ରାଜ୍ୟ

ପୁରୀରେ ‘ଜୁନିଅର ରକ୍ଷକ’ ପ୍ରଶିକ୍ଷଣ ନେଲେ ୫୫୦ ଏନସିସି କ୍ୟାଡେଟ

Spread It

ପୁରୀ ୨୨/୦୫(ଏପିନ୍ୟୁଜ) ପୁରୀରେ ଚାଲିଥିବା ଏନସିସି କ୍ୟାମ୍ପରେ ଅନୁଷ୍ଠିତ ହୋଇଛି ବାଣିଜ୍ୟ ଓ ପରିବହନ ବିଭାଗର ‘ଜୁନିୟର ରକ୍ଷକ’ କାର୍ଯ୍ୟକ୍ରମ । ଦୁଇଟି ପର୍ଯ୍ୟାୟରେ ୫୫୦ ଏନସିସି କ୍ୟାଡେଟଙ୍କୁ ମାଷ୍ଟର ଟ୍ରେନର ମାନେ ସଡ଼କ ସୁରକ୍ଷା ଓ ଦୁର୍ଘଟଣାଗ୍ରସ୍ତଙ୍କୁ ତ୍ୱରିତ ସହାୟତା ସମ୍ପର୍କରେ ପ୍ରଶିକ୍ଷଣ ଦେଇଛନ୍ତି । ପୁରୀ, ଖୋର୍ଦ୍ଧା, ନୟାଗଡ଼ ଜିଲ୍ଲାର ବିଭିନ୍ନ ଉଚ୍ଚ ବିଦ୍ୟାଳୟରୁ ଆସିଥିବା ୫୫୦ ଜଣ NCC କ୍ୟାଡେଟ ‘ଜୁନିଅର ରକ୍ଷକ’ ତାଲିମ ନେଇଛନ୍ତି । କାର୍ଯ୍ୟକ୍ରମକୁ ଏନସିସି କର୍ଣ୍ଣେଲ ସୁଦୀପ ସିହ୍ନା ଓ ପୁରୀ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟର ସ୍ଵତନ୍ତ୍ର ଅଧିକାରୀ ରବିନ ପଟ୍ଟନାୟକ ଉଦ୍ଘାଟନ କରିଥିଲେ । ମାଷ୍ଟର ଟ୍ରେନର ଅମୀୟବାଳା ପରିଡ଼ା, ଇତିଶ୍ରୀ ସୁନ୍ଦରା, ସୁବାସ ଚନ୍ଦ୍ର ପ୍ରଧାନ, ରବୀନ୍ଦ୍ର କୁମାର ସାହୁ ପ୍ରଶିକ୍ଷଣ ଦେଇଥିଲେ । ସଡ଼କ ଦୁର୍ଘଟଣାଗ୍ରସ୍ତଙ୍କ ଜୀବନ ରକ୍ଷାରେ ଗୋଲ୍ଡେନ ଆଓ୍ୱାର ବା ଦୁର୍ଘଟଣା ଘଟିବାର ପରବର୍ତ୍ତୀ ଏକ ଘଣ୍ଟା ଗୁରୁତ୍ୱପୂର୍ଣ୍ଣ । ଏହି ସମୟ ମଧ୍ୟରେ କିଭଳି ପ୍ରାଥମିକ ଚିକିତ୍ସା ପ୍ରଦାନ କରିହେବ ଓ ତୁରନ୍ତ ହସ୍ପିଟାଲ ପହଞ୍ଚାଯାଇପାରିବ ସେ ନେଇ ଉଭୟ ଥିଓରୀ ଓ ପ୍ରାକ୍ଟିକାଲ ଟ୍ରେନିଂ ଦିଆଯାଇଥିଲା । ଏହି ଅବସରରେ ଅତିଥି ମାନେ ଗୁଡ଼୍ ସମରିଟାନ ଯୋଜନା ସମ୍ପର୍କରେ ସୂଚନା ଦେଇ କହିଥିଲେ, ଦୁର୍ଘଟଣାଗ୍ରସ୍ତଙ୍କୁ ସାହାଯ୍ୟ କରି ଡାକ୍ତରଖାନା ପହଞ୍ଚାଇଲେ ସରକାରଙ୍କ ପକ୍ଷରୁ ୨ ହଜାର ଟଙ୍କା ପୁରସ୍କାରର ବ୍ୟବସ୍ଥା ରହିଛି ।

Leave a Reply

Your email address will not be published. Required fields are marked *