ଟାଟାମୋଟର୍ସ ପକ୍ଷରୁ ଗୁରୁ ମିଟ୍
ପିପିଲି,୨୪/୫:(ଏପିନ୍ୟୁଜ)ପିପିଲିର ତରାକାଜ ଫ୍ଲଏଓଭର ବ୍ରିଜ ନିକଟ ପପୁଲାର ଅଟୋୱାର୍କସ ପରିସରରେ ଆଜି ଟାଟାମୋଟର୍ସ ପକ୍ଷରୁ ଏକ ଗୁରୁ ମିଟ୍(ମେକାନିକ୍ ମିଟ୍) ଅନୁଷ୍ଠିତ ହୋଇଯାଇଛି । ଟାଟାମୋଟର୍ସର ପୁରୀ ଜିଲ୍ଲା ପାଇଁ ନିୟୋଜିତ ପାର୍ଟସ ବିତରକ ତୃପ୍ତି ଅଟୋ ଡିଷ୍ଟ୍ରିବ୍ୟୁଟର୍ସ ପକ୍ଷରୁ ଆୟୋଜିତ ଏହି ହାଲୁକା ବାଣିଜ୍ୟିକ ବାହନ ମେକାନିକ ମିଟ୍ ରେ ଟାଟାମୋଟର୍ସର ଟିଏସଇ ପ୍ରଦୀପ ସ୍ୱାଇଁ, ତୃପ୍ତି ଅଟୋ ଡିଷ୍ଟ୍ରିବ୍ୟୁଟର୍ସର ଡିଏସଆର ରଜନୀକାନ୍ତ ପଟ୍ଟନାୟକ ଓ ଏମଏସଆର ସୌରଭ କୁମାର ବେହୁରା ପ୍ରମୁଖ ଯୋଗ ଦେଇ ଉପସ୍ଥିତ ମେକାନିକଙ୍କ ସହ ଟାଟା ଅସଲି ଯନ୍ତ୍ରାଂଶ ଗାଡିରେ ଲଗାଇବା ଦ୍ୱାରା ହେଉଥିବା ବିଭିନ୍ନ ସୁଫଳ ଓ ସୁବିଧା ସଂପର୍କରେ ଆଲୋଚନା କରିଥିଲେ । ସ୍ଥାନୀୟ ଟାଟା ଜେନୁଇନ ପାର୍ଟସ ବିକ୍ରେତା ପପୁଲାର ଅଟୋମୋବାଇଲସଙ୍କ ନିକଟରେ ହାଲୁକା ବ୍ୟବସାୟିକ ଯାନର ସବୁ ବର୍ଗର ପାର୍ଟସ ସହଜ ଉପଲବ୍ଧ ଥିବାର କର୍ମକର୍ତାମାନେ ସୂଚନା ଦେଇ କହିଥିଲେ । ଏହି କାର୍ଯ୍ୟକ୍ରମରେ ଟାଟାମୋଟର୍ସର ବିଭିନ୍ନ ଏଲସିଭି ଗାଡିରେ ବ୍ୟବହାର ହେଉଥିବା ଅସଲି ଯନ୍ତ୍ରାଂଶ ପ୍ରଦର୍ଶିତ ହୋଇଥିଲା । ଏହି କାର୍ଯ୍ୟକ୍ରମକୁ ପପୁଲାର ଅଟୋଓାର୍କସର ସତ୍ୱାଧିକାରୀ ବରିଷ୍ଠ ମେକାନିକ୍ ତଥା ଟାଟା-ଗୁରୁ ପ୍ରଦୀପ୍ତ ପଟ୍ଟାୟତ ପରିଚାଳନା କରିଥିବାବେଳେ ମେକାନିକ ପ୍ରଶାନ୍ତ ମୁଦୁଲି, ଶିବ ବରାଳ, ଶାନ୍ତନୁ ସିଂ, ସୁଦୀପ୍ତ ପଟ୍ଟାୟତ, ସଚ୍ଚିଦାନନ୍ଦ ପ୍ରଧାନ, ସେକ୍ ନିସାର, ସଂଜୟ ମଲ୍ଲିକ, ଆକାଶ ସେଠୀଙ୍କ ସମେତ ଅନ୍ୟ ମେକାନିକମାନେ ଉପସ୍ଥିତ ରହିଥିଲେ ।