ମୁଖ୍ୟମନ୍ତ୍ରୀ ଟ୍ରଫି ପାଇଁ କ୍ରୀଡା ପ୍ରତିଭା ଚୟନ
ପୁରୀ୨୨/୫(ଏପିନ୍ୟୁଜ) ପୁରୀ ଜିଲ୍ଲା ରୁ ୧୫ ବର୍ଷ ରୁ କମ ବୟସର ଫୁଟବଲ ଖେଳାଳିଙ୍କୁ ମୁଖ୍ୟମନ୍ତ୍ରୀ ଟ୍ରଫି ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଇଁ ଚୟନ କରାଯାଇଛି । ପ୍ରଥମ ପର୍ଯ୍ୟାୟରେ ପ୍ରତ୍ୟେକ ବ୍ଲକ ମାନଙ୍କର ଦଳ ମାନଙ୍କ ମଧ୍ୟରେ ପ୍ରତିଯୋଗିତା କରାଯାଇ ଶ୍ରେଷ୍ଠ ୪୦ ଜଣଙ୍କୁ ବଛା ଯାଇଥିଲା। ପରବର୍ତ୍ତୀ ସମୟରେ ତାଳବଣିଆ ସ୍ପୋର୍ଟ୍ସ କମ୍ପ୍ଲେକ୍ସ ରେ ୩ ଦିନ ପ୍ରଶିକ୍ଷଣ ଦିଆଯାଇ ଶ୍ରେଷ୍ଠ ଖେଳାଳି ଚୟନ କରାଯାଇଥିଲା। ସୂଚନା ଓ ଲୋକ ସମ୍ପର୍କ ଉପ ନିର୍ଦ୍ଦେଶକ ସନ୍ତୋଷ କୁମାର ସେଠୀ, ଜିଲ୍ଲା କ୍ରୀଡା ଅଧିକାରୀ ଚନ୍ଦନ କୁମାର ସାହୁ, କ୍ରୀଡା ସଂସଦର ପୂର୍ବତନ ସମ୍ପାଦକ ରବି ଶଙ୍କର ପ୍ରତିହାରୀ ପ୍ରମୁଖ ଉପସ୍ଥିତ ରହି କ୍ରୀଡାବିତ ଙ୍କୁ ଶୁଭେଚ୍ଛା ଜଣାଇଥିଲେ।