ରାଜ୍ୟ

କୁଶଭଦ୍ରା ନଦୀବନ୍ଧ ରାସ୍ତାରେ ଉଜ୍ବଳ ଆଲୋକ ବ୍ୟବସ୍ଥା ଅଚଳ

Spread It

କୁଶଭଦ୍ରା ନଦୀବନ୍ଧ ରାସ୍ତାରେ ଉଜ୍ବଳ ଆଲୋକ ବ୍ୟବସ୍ଥା ଅଚଳ

ନିମାପଡ଼ା ‌, ୩୧/୫(ଏପିନ୍ୟୁଜ) ନିମାପଡ଼ା ଏନ.ଏ.ସି ପକ୍ଷରୁ  କୁଶଭଦ୍ରା ଦକ୍ଷିଣ ପାଶ୍ବ ନଦୀ ବନ୍ଧ ରାସ୍ତା ନିମାପଡ଼ା ପରିଷଦର ଏକ ରିଂ ରୋଡ଼ ରାସ୍ତା ଭାବେ ପରିଚିତ। ଏହିନଦୀ ବନ୍ଧ ରାସ୍ତାର ଦୈଘ୍ୟ ୫କିମି ଅଟେ। ବନ୍ଧ ରାସ୍ତା ଉପରେ ଗୋପୀନାଥ ପାଟଣା, ପତିତପାବନପାଟଣା ରାସବାଡ଼ି, ଶ୍ୟାମସୁନ୍ଦରପୁର ,ଅମୁଣିଆପାଟଣା, ଜଇନାବାଦ, ପହରାଜ ସାହି ପାଟପୁର ର ଜନସାଧରଣଙ୍କ ବିକଳ୍ପ ରାସ୍ତା ଭାବେ ପରିଚିତ। ଏହି ବନ୍ଧ ରାସ୍ତାଦେଇ ଖୁବ କମ ସମୟ ମଧ୍ୟରେ ପାଟପୁର ଅଞ୍ଚଳରୁ ନାଗରିକମାନେ ପିପିଲି କୋଣାର୍କ ରାସ୍ତାକୁ ସଂଯୋଗ ମୁଖ୍ୟରାସ୍ତାର ଦୋଳବେଦୀ ଛକରେ ପହଁଞ୍ଚି ପାରୁଛନ୍ତି।  ନିମାପଡ଼ା ଏବଂ ଗୋପ ବ୍ଲକର ଅନେକ ପଞ୍ଚାୟତ ମଧ୍ୟରେ କୁଶଭଦ୍ରା ନଦୀବନ୍ଧ ରାସ୍ତା ସଂଯୋଗୀକରଣ ରାସ୍ତା ଭାବେ ପରିଚିତ । ଅରିଷଣ୍ଢ ପଞ୍ଚାୟତ ସମେତ ଗୋପ ବ୍ଲକର ୩ଟି ପଞ୍ଚାୟତ ବାସୀ ଏହି ବନ୍ଧରାସ୍ତା ଦେଇ ଯାତାୟତ କରିଥାନ୍ତି। ଜଳସେଚନ ବିଭାଗ କୋଟିକୋଟି ଟଙ୍କା ବ୍ୟୟକରି ନଦୀବନ୍ଧ ରାସ୍ତାକୁ ଅପଗ୍ରେଡ଼ କରିଛି। ପରିଷଦ ଏହି ବନ୍ଧ ରାସ୍ତାରେ ଜନସାଧାରଣ ରାତ୍ରକାଳରେ  ସୁବିଧାରେ ଯାତାୟତ ପାଇଁ ଗ୍ରିନ ଫିଲଡ଼ ଯୋଜନାରେ ଏହି ରାସ୍ତାକୁ ଏଲଇଡ଼ି ଲାଇଟ ଦ୍ବାରା ଆଲୋକୀକରଣ କରାଯାଇଛି। କିନ୍ତୁ ଲାଗିଥିବା ଏଲ.ଇ.ଡ଼ି ଲାଇଟ ଗୁଡ଼ିକ ମଧ୍ୟରୁ ଅନେକ ବିଦ୍ୟୁତ ଖୁଣ୍ଟରେ ବିଦ୍ୟୁତ ଲାଇଟ ଗୁଡ଼ିକ ଅଚଳ ହୋଇପଡ଼ିଛି। ନଦୀବନ୍ଧ ରାସ୍ତାର ଅନେକ ଅଂଶ ଅନ୍ଧାର ହୋଇଛି। ଏ ସଂପର୍କରେ ପରିଷଦ କର୍ତ୍ତୁପକ୍ଷଙ୍କ ନିକଟରେ ଅଭିଯୋଗ ହୋଇଥିଲେ ମଧ୍ୟ କାର୍ଯ୍ୟାନୁଷ୍ଠାନ ନିଆଯାଇନାହିଁ । ତୁରନ୍ତ ଏଲିଡ଼ି ଲାଇଟକୁ ସଜାଡ଼ିବାପାଇଁ ପରିଷଦ ବାସୀଙ୍କ ପକ୍ଷରୁ ଦାବୀ ହୋଇଛି।

Leave a Reply

Your email address will not be published. Required fields are marked *