ବେଆଇନ ଡ଼ମ୍ଫର ଚଳାଚଳ ଉପରେ ଅଙ୍କୁଶ ଲଗାଇବାକୁ ଦାବି
ନିମାପଡ଼ା (ଏପିନ୍ୟୁଜ) ପୁର୍ତ୍ତ ବିଭାଗ ପକ୍ଷରୁ ନିମାପଡ଼ା ତଳଅଣ୍ଡିଆ ଠାରୁ ଦୋଳବେଦୀ ଛକ ପର୍ଯ୍ୟନ୍ତ ୩କିମି ପର୍ଯ୍ୟନ୍ତ ରାସ୍ତା ନବୀକରଣ କରାଗଲା । ଏହି ରାସ୍ତାର ୧କିମି ରାସ୍ତା ସିମେଣ୍ଟ କଂକ୍ରିଟର ରାସ୍ତା ନିର୍ମାଣ ହୋଇଛି । ସିମେଣ୍ଟ କଂକ୍ରିଟ ରାସ୍ତା ଇଞ୍ଚ ଉଚ୍ଚତା କରାଯାଇଛି । ଏହି ରାସ୍ତାରେ ୧୬ ଚକିଆ ହାଇୱାରେ ୫୦ ଟନରୁ ଉର୍ଦ୍ଧ୍ବ ମାଲ ପରିବହନ ହେଉଛି। ପରିବହନ ବିଭାଗ ଧୃଷ୍ଟି ଦେଉନଥିବାରୁ ପୁର୍ତ୍ତ ବିଭାଗ ନିର୍ମାଣ କରୁଥିବା ରାସ୍ତାର ସ୍ଥାୟିତ୍ୱ ପ୍ରତି ଆଶଙ୍କା ସୃଷ୍ଟି ହୋଇଛି । ନିମାପଡ଼ାର ବିଭିନ୍ନ ସ୍ଥାନରେ ରାସ୍ତା ମରାମତି ଓ ନିର୍ମାଣ କାର୍ଯ୍ୟ ପାଇଁ ଭାରୀଯାନ ଚଳାଚଳ ଉପରେ ନିଷେଧାଦେଶ ଲଗାଯାଉନି । ବଡ଼ବଡ଼ ଟ୍ରକ ଡ଼ମ୍ଫର ମାନେ ଆବଶ୍ୟକତା ଠାରୁ ଅଧିକ ମାଲ ନେଇ ଯାତାୟାତ କରୁଛନ୍ତି ଡ଼ମ୍ଫର ଗୁଡ଼ିକରେ ୧୫ଟନ୍ରୁ ୨୦ଟନ୍ ବୁହା ଯିବା କଥା କିନ୍ତୁ ଅମାନ୍ୟ ଭାବରେ ୧୨ଚକିଆ, ଷୋଳଚକିଆ ଡ଼ମ୍ଫର ଓ ଭାରୀଯାନ ଗୁଡ଼ିକରେ ଅଧିକ ଟନର ସାମଗ୍ରୀ ବୁହାଯାଉଛି । ନୂତନ ଭାବେ ପୁର୍ତ୍ତ ବିଭାଗ ନିର୍ମାଣ କରୁଥିବା ଗୁଡ଼ିକ ଅଧିକ ଓଜନର ମାଲ ପରିବହନ କରୁଥିବାରୁ ନୂତନ ନିର୍ମାଣ ଓ ରାସ୍ତା ମରାମତି ହୋଇଥିବା ରାସ୍ତାଗୁଡ଼ିକର ଦୁଇପାର୍ଶ୍ବ ଦବିଯାଇ ପୁଣି ଖାଲଖମା ସୃଷ୍ଟି ହୋଇଛି । ମରାମତି ହବାର ୧ ବର୍ଷ ନପୂରୁଣୁ ନୂତନ ରାସ୍ତା ମରାମତିର ଆବଶ୍ୟକତା ପଡ଼ିଲାଣି । ନିମାପଡ଼ା ରାଜସ୍ୱ ବିଭାଗ ଅଧିନରେ ଥିବା ଭାର୍ଗବୀ ନଦୀଗୁଡ଼ିକରେ ଥିବା ବାଲିଘାଟ ଗୁଡ଼ିକରୁ ବେଆଇନଭାବେ ବାଲି ଉତ୍ତୋଳନ କରାଯାଇ ପୁରୀସହର ସମେତ ପୁରୀ ଓ ଖୋର୍ଦ୍ଧା ଜିଲାରେ ବିଭିନ୍ନ ସ୍ଥାନକୁ ହାଇୱା ଯୋଗେ ପଠାଯାଉଛି । କଟକ ଏବଂ ଜଗତସିଂପୁର ଜିଲାରେ ଥିବା ବେଆଇନ ବାଲିଘାଟରୁ ବଡ଼ବଡ଼ ହାଇୱାରେ ନିମାପଡ଼ାରୁନିଆଳୀ, ଚାରିଛକ,କାକଟପୁର ରାସ୍ତାରେ ପ୍ରଚୁର ବାଲି ବୁହାଯାଉଛି । ରାସ୍ତାର ଅବସ୍ଥା ଶୋଚନୀୟ ସ୍ଥିତିକୁ ଆସିଯାଇଛି । ଅନ୍ୟପକ୍ଷରେ ଏହି ଗାଡ଼ିଗୁଡ଼ିକ ଦିନବେଳା ବାଲି,ଗୋଡ଼ି,ମୋରମ,ପିଚୁ, ମେଟାଲ କିମ୍ବା ପଥର ପରିବହନ କଲାବେଳେ ଧୂଳି,ବାଲି ଓ ପଥର ଗୁଣ୍ଡ ଉଡ଼ିବାରୁ ମୁଖ୍ୟ ରାସ୍ତାରେ ଯାତାୟତ କରୁଥିବା ଲୋକ ନାକେଦମ୍ ହେଉଛନ୍ତି । ଏହି ସବୁ ପଦାର୍ଥ ପରିବହନ ସମୟରେ ତାହା ଘୋଡ଼ାଇ କରି ନେବାର ନିୟମ ଥିବାବେଳେ ତାହାକୁ କେହି ପାଳନ କରୁନଥିବା ଦେଖିବାକୁ ମିଳୁଛି । ଚୋରାବାଲି ଯାତାୟତ ବେଳେ ପରିବହନ ବିଭାଗ,ଖଣିବିଭାଗ ,ପୋଲିସ ନିରବଦ୍ରଷ୍ଟା ସାଜିଛନ୍ତି । ଫେରିବା ବେଳେ ଦ୍ରୁତଗତିରେ ବେପାରୁଆ ଗାଡ଼ି ଚାଳନା ଯୋଗ ବିଭିନ୍ନ ସ୍ଥାନରେ ଦୁର୍ଘଟଣା ଘଟି ଜୀବନହାନୀ ଘଟୁଛି ଏବଂ ବାଲି ପରିବହନ ବେଳେ ବାଲି ଉଡି ଯାନବାହାନ ଚଳାଉଥିବା ଚାଳକଙ୍କ ଆଖିରେ ପଡ଼ିବାରୁ ବହୁ ବାଇକ, ସାଇକେଲ ଚାଳକ ଦୁର୍ଘଟଣାରେ ପଡ଼ି ଆହତ ହେଉଛନ୍ତି । ନିମାପଡ଼ାରୁ ଚାରିଛକ ଅଭିମୁଖେ ପ୍ରତିଦିନ ସଂଖ୍ୟାଧିକ ଏଭଳି ଗାଡ଼ି ଚଳାଚଳ ଯୋଗୁ ବହୁ ଲୋକ ଆହତ ହୋଇ ଚକ୍ଷୁ ସମସ୍ୟାର ସମ୍ମୁଖୀନ ହୋଇ ଖର୍ଚ୍ଚାନ୍ତ ହେଉଛନ୍ତି । ଜନସାଧାରଣଙ୍କ ସୁରକ୍ଷା ଦୃଷ୍ଟିକୋଣରୁ ଜିଲା ପରିବହନ ବିଭାଗ ସ୍ଥାନୀୟ ତହସିଲ ଓ ପୁଲିସ ପ୍ରଶାସନ ଏଥିପ୍ରତି ଗୁରୁତ୍ୱ ଦେବାକୁ ଦାବି ହୋଇଛି ।