ରାଜ୍ୟ

ବାଲିମାଫିଆ ଓ ସରପଞ୍ଚଙ୍କ ନାମରେ ପୁଲିସରେ ଅଭିଯୋଗ

Spread It

ନିମାପଡ଼ା (ଏପିନ୍ୟୁଜ) ନିମାପଡ଼ା ଅଞ୍ଚଳରେ ବାଲି ମାଫିଆଙ୍କ ଉପଦ୍ରବ ଦିନକୁ ଦିନ ବଢିବାରେ ଲାଗିଥିବା ବେଳେ ପ୍ରସାଶନ ଏବଂ ଖଣି ବିଭାଗ ନିରବ ଦ୍ରଷ୍ଟା ସାଜିଛି। ସଞ୍ଜ ନଇଁଲେ ବଡ଼ବଡ଼ ହାଇୱା ଟ୍ରାକ୍ଟରର ସମାହାର ନଦୀ ପଠାରେ ମେଳନ ହେଉଥିବା ଦେଖିବାକୁ ମିଳୁଛି। ରାଜସ୍ବ ବିଭାଗର ଅନୁମତି ନନେଇ ନଦୀବନ୍ଧ କାଟୀ ନଦୀଗର୍ଭକୁ ରାସ୍ତାତିଆରି କରି ମାଫିଆମାନେ ବାଲି ଲୁଟ କରୁଛନ୍ତି। ବର୍ଷାଋତୁ ଆଉକିଛି ଦିନମଧ୍ୟରେ ଆସିଯିବ ନଦୀରେ ବଢିପାଣି ପ୍ରବାହିତ ହେବ ଘାଟ ପାଇଁ ନଦୀବନ୍ଧ ମୁକୁଳା ହୋଇପଡ଼ିଛି। ରାଜସ୍ବ, ସ୍ଥାନୀୟ ପୁଲିସ ଏବଂ ଖଣି ବିଭାଗ ଜାଣତରେ ନଦୀବନ୍ଧ କଟାଯାଇ ବାଲି ଲୁଟ କରାଯାଉଥିବା  ଅଭିଯୋଗ ହୋଇଛି। ନଦୀ ବନ୍ଧ କଟାଯାଇଥିବା ସଂପର୍କରେ ଜଳସେଚନ ବିଭାଗକୁ ପଚାରିବାରୁ  ବିଭାଗ ଅଗୋଚରରେ କଟାଯାଇଥିବା ବିଭାଗୀୟ ଯନ୍ତ୍ରୀ କହିଛନ୍ତି। ନଦୀବନ୍ଧରେ ଘାଟ କରିବାପାଇଁ ଅନୁମତି ନେବା ଆବଶ୍ୟକ। ଜଳସେଚନ ବିଭାଗ ନିକଟରେ ଆବଶ୍ୟକୀୟ ଅର୍ଥ ଜମା ହେବା ପରେ ବନ୍ଧକାଟି ଘାଟପାଇଁ ଅନୁମତି ମିଳିଥାଏ। ବଳଙ୍ଗା ଥାନା ଅନ୍ତର୍ଗତ ଦକ୍ଷୀଣରାଡ଼ସ ଗ୍ରାମ ନିକଟରେ ଥିବା ଭାର୍ଗବୀ ନଦୀରୁ ବେଆଇନ ଭାବେ ଶାଇଁଶ ଶାସନ ଗ୍ରାମବାଟ ଦେଇ ବହୁସଂଖ୍ୟାରେ ବାଲି ବୋଝେଇ ହାଇୱା ଏବଂ ଟ୍ରାକ୍ଟର ରାତିରେ ଚଳାଚଳ କରୁଛି। ବାଲି ପରିବହନ ବେଳେ ବାଲି ରାସ୍ତା ଉପରେ ପଡ଼ି ଜମାହେବା କାରଣରୁ ଦୁର୍ଘଟଣା ଘଟୁଛି। ଏବଂ ବାଲି ପରିବହନ ହେଉଥିବାରୁ ଶାଇଁଶ ଶାସନ ଗ୍ରାମବାସୀ ଙ୍କ ସାମାଜିକ ଉତ୍ସବ ଏକ ପ୍ରକାର ବନ୍ଦ ହୋଇଯାଇଛି। ପ୍ରତିବାଦ କରିବାରୁ  ହାଇୱା ଏବଂ ଟ୍ରାକ୍ଟର ଚାଳକମାନେ କହିଛନ୍ତି ୩ମାସପାଇଁ ବାଲି ପରିବହନ କରିବାକୁ ଆମେ ସରପଞ୍ଚକୁ ଅର୍ଥ ନେଇଛନ୍ତି ଆମର କେହି କିଛି କରିପାରବେ ନାହିଁ ଓଲଟି ଧମକ ମିଳିଛି ବୋଲି ଗ୍ରାମର ପ୍ରଦୀପ ପ୍ରଧାନ ନାମକ ଯୁବକ ବଳଙ୍ଗା ଥାନାରେ ସରପଞ୍ଚ ଏବଂ ଟ୍ରକ ମାଲିକ ନାମରେ ଅଭିଯୋଗ କରିଛନ୍ତି ।

Leave a Reply

Your email address will not be published. Required fields are marked *