ଶିକ୍ଷା

୨୫ ଟି ନୁଆ ଗାଁ ପାଇଁ ଜନଶୁଣାଣୀ।

Spread It

 

ନିମାପଡ଼ା ତା ୨୮-୫(ଏପିନ୍ୟୁଜ) ମୂଖ୍ୟ ରାଜସ୍ବ ଗ୍ରାମ ଅଧିନରେ ଥିବା ଯେଉଁ ସବୁ ପଡା ଗ୍ରାମର ଜନସଂଖ୍ୟା ୩ ଶହରୁ ଅଧିକ ଓ ରାଜସ୍ଵ ଗ୍ରାମ ଠାରୁ ୫ ଶହ ମିଟରରୁ ଅଧିକ ଦୁରତା ହୋଇଥିବା ସହିତ ସରକାରଙ୍କ ଦ୍ଵାରା ସ୍ଥିରୀକୃତ ହୋଇଥିବା ଅନ୍ୟାନ୍ୟ ମାନଦଣ୍ଡ ପରିସରଭୁକ୍ତ ହୋଇଥିବ ତେବେ ସେହି ଗ୍ରାମକୁ ରାଜସ୍ଵ ବିଭାଗ ପକ୍ଷରୁ ରାଜସ୍ବ ଗ୍ରାମର ମାନ୍ୟତା ପ୍ରଦାନ କରାଯିବ ବୋଲିି ସରକାର ନୀତି ନିର୍ଦ୍ଧାରଣ କରିଛନ୍ତି। ଏହି ପରିପ୍ରେକ୍ଷୀରେ ୨୦୧୮ ମସିହାରୁ ଚଳିତ ଆର୍ଥିକ ବର୍ଷ ମଧ୍ୟରେ ନିମାପଡ଼ା ତହସିଲଦାରଙ୍କ ନିକଟରେ ଅନେକ ପଡା ଗ୍ରାମ ପକ୍ଷରୁ ରାଜସ୍ବ ଗ୍ରାମର ମାନ୍ୟତା ପାଇବା ପାଇଁ ଲିଖିତ ଅଭିଯୋଗ ଫର୍ଦ୍ଦ ଦାଖଲ କରାଯାଇଛି। ତଦନୁଯାୟୀ ପୁରୀ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ନହନ୍ତରା,ଉଛୁପୁରୁ, ବଳଙ୍ଗା,ଖେଲାର,ମଣିଜଙ୍ଗ ଓ ଭିଲିଦେଉଳି ଆଦି ରାଜସ୍ଵ ସର୍କଲ ଅଧିନରେ ଥିବା ୨୫ ଟି ନୂଆ ରାଜସ୍ଵ ଗ୍ରାମ ଘୋଷଣା ପାଇଁ ମିଳିତ ଜନଶୁଣାଣୀ ଶିବର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ତହସିଲଦାର, ଅତିରିକ୍ତ ତହସିଲଦାର,ଆର.ଆଇ, ସୁପରଭାଇଜରଙ୍କ ସମେତ ଗ୍ରାମବାସୀ ଉପସ୍ଥିତିରେ ଭିନ୍ନ ଭିନ୍ନ ସ୍ଥାନରେ ଜନଶୁଣାଣୀ ଅନୁଷ୍ଠିତ ହୋଇଥିଲା।

Leave a Reply

Your email address will not be published. Required fields are marked *