ଉତ୍କର୍ଷ ନିମାପଡ଼ା ସଫଳ କରିବାପାଇଁ ପ୍ରଶାସନିକ ଅଧିକାରୀମାନଙ୍କ ବୈଠକ
ନିମାପଡ଼ା ୨/୬(ଏପିନ୍ୟୁଜ) ଆଉଦିନକ ପରେ ଉତ୍କର୍ଷ ନିମାପଡ଼ା ନୂଆ ବାରବାଟୀ ପଡ଼ିଆ ଏବଂ ଇନଡୋର ଷ୍ଟାଡ଼ିୟମରେ ଉତ୍କର୍ଷ ନିମାପଡ଼ା ୨୦୨୫ ଅନୁଷ୍ଠିତ ହେବ। ଶିଳ୍ପ ବିଷେଶଜ୍ଞ ମତାମତକୁ ନେଇ ୨୦୩୬ ମସିହାକୁ ଲକ୍ଷ୍ୟ ରଖି ଉତ୍କର୍ଷ ନିମାପଡ଼ା୨୦୨୫ ର ରୋଡ଼ମ୍ୟାପ ପ୍ରସ୍ତୁତ ହେବା ଏହାର ଲକ୍ଷ୍ୟ। ନିମାପଡ଼ା ଉତ୍କର୍ଷ୨୦୨୫ ସମ୍ମିଳନୀ କୁ ସଫଳ କରିବା ନିମନ୍ତେ ଆଜି ପୂର୍ବାହ୍ନରେ ସ୍ଥାନୀୟ ବ୍ଲକ ବିଜୁ ପଟ୍ଟନାୟକ ସମ୍ମିଳନୀ କକ୍ଷରେ ଆଜି ନିମାପଡ଼ା ନିର୍ବାଚନ ମଣ୍ଡଳୀର ସମସ୍ତ ପ୍ରଶାସନିକ ଅଧିକାରୀ ମାନଙ୍କନେଇ ଏକ ବୈଠକ ଅନୁଷ୍ଠିତ ହୋଇଥିଲା ଏବଂ ବିଭାଗୀୟ ଅଧିକାରୀମାନଙ୍କୁ ବିଭିନ୍ନ କାର୍ଯ୍ୟର ଦାୟିତ୍ବ ବଣ୍ଟାଯାଇଥିଲା। ଉତ୍କର୍ଷ ନିମାପଡ଼ା ୨୦୨୫କୁ ସଫଳ କରିବା ପାଇଁ ଆଜିର ବୈଠକରେ ଆଲୋଚନା କରାଯାଇଥିଲା ଯେଉଁ ଅଧିକାରୀମାନଙ୍କୁ ଦାୟିତ୍ବ ଦିଆଯାଇଛି ତାହାର ଦାୟିତ୍ବ ଓ ସଫଳ କରିବାପାଇଁ ଆଜି ବୈଠକ ଅନୁଷ୍ଠିତ ହୋଇଥିବା କୁହାଯାଇଛି। ଏହି ବୈଠକ ନିମାପଡ଼ା ବ୍ଲକ ବିଡ଼ିଓ ଡ଼ାକ୍ତର ଅଭିଜିତ ଷଡ଼ଙ୍ଗୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା। ଉତ୍କର୍ଷ ନିମାପଡ଼ା ଜୁନ ୪ ଓ ୫ ଦୁଇ ଦିନ ଧରି ଅନୁଷ୍ଠିତ ହେବ। ଉତ୍କର୍ଷ ନିମାପଡ଼ା ୨୦୨୫ରେ ସାଂସ୍କୃତିକ କାର୍ଯ୍ୟକ୍ରମ ମାନ ଅନୁଷ୍ଠିତ ହେବ । ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ମଧ୍ୟରେ ଗ୍ରୁପ ଡ଼୍ୟାନ୍ସ ପ୍ରତିଯୋଗିତା ଅନୁଷ୍ଠିତ ହେବ। ଭାଗନେବାକୁ ଚାହୁଁଥିବା ଗ୍ରୁପ ଡ଼୍ୟାନ୍ସ ଅନୁଷ୍ଠାନ ମାନଙ୍କୁ ନେଇ ଜୁନ ୩ ସଂଧ୍ୟା ରେ ପ୍ରତିଯୋଗିତା ହେବ। ଉତୀର୍ଣ୍ଣ ଅନୁଷ୍ଠାନ ବା ଗ୍ରୁପ ମାନଙ୍କୁ ଉତ୍କର୍ଷ ନିମାପଡ଼ା ଷ୍ଟେଜରେ ନୃତ୍ୟ ପରିବେଷଣ କରିବେ । ସେହିଭଳି ପୁରୀ ଟାଉନହଲ ଠାରେ ଶୁଭଦ୍ରା ଶକ୍ତି ମାନଙ୍କୁ ପାରମ୍ପରିକ ଖାଦ୍ୟ ପ୍ରସ୍ତୁତ ନେଇ ଏକ ପ୍ରତିଯୋଗିତା ପୂର୍ବାହ୍ନ ୧୧ରେ ହେବ। ସୂଚନାଯୋଗ୍ୟ ଉତ୍କର୍ଷ ନିମାପଡ଼ା ୨୦୨୫ ସମ୍ମିଳନୀରେ ଉତ୍କର୍ଷ ଗ୍ରାମ ଏବଂ ଉତ୍କର୍ଷ ନିମାପଡ଼ା, ସୁସ୍ଥ ନିମାପଡ଼ା ,ଶିକ୍ଷା ହବ, ମହିଳା ସଶକ୍ତି କରଣ , କୃଷକ ସଶକ୍କ୍ତିରଣ ପର୍ଯ୍ୟଟନ କ୍ଷେତ୍ରରେ ନିମାପଡ଼ାକୁ ଅନ୍ତଭ୍ୟୁକ୍ତ କରି ଶିଲ୍ପର ମାନ୍ୟତା ଦେବା। ଅପରାଧ ମୁକ୍ତ ନିମାପଡ଼ା ଗଠନ କରିବା ନିମାପଡ଼ା ସ୍ମାର୍ଟ ନିମାପଡ଼ା ଭଳି ୧୧ଟି ବିଷୟ ଉପରେ ଉତ୍କର୍ଷ ନିମାପଡ଼ାରେ ଆଲୋଚନା ହେବ। ଏଥିପାଇଁ ସମସ୍ତ ପ୍ରସ୍ତୁତି କାର୍ଯ୍ୟ ଶେଷ ହୋଇଛି। ଏହି ସମ୍ମିଳନୀରେ ନିର୍ବାଚିତ ଜନ ପ୍ରତିନିଧି, ବୁଦ୍ଧିଜୀବୀ, ସାଧାରଣ ଜନତା,ଶିଳ୍ପ ବିଶେଷଜ୍ଞମାନେ ଯୋଗଦେଇ ବିକଶିତ ନିମାପଡ଼ା ଗଠନର ନକ୍ସା ପ୍ରସ୍ତୁତି କରିବେ। ପୁରୀ ଜିଲା ସୁଚନା ନିର୍ଦ୍ଦେଶକ ସନ୍ତୋଷ କୁମାର ସେଠୀ ଏହି ବୈଠକରେ ଯୋଗଦେଇଥିଲେ।(ଫଟ)