ରାଜ୍ୟ

ସମ୍ବାଦରେ ବଳଙ୍ଗା ରାସ୍ତା ବିପର୍ଯ୍ୟସ୍ତ ଖବର ପ୍ରକାଶ ପାଇବାପରେ ପୁର୍ତ ବିଭାଗ ଯନ୍ତ୍ରୀଙ୍କୁ ଜନତାଙ୍କ ଦାବୀ ପତ୍ର

Spread It

ନିମାପଡ଼ା, ୧୯/୫(ଏପିନ୍ୟୁଜ) ସମ୍ବାଦରେ ନିମାପଡ଼ା–ବଳଙ୍ଗା ୧୪ କିମି ରାସ୍ତା ଅବସ୍ଥା ବିପର୍ଯ୍ୟସ୍ତ ଖବର ଗତ ୧୮ ତାରିଖରେ ପ୍ରକାଶ ପାଇବାପରେ ସାଧାରଣ ଜନତାଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇ ପୁର୍ତ ବିଭାଗ ଅଧିକ୍ଷଣ ଯନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ନିମାପଡ଼ା ସହକାରୀ ଯନ୍ତ୍ରୀ ଶକ୍ତିବ୍ରତ ଜେନାଙ୍କୁ ରାସ୍ତା ପୁର୍ନ ନିର୍ମାଣ ଓ ପ୍ରସସ୍ତି କରଣ କାର୍ଯ୍ୟ ଶିଘ୍ର ଆରମ୍ଭ କରିବାକୁ ଏକ ଦାବିପତ୍ର ପ୍ରଦାନ କରାଯାଇଥିଲା। ଏହି ରାସ୍ତାଟି ପୁରୀ ଜିଲା ମୁଖ୍ୟାଳୟକୁ ସଂଯୋଗକରୁ ଥିବା ମୁଖ୍ୟ ଓ ଗୁରୁତ୍ବପୁର୍ଣ୍ଣ ରାସ୍ତା ଅଟେ । ଏହି ରାସ୍ତାର ଅଧିକାଶଂ ସ୍ଥାନରେ ପିଚୁ ଉଠିଯାଇ ଖାଲଖମା ମାନ ସୃଷ୍ଟି ହୋଇଛି। ରାସ୍ତା ଅବସ୍ଥା ଖରାପ ହୋଇଯାଇଥିବାରୁ ପ୍ରତ୍ୟେହ ଛୋଟବଡ଼ ଦୁର୍ଘଟଣାଘଟି ଚାଳକମାନେ ଆହତ ହେଉଥିବା ନଜର ରହିଛି। ନିମାପଡ଼ାରୁ ପୁରୀକୁ ସଂଯୋଗ କରୁଥିବା ଏହି ରାସ୍ତାରେ ଦୈନଦିନ ଶତାଧିକ ଯାନବାହାନ ଚଳାଚଳ କରିଥାଏ। ଆଗକୁ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ଆସୁଥିବାରୁ ଏହି ରାସ୍ତା ଚଳଚଞ୍ଚଳ ହୋଇପଡ଼ିବ, ଏବଂ ରାସ୍ତା ପୁର୍ନ ନିର୍ମାଣ ନହେଲେ ତୀର୍ଥଯାତ୍ରୀ ମାନେ ଗୁରୁତର ସମସ୍ୟାରେ ସମ୍ମୁଖୀନ ହେବା ସହ ଟ୍ରାଫିକ ସମସ୍ୟା ଦେଖାଦେବାର ଆଶଙ୍କା ରହିଛି। ତେଣୁ ବିଭାଗୀୟ ଅଧିକାରୀ ତୁରନ୍ତ ଦୃଷ୍ଟି ଦେବାକୁ ଦାବୀ ପତ୍ରରେ ଉଲେଖ କରାଯାଇଛି। ସେହିଭଳି ସାଧାରଣ ଜନତାଙ୍କ ପକ୍ଷରୁ ଦୀର୍ଘ ୮ମାସ ହେବ କେନାଲରେ ଜଳସେଚନବିଭାଗ ପକ୍ଷରୁ ପାଣି ଛଡ଼ାଯାଇନଥିବାରୁ ନିମାପଡ଼ା ଉପଖଣ୍ଡ ଅଞ୍ଚଳରେ ଜଳକଷ୍ଟ ସମସ୍ୟା ତୀବ୍ର ହେବାରେ ଲାଗିଛି। କେନାଲରେ ପାଣି ଛଡ଼ାଯାଉନଥିବାରୁ ନଦୀନାଳ ଗଡ଼ିଆ ପୋଖରୀ ଯୋର ଇତ୍ୟାଦି ଶୁଖିଲା ପଡ଼ିଛି। କେନାଲରେ ପାଣି ନଥିବାରୁ ଭୂତଳ ଜଳସ୍ତର ସାଂଘାତିକଭାବେ ୧୦ ମିଟର ତଳକୁ ହ୍ରାସ ପାଇଛି। ଫଳରେ ସଂଖ୍ୟାଧିକ ନଳକୂପ ଅଚଳହୋଇ ପଡ଼ିଛି। ପାଣି ସମସ୍ୟା ନିମାପଡ଼ାରେ ଗୁରୁତର ଆକାର ଧାରଣ କରିଛି ଖାଲି ମନୁଷ୍ୟ ନୁହେଁ ପଶୁପକ୍ଷୀମାନେ ପାଣିମୁନ୍ଦେ ପିଇବା ପାଇଁ ପାଉନାହାଁନ୍ତି, ବହୁ ସ୍ଥାନରେ ବସୁଧା ଯୋଜନା ବସାଯାଇଥିବା ପାଇପ ୱାଟର ଯୋଗାଣରେ ଭଲ ପାଣି ଆସୁନଥିବାରୁ ସେଗୁଡ଼ିକ ବସ୍ତୁତଃ ଅଚଳ ହୋଇପଡ଼ିଛି। ଜଳସେଚନ ବିଭାଗ ଦୃଷ୍ଟି ଦେଇ ତୁରନ୍ତ ନିମାପଡ଼ା ଶାଖା କେନାଲ, ଗୋପ ବ୍ରାଞ୍ଚ କେନାଲ, କୁଣ୍ଢେଇ ବ୍ରାଞ୍ଚ କେନାଲ, ଚନ୍ଦନପୁର ବ୍ରାଞ୍ଚ କେନାଲ‌ ଗୁଡ଼ିକରେ ପାଣି ଛାଡ଼ିବାକୁ ଦାବୀପତ୍ର ଦିଆଯାଇଛି। କେନାଲରେ ପାଣି ଆସିଲେ ନିମାପଡ଼ା ଅଞ୍ଚଳରେ ଜଳକଷ୍ଟ ସମସ୍ୟା ଅନକାଶଂରେ ଦୂରହୋଇପାରିବ ବୋଲି ସାଧାରଣ ଜନତାଙ୍କ ପକ୍ଷରୁ ଆଦର୍ଶ ଦାଶ, ସାମ୍ବାଦିକ ଶରତ ସେନାପତି, ସମାଜସେବୀ ଦଣ୍ଡପାଣି ସାହୁ, ଶିକ୍ଷା ବିଭାଗ କର୍ମଚାରୀ ରଣଜିତ ରଥ, ସମ୍ବାଦିକ ଶକ୍ତି ପ୍ରସାଦ ରଥ ପ୍ରମୁଖ ସାଧାରଣ ଜନତାଙ୍କ ସମାସ୍ୟାନେଇ ଆଜି ପୂର୍ବାହ୍ନରେ ପୁତ୍ର ଏବଂ ଜଳସେଚନ ବିଭାଗ ଅଧିକାରୀଙ୍କ ଦାବି ପତ୍ର ପ୍ରଦାନ କରିଥିଲେ।

Leave a Reply

Your email address will not be published. Required fields are marked *