ସରକାରୀ କଳ ଓ ଦଳ ପ୍ରତ୍ସୋହନରେ ଚାଲିଛି ଖୁଲମଖୁଲା ଲଘୁଖଣିଜ ପଦାର୍ଥର ଚୋରା କାରବାର
ହରିପୁର, (ଏପିନ୍ୟୁଜ) ସରକାରୀ ଦଳ ଓ କଳ ପ୍ରତ୍ସୋହନରେ ନିମାପଡ଼ା ତହସିଲ ଅଧିନସ୍ଥ ଭାର୍ଗବୀ ନଦୀର ଶାଇଁଶ ଶାସନ ପଞ୍ଚାୟତ ଅଧିନରେ ଥିବା ବାଲିଘାଟ ଗୁଡ଼ିକରେ ଖୁଲମଖୁଲାଭାବେ ଚୋରା ବାଲି କାରବାର ଚାଲିଛି । ସ୍ଥାନୀୟ ସରପଞ୍ଚ ଏହାର ପୁରୋଧା ସାଜିଥିବା ଅଭିଯୋଗ ହୋଇଛି । ଏହି ପଚାଂୟତ ଅଧିନସ୍ଥ ଦକ୍ଷିଣ ରାଡ଼ସ ବାଲି ଘାଟରୁ ସଂଧ୍ୟା ନଇଁ ଆସିଲେ ବାଲିଘାଟ ବାଲି ପରିବହନ ଆରମ୍ଭ ହୁଏ । ସରକାରୀ ଦଳର ନେତା ଓ ନେତ୍ରୀଙ୍କ ବାହୁଛାୟା ତଳେ ଚାଲିଛି ଚୋରା ବାଲି ପରିବହନ । ଶହଶହ ବାଲି ବୋଝୋଇ । ହାଇୱା ଗୁଡ଼ିକ ଶାଇଁଶ ପଚାଂୟତର ଶାଇଁଶ ଖିରିଖିଆ , ମଝିସାହି , ମାଣ୍ଡିଆକୁଦ, ଭଗବତୀପୁର କାଶିପୁର ଗ୍ରାମ ବାଟ ଦେଇ ମୁଖ୍ୟ ରାସ୍ତାକୁ ଆସି ପୁରୀ, ଖୋର୍ଦ୍ଧା ଜିଲ୍ଲାର ବିଭିନ୍ନ ସ୍ଥାନକୁ ବାଲି ନେଇ ଯାଉଛନ୍ତି । ଦକ୍ଷିଣ ରାଡ଼ସ ବାଲି ଘାଟରୁ ଆନ୍ଧ୍ର ପ୍ରଦେଶ ଓ ତେଲଙ୍ଗାନାକୁ ବାଲି ଚାଲାଣ ହେଉଛି । ପ୍ରତିଦିନ ଏହି ବାଲି ଘାଟରେ ୫ରୁ ୭ଲକ୍ଷଟଙ୍କା ବାଲିମାଫିଆମାନେ ରୟାଲଟି ଆଦାୟ କରୁଛନ୍ତି । ଅନୁସଂନ୍ଧାନରୁ ଜଣାଯାଏ ଗୋଟିଏ ବାଲି ବୋଝେଇ ହାଇୱାଠାରୁ ରୟାଲଟି ବାବଦରେ ୮ରୁ ଦଶ ହଜାରଟଙ୍କା ମାଫିଆମାନେ ଆଦାୟ କରୁଛନ୍ତି । ନିମାପଡ଼ା ତହସିଲ କର୍ତ୍ତୁପକ୍ଷ ରାଜସ୍ୱ ନିରୀକ୍ଷକ ବଳଙ୍ଗା ପୁଲିସ ସମେତ ମାପିଆ ଦ୍ୱାରା ପୋଷା ଗୁଣ୍ଡାମାନେ ଅର୍ଥ ନେଉଥିବା ଅଭିଯୋଗ ହୋଇଛି । ଶାଇଁଶ ପଞ୍ଚୟତ ଅଧିନସ୍ଥ ଗ୍ରାମ ଗୁଡ଼ିକ ବାଟଦେଇ ବାଲି ପରିବହନ ହେଉଛି ସେହି ଗ୍ରାମର ରାସ୍ତା ଗୁଡ଼ିକ ଅବସ୍ଥା ଦହନୀୟ ହେବାସହ ରାସ୍ତା ଉପରେ ବାଲିପଡ଼ି ଜମାହୋଇ ବାଇକ ଚାଳକ ମାନଙ୍କ ପାଇଁ ଦୁର୍ଘଟଣାର କାରଣ ପାଲଟିଛି । ଜିଲା ଖଣି ବିଭାଗ ସବୁ ଜାଣି ଅର୍ଥ ବଦଳରେ ନିଘୋଡ଼ ନିଦରେ ଶୋଇପଡ଼ିଚି ବୋଲି ସପୃକ୍ତ ଅଚଂଳର ଜନସାଧାରଣ ମତ ଦେଇଛନ୍ତି ।