ବ୍ଲକ ସ୍ତରୀୟ ଶୁଭଦ୍ରା ଶକ୍ତିର ପାରମ୍ପାରିକ ଖାଦ୍ୟ ପ୍ରତିଯୋଗିତା
ବ୍ଲକ ସ୍ତରୀୟ ଶୁଭଦ୍ରା ଶକ୍ତିର ପାରମ୍ପାରିକ ଖାଦ୍ୟ ପ୍ରତିଯୋଗିତା
ନିମାପଡ଼ା, ୩/୫(ଏପିନ୍ୟୁଜ) ଉତ୍କର୍ଷ ନିମାପଡ଼ା କନକ୍ଲେଭ ଅନୁଷ୍ଠିତ ହେବାକୁ ଆଉ ଗୋଟିଏ ଦିନ ବାକିଥିବାବେଳେ ଆଜି ସ୍ଥାନୀୟ ଟାଉନହଲରେ ଶୁଭଦ୍ରା ଶକ୍ତି ପକ୍ଷରୁ ଏକ ବ୍ଲକ ସ୍ତରୀୟ ଓଡ଼ିଆ ପାରମ୍ପାରିକ ଖାଦ୍ୟ ପ୍ରତିଯୋଗିତା ଆଜି ଅନୁଷ୍ଠିତ ହୋଇଯାଇଛି। ୩୮ ଟି ମହିଳା ଗୋଷ୍ଠୀ ଏହି ପ୍ରତିଯୋଗିତାରେ ଅଶଂଗ୍ରହଣ କରି ଓଡ଼ିଆ ଘରେ ହେଉଥିବା ବିଭିନ୍ନ ପ୍ରକାରର ମିଠା, ଦହିବରା ଆଳୁଦମ, ଚାର୍ଟ, ମଞ୍ଚୁରିଆନ ଇତ୍ୟାଦି ସହ ଶୁସାଦ୍ୟ ବ୍ୟଞ୍ଜନ ପ୍ରସ୍ତୁତ କରିଥିଲେ। ବିଡ଼ିଓ ଅଭିଜିତ ଷଡ଼ଙ୍ଗୀ, ବ୍ଲକ ନିର୍ବାହୀ ଯନ୍ତ୍ରୀ, ବ୍ଲକ ଲାଇଭହୁଡ଼ ମିଶନ ଅଧିକାରୀ ବିଚାରକଭାବେ ଯୋଗଦେଇ ଖାଦ୍ୟର ମାନ ସ୍ବାଦ ପରକ୍ଷୀଥିଲେ। ପୁରଷ୍କୃତ ହେବାପାଇଁ ଗ୍ରୁପ ଗୁଡ଼ିକୁ କ୍ରମିକ ନମ୍ବର ଅନୁସାରେ ଚୟନ କରିଥିଲେ। ଟାଉନହଲ ମଧ୍ୟରେ ୩୮ଟି ମହିଳା ଗୋଷ୍ଠୀ ଗ୍ୟାସ ଲଗାଇ ପିଠାପଣା ପ୍ରସ୍ତୁତ କରୁଥିବାରୁ କାଳେ କୈାଣସି ଅଘଟଣ ଘଟିବ ସେଥିପାଇଁ ଦମକଳ ବାହୀନ ତାଙ୍କର ସରଞ୍ଜାମ ଧରି ପ୍ରତିଯୋଗିତା ସ୍ଥଳରେ ଉପସ୍ଥିତ ରହିଥିବା ଦେଖିବାକୁ ମିଳିଥିଲା। ଆସନ୍ତାକାଲି ଉତ୍କର୍ଷ ନିମାପଡ଼ା ୨୦୨୫ର ଉଦଘାଟନ ଉତ୍ସବ । ଏହି ସମ୍ମିଳନୀରେ ମହାମହିମ ରାଜ୍ୟପାଳ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ଏହି ଅବସରରେ ଖାଦ୍ୟ ପ୍ରତିଯୋଗିତାରେ ଶ୍ରେଷ୍ଠ ମହିଳା ଗୋଷ୍ଠୀ ଗୁଡ଼ିକୁ ପୁରଷ୍କୃତ କରାଯିବ । ଏହି ପ୍ରତିଯୋଗିତାକୁ ପରିଚାଳନା କରିଥିଲେ ଅଧ୍ୟାପକ ସୁବ୍ରତ ମହାନ୍ତି ଏନ.ଏ.ସି ସାସଂଦ ପ୍ରତିନିଧି ମୀନଲତା ମହାନ୍ତି, ବିଏଲ ଏମ, ସିଡ଼ିପିଓ ମାଧବୀ ମହାପାତ୍ର ।