ସ୍ବଛ ଭାରତ ଯୋଜନା ଏନ.ଏ.ସିକୁ ମିଳିଥିବା ୬ଟି ସଫେଇ ଗାଡ଼ି ଖତ ହେଉଛି
ନିମାପଡ଼ା, (ଏପିନ୍ୟୁଜ) ସ୍ବଛ ଭାରତ ଯୋଜନାରେ ନିମାପଡ଼ା ଏନ.ଏ.ସିକୁ ୬ଟି ଅଳିଆ ବୁହା ବ୍ୟାଟେରୀ ଚାଳିତ ଡ଼ାଲାଥିବା ଗାଡ଼ି ମିଳିଥିଲା। ଏହି ଗାଡ଼ି ଗୁଡ଼ିକ ସ୍ବଛଭାରତ ଯୋଜନାରେ ବ୍ୟବହାର ନହୋଇ ପରିଷଦ ଅଫିସ ମଧ୍ୟରେ ଥିବା ଡ଼ମ୍ଫି୍ୟାର୍ଡ଼ରେ ପଡ଼ିପଡ଼ି ଖତ ହେଉଛି। ଡ଼ମ୍ପି ୟାର୍ଡ଼ରେ ପଡ଼ିଥିବାସମସ୍ତ ଗାଡ଼ି ଗୁଡ଼ିକ ଖରା ବର୍ଷାରେ ପଡ଼ି ଭାଙ୍ଗିରୁଜି ଚାଲିବା ଅସ୍ଥାରେ ନଥିବା ଜଣାଯାଏ। ଏହି ଗୋଟିଏ ବ୍ୟାଟେରୀ ଚାଳିତ ଅଟୋର ମୂଲ୍ୟ ୫ଲକ୍ଷ ଟଙ୍କ ପରିଷଦର ପରିମଳ ଅଧିକାରୀ ବିଜୟ ଗ୍ରହଚାର୍ଯ୍ୟ କହିଛନ୍ତି। ସ୍ବଛଭାରତ ଯୋଜନାରେ କ୍ଲିବଲିଙ୍ଗ ବ୍ୟକ୍ତି ମାନଙ୍କୁ ଜାତୀୟ ତ୍ସୋତକୁ ଆଣି କର୍ମ ସଂସ୍ଥାନ ଯୋଗାଇ ଦେବାପାଇଁ କେନ୍ଦ୍ର ସରକାର ଏହି ଗାଡ଼ି ଗୁଡ଼ିକ ଯୋଗାଇ ଦେଇଥିଲେ। ନିମାପଡ଼ା, ଏନ.ଏ.ସିରେ କେହି କ୍ଲିବ ଲିଙ୍ଗ ଧାରୀ କିମ୍ବା ମହିଳା ଚାଳକ ଆଗେଇ ନଆସିବାରୁ ଉକ୍ତ ଗାଡ଼ିଗୁଡ଼ିକ ବଣ୍ଟନ ହୋଇ ନପାରି ୨୦୨୩ ମସିହାରୁ ଅଫିସ ପରିସରରେ ଖରାତରାରେ ପଡ଼ି ଖତ ହେଉଛି। ସ୍ବଛଭାରତ ଯୋଜନାର ଉଦ୍ଦେଶ୍ୟ ଏହା ଦ୍ବାରା ସାଧିତ ହେଉନାହିଁ। ବିଜ୍ଞ ସରକାରୀ କର୍ମଚାରୀ ଏବଂ କାଉନସିଲ ପରିଷଦ ଦୈନିକ ଅଫିସ ଆସି ଏହି ଗାଡ଼ି ଗୁଡ଼ିକୁ ଦେଖୁଥିଲେ ମଧ୍ୟ କାର୍ଯ୍ୟକ୍ଷମ କରିବା ଚିନ୍ତା କରୁନଥିବା ଜଣାଯାଏ। ସରକାରୀ ମାଲ ସମୁଦ୍ରରେ ଫୋପାଡ଼ ନୀତି ଏଠାରେ କାର୍ଯ୍ୟକାର ହେଉଥିବା ଅଭିଯୋଗ ହୋଇଛି। ସେହିଭଳି ଚଳିତ ମାସରେ ୫ଶହ ଲିଟର ବିଶିଷ୍ଟ ଏକ ମଳଗାଡ଼ି ବୁହା ହେବା ଟ୍ୟାଙ୍କର ସରକାର ଏନ.ଏ.ସି ଦେଇଛନ୍ତି। କିନ୍ତୁ ଏହା ଗାଡ଼ି ନିମାପଡ଼ା ଏନ.ଏ.ସି ପାଇଁ ଦରକାର ନଥିବାବେଳେ ସରକାର ପରାମର୍ଶ ନନେଇ ପରିଷଦକୁ ଏହିଏକ ଡ଼ାଲା ଅଟୋ ପଛରେ ଳଦା ହୋଇଥିବା ଏହା ପଡ଼ିପଡ଼ି ନଷ୍ଟ ହେବବୋଲି ବରିଷ୍ଠ କାଉନସିଲର ଧନୁର୍ଦ୍ଧର ଦାସ ମତ ଦେଇଛନ୍ତି। ନାମ ଗୋପନ ରଖିବା ସର୍ତ୍ତରେ ଜଣେ କର୍ମଚାରୀ କହିଛନ୍ତି କମ୍ପାନୀମାନେ ଉଚ୍ଚ ଅଧିକାରୀମାନଙ୍କୁ ହାତ କରି ଯୋର ଜବରଦସ୍ତ ଏହି ଜିନିଷ ଗୁଡ଼ିକ ପଠାଉଛନ୍ତି ବ୍ୟବହାର କର ନଚେତ କ୍ଷତ କର।