ଜାତୀୟରାଜନୀତିରାଜ୍ୟ

ନିମାପଡ଼ାରେ ଉପମୁଖ୍ୟମନ୍ତ୍ରୀଙ୍କ ‌ପ୍ରଭାତୀ ପରିଡ଼ାଙ୍କ ନେ‌ତୃତ୍ବରେ ୫ କିମି ବ୍ୟାପୀ ବିଶାଳ ତ୍ରିରଙ୍ଗା ଯାତ୍ରା

Spread It

ନିମାପଡ଼ା ୧୭/୫(ଏପିନ୍ୟୁଜ) ଅପରେଶନ ସିନ୍ଦୁରର ସଫଳତାରେ ଭାରତୀୟ ଆକାଶ ବାହିନୀ ସୈାର୍ଯ୍ୟ ଓ ସାହାସ ପରାକ୍ରମ ଦେଖାଇ ପାକିସ୍ଥାନର ଆତଙ୍କବାଦୀ ଆଡ଼୍ଡ଼ା ଗୁଡ଼ିକୁ ଧ୍ବସଂ କରିଦେଲେ ବୀର ଜବାନଙ୍କ ସମ୍ମାନ ଜଣାଇବା ପାଇଁ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ନେତୃତ୍ବରେ ଆଜି ଅପରାହ୍ନରେ ଝଣ୍ଡା ଉଚ୍ଚରହେ ଆମରା ଦେଶତ୍ମବୋଧକ ସଙ୍ଗୀତର ତାଳେତାଳେ ବିଶାଳ ତ୍ରିରଙ୍ଗା ଯାତ୍ରା ଅନୁଷ୍ଠିତ ହୋଇଥିଲା। ଯାତ୍ରା ନିମାପଡ଼ା ସ୍ଥାନୀୟ  ହାଟବଜାର ନିକଟରେ ଥିବା ପୂର୍ଣ୍ରେଶ୍ବର ମହାଦେବ ଯାତ୍ରା ଆରମ୍ଭ କରାଯାଇ ଦୀର୍ଘ ୫କିମି ବାଟ ତ୍ରିରଙ୍ଗା ପଦଯାତ୍ରା ନିମାପଡ଼ା- କୋଣାର୍କ ରାସ୍ତାର ଦିଘାଳୋ ଠାରେ ଥିବା ନୀଳକଣ୍ଠେଶ୍ବର ମହାମନ୍ଦିର ଠାରେ ସଂଧ୍ୟାରେ ଶେଷ ହୋଇଥିଲା। ୫କିମି ତ୍ରିରଙ୍ଗା ପଦଯାତ୍ରାରେ ହଜାର ହଜାର ମହିଳା, ଏନ.ସି.ସି, ସ୍କାଉଟ, ଗାଇଡ଼ର ଛାତ୍ରଛାତ୍ରୀ, ବହୁ ସଂଖ୍ୟକ ସ୍ବେଚ୍ଛାସେବୀ ସଂଗଠନର ସଭ୍ୟସଭ୍ୟା ଓ ଶହଶହ ସଂଖ୍ୟାରେ ସାଧାରଣ ଜନତା ଓ ଯୁବକମାନେ ଯୋଗଦେଇଥିଲେ। ତ୍ରିରଙ୍ଗା ଯାତ୍ରାରେ ସରକାରୀ କର୍ମଚାରୀ ଓ ଅଧିକାରୀମାନେ ଯୋଗଦେଇଥିଲେ।

Leave a Reply

Your email address will not be published. Required fields are marked *