ରାଜ୍ୟ

ବାସଗୃହ ଉପରେ ବଜ୍ରପାତ,ଅଳ୍ପକେ ବର୍ତିଲେ ୨ ଶ୍ରମିକ

Spread It

ବାସଗୃହ ଉପରେ ବଜ୍ରପାତ,ଅଳ୍ପକେ ବର୍ତିଲେ ୨ ଶ୍ରମିକ

ନିମାପଡା,୧/୬(ଏ ପି ନ୍ୟୁଜ୍) ନିମାପଡା ବ୍ଲକ ଅନ୍ତର୍ଗତ ତୁଳସୀପୁର ପଂଚାୟତ ଛବାଟିଆ ଗ୍ରାମରେ ଗତକାଲି ବିଳମ୍ବିତ ରାତିରେ ଏକ ବାସଗୃହ ଉପରେ ବଜ୍ରପାତ ଘଟି ଛାତଘର ଏକାଧିକ ସ୍ଥାନ ଫାଟିଯିବା ସହ ଘରେ ଶୋଇଥିବା ୨ଜଣ ଶ୍ରମିକ ଅଳ୍ପକେ ରକ୍ଷା ପାଇଥିଲେ । ଖବରରୁ ଜଣାଯାଇଛି ଯେ ଛବାଟିଆ ଗ୍ରାମର କାଳନ୍ଦୀ ଚରଣ ସାହୁଙ୍କ ଘର ଉପରେ ଗତ ଶନିବାର ବିଳମ୍ବିତ ରାତିରେ ଏକ ବଜ୍ରପାତ ଘଟି ତାଙ୍କ ଘର ଛାତ ଫାଟି ଯାଇଥିବା ବେଳେ ଘରେ ଶୋଇଥିବା ଦୁଇଜଣ ଶ୍ରମିକ ଆର୍ତ ମହାପାତ୍ର ଓ ଟୁକୁନା ଖଣ୍ଡୁଆଳ ଆହତ ହେବା ସହିତ ଏକ ବଡଧରଣର ଅଘଟଣରୁ ରକ୍ଷା ପାଇଥିଲେ । ଏହି ବଜ୍ରପାତରେ କାଳନ୍ଦୀଙ୍କ ଦୁଇ ବଖରା ଘର ଛାତ କଣା ହେବା ସହ ସମସ୍ତ ବିଦ୍ୟୁତ ୱାରିଙ୍ଗ ପୋଡି ନଷ୍ଟ ହୋଇଯାଇଛି । ତେବେ ଏହି ବଜ୍ରପାତ ଫଳରେ ଆଖ ପାଖ ଗ୍ରାମର ଅନେକ ଲୋକଙ୍କ ବିଦ୍ୟୁତ ସାମଗ୍ରୀ ପୋଡି ନଷ୍ଟ ହୋଇଯାଇଥିବା କିଛି ଲୋକଙ୍କ ଠାରୁ ଜାଣିବାକୁ ମିଳିଛି। କାଳନ୍ଦୀ ଜଣେ ଦିନ ମଜୁରିଆ ହୋଇଥିବା, ବେଳେ ତାଙ୍କୁ ସରକାରୀ ସାହାଯ୍ୟ ଯୋଗାଇ ଦେବାକୁ ତୁଳସୀପୁର ପଞ୍ଚାୟତ ସରପଂଚ ମଂଜୁଶ୍ରୀ ଭୋଇ, ପୁର୍ବତନ ସରପଂଚ ଭଗବାନ ମିଶ୍ର, ଶିକ୍ଷକନେତା ତ୍ରିଲୋଚନ କର, ବିଶ୍ଵନାଥ ତ୍ରିପାଠୀ, ଦେବାଶିଷ ତ୍ରିପାଠୀ, ଅରକ୍ଷୀତ ଭୋଇ,ପ୍ରକାଶ ଚନ୍ଦ୍ର ସାହୁ,କୈଳାଶ ଚନ୍ଦ୍ର କର,ଘନଶ୍ୟାମ ଦାସ ପ୍ରମୁଖ ଦାବୀ କରିଛନ୍ତି ।

Leave a Reply

Your email address will not be published. Required fields are marked *