ରାଜ୍ୟ

ଛାତ୍ରୀକୁ ଦୁଷ୍କର୍ମ ଅଭିଯୋଗରେ ଅଭିଯୁକ୍ତ ଗିରଫ

Spread It

ନିମାପଡା,୨/୬(ଏପିନ୍ୟୁଜ): ନିମାପଡ଼ା ଥାନା ଅନ୍ତର୍ଗତ ଅରିଷଣ୍ଢ ପଂଚାୟତରେ ଏକ ଗ୍ରାମ‌ରେ ଲଜ୍ଜା ଜନକ ଘଟଣା ଘଟି ଯାଇଛି । ଜଣେ ଦଶମ ଶ୍ରେଣୀ ଛାତ୍ରୀ ଗରମ ଯୋଗୁଁ ଛାତ ଉପରେ ବସିଥିବା ବେଳେ ଏହାର ସୁଯୋଗ ନେଇ ବାମଝାଟି ପାଟଣାର ମଳୟ ରଞ୍ଜନ ସାହୁ(୨୦) ଛାତ୍ରୀ ଏକୁଟିଆ ଥିବାର ସୁଯୋଗ ନେଇସେଠାରେ ପହଞ୍ଚି ଛାତ୍ରୀଙ୍କୁ ଦୁଷ୍କର୍ମ କରିଥିଲେ। ସେଠାରେ ଘଟଣା ସ୍ଥଳରେ ଏକ ସପ୍ତମ ଶ୍ରେଣୀ ଛାତ୍ରୀ ପହଞ୍ଚି ଯାଇଥିବାରୁ ତାକୁ ଅଭିଯୁକ୍ତ ହତ୍ୟାର ଧମକ ଦେଇଛି ବୋଲି ଥାନାରେ ଅଭିଯୋଗ ହୋଇଛି । ପୋଲିସ୍ ୧୫୫/୨୫ରେ ‌ପୋସ୍କୋ ଦଫା ଲଗାଇ ଅଭିଯୁକ୍ତକୁ ତା ଗ୍ରାମ ଉପରେ ଚଢଉ କରି ଗିରଫ କରିଛି । ସୂଚନା ଯୋଗ୍ୟ ଯେ ପୀଡିତା ଛାତ୍ରୀଙ୍କ ପରିବାର ଲୋକ ଗ୍ରାମର ଏକ ପୂଜା ଉତ୍ସବରେ ଯୋଗ ଦେଇଥିବା ବେଳେ ଏହି ଘଟଣା ଘଟିଛି। ସ୍ପେଶାଲ କୋର୍ଟରେ ଛାତ୍ରୀଙ୍କ ବୟାନ ହୋଇଥିବା ବେଳେ ଅଭିଯୁକ୍ତ ଚିକୁନର ଡାକ୍ତରୀ ମାଇନା କରାଯାଇ ପୁରୀ ସ୍ପେଶାଲ୍‌ କୋର୍ଟରେ ହାଜର କରାଯିବ ବୋଲି ଜଣାପଡ଼ିଛି । ଏପରି ଘଟଣା ଘଟି ଚାଲିଥିବା ବେଳେ ରାସ୍ତାରେ ଯାତାୟତ କରୁଥିବା କମ୍ ବୟସର ଛାତ୍ରୀମାନେ ଅସୁରକ୍ଷିତ ହୋଇପଡ଼ିଛନ୍ତି । 

Leave a Reply

Your email address will not be published. Required fields are marked *