ରାଜ୍ୟ

ଜାତୀୟ ପୋଷ୍ୟ ସନ୍ତାନ ଗ୍ରହଣ ସମ୍ମିଳନୀ

Spread It

ପୁରୀ ୩୦/୫ (ଏ.ପିନ୍ୟୁଜ) ପରିବାର ଭିତିକ ଯତ୍ନର ସ୍ୱରୁପକ ୁସୃଦୃଢ କରିବାପାଇଁ ଦୁଇ ଦନିଆ ଜାତୀୟ ପୋଷ୍ୟ ସନ୍ତାନ ଗ୍ରହଣ ସମ୍ମିଳନୀ ୨୦୨୫ ପୁରୀ ଠାରେ ଆଜି ଉଦଘାଟିତ ହୋଇଛି । ଏହି ସମ୍ମିଳନୀ ଆସନ୍ତା ୩୧ ତାରିଖ ପର୍ଯ୍ୟନ୍ତଚାଲିବ । ପୋଷ୍ୟ ସନ୍ତାନ ଗ୍ରହଣ ଦ୍ୱାରା ପିଲାଟିକୁ ଏକ ପରିବାର ମିଳିବାସହ ଗ୍ରହଣ କରାୀଙ୍କ ପିତାମାତାର ସୌଭାଗ୍ୟ ପ୍ରାପ୍ତିର ସୁଯୋଗ ମିଳିଥାଏ । ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସମ୍ମିଳନୀକୁ ଉଦଘାଟନକରି କହିଥିଲେ ।ଶିଶୁ କେନ୍ଦ୍ରିକ ଶାସନରେ ଓଡ଼ିଶା ଏକ ଅଗ୍ରଣୀ ରାଜ୍ୟ ଭାବରେ ଉଭାହେବା ସହିତ କୈାଣସି ଶିଶୁ ଯେପରି ପ୍ରେମ ପରିଚୟ୍ର , ପରିବାରଏବଂ ନିତ୍ୱ ବିନା ବଢିବ ନାହିଁ ନିଶ୍ଚିତ କରିବାର ସାମୂହିକ ସଂକଳ୍ପକୁ ପୁନଃ ସ୍ଥାପିତ ସମ୍ମିଳନୀରେ କରିଥିଲା । ଅନ୍ୟମାନଙ୍କ ମଧ୍ୟରେ ମହିଳା ଶିଶୁ ବିକାଶ ବିଭାଗର ପ୍ରମୁଖ ସଚିବ ଶୁଭା ଶର୍ମା, ମହିଳା ଓ ଶିଶୁବିକାଶ ବିଭାଗ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଭାବନା ବାନାର୍ଜି, ଆଇସିଡ଼ିସି ନିର୍ଦ୍ଦେଶକ ମୋନିଷା ବାନାର୍ଜି ଏବଂ ସମାଜ କଲ୍ୟାଣ ବିଭାଗ ଉପସ୍ଥିତ ରହି ପୋଷ୍ୟ ସନ୍ତାନ ଗ୍ରହଣ ସମ୍ମିଳନୀ ର ଆବଶ୍ୟକତା ବ୍ୟବହାରଗତ ପରିବର୍ତନ ଓ ସାମାଜିକ ପ୍ରତିବଦ୍ଧତା ସଂପର୍କରେ ଆଲୋଚନା ହୋଇଥିଲା । କେନ୍ଦ୍ର ପୋଷ୍ୟସନ୍ତାନ ସଂସ୍ଥା (ସିଏଆରଏ) ୟୁନିସେଫଏବଂ ରାଜ୍ୟ ସରକାରଙ୍କ ନେତୃତ୍ୱରେ ବୈଷୟିକ ଅଧିବେଶନ ଅନୁଷ୍ଠିତ ହୋଇଥିଲା ।

Leave a Reply

Your email address will not be published. Required fields are marked *