ରାଜ୍ୟ

ପ୍ରତିଭା ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଅନୁଷ୍ଠିତ

Spread It

ପ୍ରତିଭା ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଅନୁଷ୍ଠିତ
ପିପିଲି,୨୯/୫:(ଏପିନ୍ୟୁଜ)ପିପିଲିସ୍ଥିତ ଜବାହର ବିଦ୍ୟାପୀଠ ପରିସରରେ ବୁଧବାର ଅବସରପ୍ରାପ୍ତ ଶିକ୍ଷକ ଓ କର୍ମଚାରୀ ସଂଘ ପକ୍ଷରୁ ବ୍ଲକ ସ୍ତରୀୟ ପ୍ରତିଭା ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସଂଘର ସଭାପତି ରାମଚନ୍ଦ୍ର ଦାଶଙ୍କ ପୌରୋହିତ୍ୟରେ ଆୟୋଜିତ ସଭାରେ ମୁଖ୍ୟ ଅତିଥି ଭାବେ ପିପିଲି ତହସିଲଦାର ହୃଷିକେଶ ତ୍ରିପାଠୀ, ମୁଖ୍ୟବକ୍ତା ଭାବେ ବ୍ଲକ ଶିକ୍ଷା ଅଧିକାରୀ ପୀତବାସ ସେଠୀ, ସମ୍ମାନିତ ଅତିଥି ଭାବେ ଉପସଭାପତି ସଚ୍ଚିଦାନନ୍ଦ ନାୟକ ଯୋଗଦେଇଥିଲେ । ଅତିଥିମାନେ ଉତମ ପ୍ରତିଭାବାନ ଛାତ୍ରଛାତ୍ରୀମାନଙ୍କର ରାଷ୍ଟ୍ର ଏବଂ ସମାଜ ଗଠନରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥିବା ସମ୍ପର୍କରେ ବକ୍ତବ୍ୟ ପ୍ରଦାନ କରିଥିଲେ । ସଂଘର ସମ୍ପାଦକ ଅର୍ଜୁନ ଘଡେଇ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ରଘୁନାଥ ଜେନା ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ବ୍ଲକରୁ ଗତ ମାଟ୍ରିକ ପରୀକ୍ଷାରେ ଏ୧ ପାଇଥିବା ୨୨ ଜଣ ଛାତ୍ରଛାତ୍ରୀ, ସେମାନଙ୍କ ଅଭିଭାବକ ତଥା କୃତୀ ଛାତ୍ରଛାତ୍ରୀଙ୍କ ବିଦ୍ୟାଳୟର ପ୍ରଧାନଶିକ୍ଷକ ମାନଙ୍କୁ ସଂଘ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା । ରମାକାନ୍ତ ନାୟକ ଧନ୍ୟବାଦ ଅର୍ପଣ କରିଥିବାବେଳେ ପ୍ରଫୁଲ୍ଲ କୁମାର କଣ୍ଠ, ସତ୍ୟାନନ୍ଦ ଦାଶ, ପ୍ରସନ୍ନ କୁମାର ଦାସ, ଲକ୍ଷ୍ମୀଧର ପରିଜା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

Leave a Reply

Your email address will not be published. Required fields are marked *