ରାଜ୍ୟ

ଖଣ୍ଡା ଧରିଥିବା ଯୁବକଙ୍କୁ ଗୋଡ଼ାଇ ଧରିଲା  ପୁଲିସ

Spread It

ନିମାପଡ଼ା,, ୨୨/୫(ଏପିନ୍ୟୁଜ) ସ୍ଥାନୀୟ ଗୁଣ୍ଡିଚାବାଡ଼ି କଲୋନୀରେ ଥିବା ଗୀତାଯଜ୍ଞ ମଣ୍ଡପ ନିକଟରେ ଖଣ୍ଡା ଧରି ଦୈାଡ଼ୁଥିବା ୪ ଜଣ ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ପୁଲିସ ପୋଷାକ ପିନ୍ଧିଥିବା ୬ ଜଣ ପୁଲିସ ମାଡ଼ିବସି ଧରି ଗାଡ଼ିରେ ବସାଇ ନେଇ ଯାଇଥିଲେ। ଏହି ସବୁ ଘଟଣା ଗୁଣ୍ଡିଚାବାଡ଼ିରେ ରହୁଥିବା ଅବସର ନେଇଥିବା ପ୍ରଧାନ ଶିକ୍ଷକ ରସାନନ୍ଦ ସ୍ବାଇଁଙ୍କ ଘର ଆଗରେ ଏହି ଘଟଣା ଘଟିଥିବା ସେ କହିଛନ୍ତି। ଅମୁଣିଆପାଟଣା ଗ୍ରାମ ପାଖରେ ମାଟି ଖୋଳା ସ୍ଥାନରେ ଥିବା ଦୁଇ ଜଣ ଶ୍ରମିକଙ୍କୁ ପଚାରିବାରୁ ସେ କହିଲେ ଯୁବକମାନେ ଦୈାଡ଼ି କଲୋନିରେ ପଶିଲେ ତାଙ୍କ ପଛରେ ପୁଲିସ ଦୌଡ଼ୁ ଥିଲା। ପୁଲିସ ପୋଷାକ ପିନ୍ଧିଥିବା ବ୍ୟକ୍ତିମାନଙ୍କ ମଧ୍ୟରେ ୨ ଜଣ ମହିଳା ପୁଲିସ ଥିଲେ ବୋଲି ପ୍ରତ୍ୟକ୍ଷ ଦର୍ଶିମାନେ କହିଛନ୍ତି। ଏ ସଂପର୍କରେ ନିମାପଡ଼ା ଥାନା ଭାରପ୍ରାପ୍ତ ଅଧିକାରୀ ବାମଦେବ ସ୍ବାଇଁଙ୍କୁ ଘଟଣା ସଂପର୍କରେ କହିବାରୁ ସେ କହିଥିଲେ ଆମ ଥାନା ପକ୍ଷରୁ ଚଢଉ କରାଯାଇ ନାହିଁ କି ଆମ ଫୋର୍ସ କେହି ଥାନାରୁ ଯାଇ ନାହାଁନ୍ତି । ଅଜ୍ଞାତ ଯୁବକମାନଙ୍କୁ ଅଜ୍ଞାତ ପୁଲିସମାନେ ଧରିନେଲେ ତାହାର ଖବର ମିଳୁନାହିଁ। ଏହି ଘଟଣାକୁ ନେଇ ହାଟବଜାରରେ ବିଭିନ୍ନ ସ୍ଥାନରେ ଆଲୋଚନା ହେଉଛି।

Leave a Reply

Your email address will not be published. Required fields are marked *