ରାଜ୍ୟ

କଳିଙ୍ଗ ପେସାଦାର ସାମ୍ବାଦିକ ସଂଘର କର୍ମକର୍ତ୍ତା ସମ୍ମିଳନୀ

Spread It

 

ପିପିଲି, ୨୧/୫(ଏପିନ୍ୟୁଜ): ସ୍ଥାନୀୟ ନିରଞ୍ଜନପୁରସ୍ଥିତ ମା’ ଦକ୍ଷିଣକାଳୀ ଦେବୀଙ୍କ ମନ୍ଦିର ପରିସରରେ ବୁଧବାର କଳିଙ୍ଗ ପେସାଦାର ସାମ୍ବାଦିକ ସଂଘ(କେୟୁଡବ୍ଲ୍ୟୁଜେ)ର କାର୍ଯ୍ୟକର୍ତ୍ତା ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଏଥିରେ ସଂଘର ସଭାପତି ମନୋଜ ଦାସ, ସାଧାରଣ ସମ୍ପାଦକ ରାଜକିଶୋର ସ୍ଵାଇଁ, ଉପସଭାପତି ବିନାୟକ ମିଶ୍ର, କୋଷାଧ୍ୟକ୍ଷ ସୁବାସ ସ୍ଵାଇଁଙ୍କ ସମେତ ରାଜ୍ୟର ସମସ୍ତ ବ୍ଲକ୍ ତଥା ଜିଲ୍ଲା ସଂଘର କାର୍ଯ୍ୟକର୍ତାମାନେ ଅଂଶଗ୍ରହଣ କରିଥିଲେ | ସଂଘର ବରିଷ୍ଠ ସଭ୍ୟ ନୀଳମଣି ସାହୁ ଓ ସର୍ବଭାରତୀୟ ସାମ୍ବାଦିକ ମହାସଂଘର ରାଷ୍ଟ୍ରୀୟ ସଭାପତି କେ.ବିକ୍ରମ ରାଓଙ୍କର ଅକାଳ ବିୟୋଗରେ ସଭ୍ୟମାନେ ଦୁଇ ମିନିଟ ନୀରବ ପ୍ରାର୍ଥନା କରିଥିଲେ । ସଭାପତି ମନୋଜ ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ରାଜ୍ୟ ସରକାରଙ୍କ ଶ୍ରମ ବିଭାଗ ଦ୍ଵାରା ପ୍ରଦତ୍ତ ସଂଘ ପଞ୍ଜୀକରଣ ଦସ୍ତାବିଜକୁ କାର୍ଯ୍ୟକର୍ତା ଓ ସଦସ୍ୟମାନଙ୍କ ନିକଟରେ ଉପସ୍ଥାପନ କରାଯାଇଥିଲା। ସଂଘର ପରବର୍ତ୍ତୀ କାର୍ଯ୍ୟକ୍ରମ ସଂପର୍କରେ ଆଗାମୀ ଦିନରେ ଅନୁଷ୍ଠିତ ହେବାକୁ ଥିବା ରାଜ୍ୟ କାର୍ଯ୍ୟକାରିଣୀ ବୈଠକରେ ଆଲୋଚନା କରାଯିବ ବୋଲି ସଭାପତି ଓ ସଂପାଦକ ସୂଚନା ଦେଇଥିଲେ | ସରକାରଙ୍କ ନିକଟରେ ସାମ୍ବାଦିକମାନଙ୍କ ସୁରକ୍ଷା ଓ ପେନ୍‌ସନ୍ ଆଦି ଦାବି ସଂଘ ପକ୍ଷରୁ ଦୃଢ଼ତାର ସହିତ ଉପସ୍ଥାପନ କରାଯିବ ବୋଲି ନିଷ୍ପତ୍ତ ଗ୍ରହଣ କରାଯାଇଥିଲା। ଏଥିରେ ବରିଷ୍ଠ ସାମ୍ବାଦିକ ବିଭୂତି ଭୂଷଣ ତ୍ରିପାଠୀ, କ୍ଷେତ୍ରମୋହନ ଦାଶ, ଅଜୟ ନାୟକ, ଚନ୍ଦ୍ରମାଧବ ମିଶ୍ର, ଗଙ୍ଗାଧର ସାହୁ, ଅକ୍ଷୟ ରାଉତ, ମାନସ ସାମଲ, ପ୍ରକାଶ ମଙ୍ଗରାଜ, ଶାନ୍ତିଭୂଷଣ ରଥ, ହେମନ୍ତ ମହାରଥି, ଜୟସେନ ପରିଡ଼ା, ମନ୍ମଥ ମହାରଣା, ସତ୍ୟଜିତ୍ ଦାଶ, ବସନ୍ତ କୁମାର ପଲେଇ, ସୁବୀର ପାଣ୍ଡେ, ଦିବାକର ପ୍ରଧାନ, ପ୍ରଶାନ୍ତ କୁମାର ଦୀକ୍ଷିତ ପ୍ରମୁଖ ଉପସ୍ଥିତ ଥିଲେ ।

 

Leave a Reply

Your email address will not be published. Required fields are marked *