ରାଜ୍ୟ

୮୦ ଗ୍ରାମ ବ୍ରାଉନସୁଗାର ଜବତ। ଜ‌ଣେ ଯୁବକ ଗିରଫ

Spread It

୮୦ ଗ୍ରାମ ବ୍ରାଉନସୁଗାର ଜବତ। ଜଣେ ଯୁବକ ଗିରଫ

ନିମାପଡ଼ା, ୨୮/୫(ଏପିନ୍ୟୁଜ) ପୁରୀ ଅବକାରୀ ଅଧିକ୍ଷକଙ୍କ ନିର୍ଦ୍ଦେଶାକ୍ରମେ ସ୍ଥାନୀୟ ଅବକାରୀ ଥାନା ଅଧିକାରୀ ନାରାୟଣ ବେହେରାଙ୍କ ନେତୃତ୍ବରେ ଏନ,ଏ.ସି ଅନ୍ତର୍ଗତ ପାଟପୁର ତ୍ରିନାଥ ମନ୍ଦିର ସମ୍ମୁଖରୁ ବିପ୍ଲବ ନାୟକ ୩୫ ବର୍ଷର ଯୁବକଙ୍କୁ ତଲାସୀ ନେବାରୁ ଉକ୍ତ ଯୁବକ ପାଖରୁ ୮୦ ଗ୍ରାମ ଓଜନର ବ୍ରାଉନସୁଗାର ଜବତ ହୋଇଥିଲା।  ବିପ୍ଲବ ବ୍ରାଉନସୁଗାର ବିକ୍ରି କରୁଥିବା ଗୋଇନ୍ଦା ସୁତ୍ରରୁ ମିଳିବାପରେ ଅବକାରୀ ଥାନାର କର୍ମଚାରୀମାନେ ଘଟରାସ୍ଥଳରେ ପହଁଞ୍ଚି ଯୁବକକୁ କାବୁ କରିନେଇଥିଲେ। ଅବକାରୀ ଥାନା କେସନଂ ୩୮/୨୫-୨୬ ମାମଲାରୁଜୁକରି ନିମାପଡ଼ା କୋର୍ଟ ଚାଲଣ କରିଥିଲେ। ଜାମିନ ନାମଜୁଂର ହେବାରୁ ଅଭିଯୁକ୍ତକୁ ଜେଲ ହାଜତକୁ ପଠାଇ ଦିଆଯାଇଛି।  ଜବତ ବ୍ରାଉନସୁଗାର ମୂଲ୍ୟ ୮୦ ହଜାର ଟଙ୍କା ହେବ ଅବକାରୀ ଥାନା କହିଛି। ଚଢଉ ସମୟରେଏ.ଏସ.ଆଇ  ସନ୍ତୋଷ ପକୁମାର ମହାରଣା, ତପନ ପ୍ରଧାନ, ଶେକ ୱାରିସ, ସବିତା ସାହୁ ପ୍ରମୁଖ ଉପସ୍ଥିତ ଥିଲେ।  

Leave a Reply

Your email address will not be published. Required fields are marked *