Spread It

ପୁରୀ(ଏପିନ୍ୟୁଜ)କମଳାଦେବୀ ମାତୃମଙ୍ଗଳ ସହରାଞ୍ଚଳ ଡ଼ାକ୍ତରଖାନାର ସଭାଗୃହରେ ଅତିରିକ୍ତ ଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ବିନୋଦ ବିହାରୀ ରଥଙ୍କ ଅଧ୍ୟକ୍ଷତାରେ ଏକ ସତର୍କ ଓ ସଚେତନତା ମୂଳକ ସଭା ପୁରୀ ସହରର ଆଶାକର୍ମୀ ଓ ସ୍ୱାସ୍ଥ୍ୟକର୍ମୀ ମାନଙ୍କୁ ନେଇ ଡ଼େଙ୍ଗୁ ଦିବସ ପାଳିତ ହୋଇଯାଇଛି । ଏହି ସଭାରେ ଡ଼େଙ୍ଗୁ ଦିବସ ପାଳନର ପ୍ରକୃତ ଉଦ୍ଦେଶ୍ୟ ସମ୍ବନ୍ଧରେ ପୁଙ୍ଖାନୁପୁଙ୍ଖ ଆଲୋଚନା ହୋଇଥିଲା । ସଚେତନତା କାର୍ଯ୍ୟକ୍ରମକୁ କିଭଳି ତ୍ୱରାନ୍ନିତ କରାଯିବ ପ୍ରତ୍ୟେକ ଘରକୁ ଘର ପରିଦର୍ଶନ କରି ସରକାରୀ ସ୍ତରରେ ମକ୍ଟଳରଥିବା ସୁବିଧା ସୁଯୋଗ ବିସ୍ତୁତ ଅଲୋଚନା କରିଥିଲେ । ଡ଼େଙ୍ଗୁ ରୋଗର ପ୍ରତିଷେଧକ ଟୀକା ଏବଂ ସଠିକ ଔଷଧ ମଧ୍ୟ ଏଯାଏଁ ଉପଲବ୍ଧ ନାହିଁ । ସରକାରଙ୍କ ନିୟମାବଳୀ ମାନି ଚାଲିଲେ ଅନେକାଂଶରେ ଡ଼େଙ୍ଗୁରୋଗ ଠାରୁ ଦୂରେଇ ରହିପାରିବା ।

Leave a Reply

Your email address will not be published. Required fields are marked *