ରାଜ୍ୟ

ନିମାପଡ଼ା ଏନ.ଏ.ସି ଭେଣ୍ଡିଂ ଯୋନ ଏବଂ ମାର୍କେଟ କପ୍ଲେକ୍ସର ଦୋକାନ ଘର ଆବଣ୍ଟନ

Spread It

ନିମାପଡ଼ା ଏନ.ଏ.ସି ଭେଣ୍ଡିଂ ଯୋନ ଏବଂ ମାର୍କେଟ କପ୍ଲେକ୍ସର ଦୋକାନ ଘର ଆବଣ୍ଟନ

ନିମାପଡ଼ା,୨୭/୫(ଏପିନ୍ୟୁଜ) ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଆଜି ସଂଧ୍ୟାରେ ବ୍ଲକ ଛକରେ ଭେଣ୍ଡି ଯୋନରେ  ୨୦ ଲକ୍ଷ ଟଙ୍କା ବ୍ୟୟରେ ନିର୍ମାଣ ହୋଇଥିବା  ୨୧ ଟି ଦୋକାନ ଘର ଏବଂ ନୂଆ ବସଷ୍ଟାଣ୍ଡରେ ୧କୋଟୀ ୭୫ ଲକ୍ଷ  ଟଙ୍କା ବ୍ୟୟରେ ନିର୍ମାଣ ହୋଇଥିବା ମାର୍କେଟ କମ୍ପେଲେକ୍ସର ୧୨ଟି ଦୋକାନ ଘରକୁ ହିତାଧିକାରୀମାନଙ୍କୁ ବଣ୍ଟନ କରିଛନ୍ତି। ସେହିଭଳି ନିମାପଡ଼ା ବଜାରରେ ଉଦବୃତ ବର୍ଷାଜଳ ନିଷ୍କାସନ ପାଇଁ ନିମାପଡ଼ା ଶାଖା କେନାଲର ପୂର୍ବପଟରୁ ଡ଼୍ରେନେଜ ଡ଼ିଭିଜନ ଆନୁକୂଲ୍ୟରେ ଜୟଗୁରୁ ଆଶ୍ରମ ଠାରୁ ଅମଲାପଡ଼ା ପର୍ଯ୍ୟନ୍ତ ୬୩୦ ମିଟର ଲମ୍ବର ଏକ ଡ଼୍ରେନ ପାଇଁ ୪ କୋଟି ୮୫ ଲକ୍ଷ ଟଙ୍କ ବ୍ୟୟବରାଦରେ ଏକ ଡ଼୍ରେନ ନିର୍ମାଣ ପାଇଁ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଭିତ୍ତି ପ୍ରସ୍ତର ସ୍ଥାପନ କରିଛନ୍ତି। ଏହି ଡ଼୍ରେନର ନିର୍ମାଣ ଶେଷ ହେଲେ ନିମାପଡ଼ା ପୂର୍ବପଟରେ ଥିବା ୱାର୍ଡ ଏବଂ ସାହିରେ ଜମା ହେଉଥିବା ବର୍ଷାଜଳ ସମାସ୍ୟାର ସମାଧାନ ହୋଇପାରିବ ବୋଲି କୁହାଯାଉଛି। ଏହାସହ ଅରିଷଣ୍ଢ ଏବଂ ଧୀରପୁର ଠାରେ ଥିବା ଉ.ପ୍ରା. ସ୍କୁଲର ‌ଶ୍ରେଣୀ ଗୃହ ନିର୍ମାଣ ପାଇଁ ୩୬ ଲକ୍ଷ ୭୦ ହଜାର ଟଙ୍କାର ଭିତ୍ତି ପ୍ରସ୍ତର ସ୍ଥାପନ କରିଛନ୍ତି । ଏହି ସମସ୍ତ କାର୍ଯ୍ୟକ୍ରମରେ ପୁରୀ ଡ଼୍ରେନେଜ ବିଭାଗର ଅଧୀକ୍ଷଣ ଯନ୍ତ୍ରୀ ଏନ.ଏ.ସି ଅଧ୍ୟକ୍ଷ ସସ୍ମିତା ସାହୁ, ବିଜୟ କୁମାର ଗ୍ରହଚାର୍ଯ୍ୟ କାଉନସିଲରମାନେ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *