ଦୁର୍ବୁତ୍ତ ରାସ୍ତା ଉପରେ ନଷ୍ଟ କଲେ କ୍ବିଣ୍ଟାଲ କ୍ବିଣ୍ଟାଲ ଛେନା
ଦୁର୍ବୁତ୍ତ ରାସ୍ତା ଉପରେ ନଷ୍ଟ କଲେ କ୍ବିଣ୍ଟାଲ କ୍ବିଣ୍ଟାଲ ଛେନା
ନିମାପଡା: (ଏପିନ୍ୟୁଜ) ଆଜି ଅପରାହ୍ନ ୫ଟା ସମୟରେ ନିମାପଡାରୁ ଗୋଟିଏ ଯାତ୍ରୀ ବାହୀ ଅଟୋରେ ଏକ କ୍ବିଣ୍ଟାଲ ଦୁଗ୍ଧ ଛେନା ବିକ୍ରି ପାଇଁ ନିମାପଡା ଥାନା ଅନ୍ତର୍ଗତ ତେରୁଣ୍ଡିଆ ପଞ୍ଚାୟତର ଜାଗେଶ୍ବରପୁର ଗ୍ରାମର ଛେନା ବ୍ୟବସାୟୀ କୃଷ୍ଣ ଚନ୍ଦ୍ର ବେହେରା ପାଞ୍ଚ କ୍ବିଣ୍ଟାଲରୁ ଉର୍ଦ୍ଧ୍ବ ଛେନା ଗାଣ୍ଠିଲି ବାନ୍ଧି ବ୍ୟବସାୟ ପାଇଁ ଭୁବନେଶ୍ବର ନେଉଥିଲେ। ନିମାପଡା ପିପିଲି ରାସ୍ତାର ଶାଳଜଙ୍ଗ ମଠ ପାଖରେ ଦୁର୍ବୁତ୍ତ ପୁର୍ବରାଗ ରଖି ଅଟକୁ ଅଟକାଇ ସେହି ଛେନା ଗାଣ୍ଠିଲି ଗୁଡିକୁ ଧାରୁଆ ଅସ୍ତ୍ରରେ କାଟି ଛେନା ଗାଣ୍ଠିଲି ଗୁଡିକୁ ନଷ୍ଟ କରିଦେଇଥିଲେ। ଛେନା ଗୁଡିକ ରାସ୍ତାସାରା ବିକ୍ଷିପ୍ତ ହୋଇଯାଇଥିଲା । ସ୍ଥାନୀୟ ସରପଞ୍ଚ ରାକେଶ କୁମାର ବାରିକ । ବଳଙ୍ଗ ପୁଲିସକୁ ଖବର ଦେବାପରେ ବଳଙ୍ଗା ଥାନା ଅଧିକାରୀ କେଦାର ଚନ୍ଦ୍ର ଗୋରା ପୁଲିସ ଫୌଜ ସହ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଦୁବୁର୍ତ୍ତ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। ପୁଲିସ୍ ତଦନ୍ତରୁ ଅଭିଯୁକ୍ତଙ୍କୁ ପରିଚୟ ଜଣା ପଡିବ।